ଭାରତ ୭୩ତମ ସ୍ୱାଧୀନତା ଦିବସ ପାଳନ କରିବା ପୂର୍ବରୁ ବୁଧବାର ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ଶୃଙ୍ଖଳାକୁ ୨-୦ରେ ଜିତିଛି। ତୃତୀୟ ତଥା ଶେଷ ଦିନିକିଆକୁ ଭାରତ ୬ ୱିକେଟରେ ବିଜୟୀ ହୋଇଛି । ଏଥି ସହିତ ଭାରତୀୟ ଟିମ ୱେଷ୍ଟଇଣ୍ଡିଜ ବିପକ୍ଷରେ ବିଜୟ ଅଭିଯାନ ଜାରି ରଖିଛି । ଟି-୨୦ ପରେ ଦିନିକିଆ ସିରିଜକୁ ମଧ୍ୟ ନିଜ ନାମରେ କରିଛି । ବିରାଟ କୋହଲି (୧୧୪)ଙ୍କ ସହିତ ଶ୍ରେୟସ ଆୟର ଭଲ ପାର୍ଟନରଶିପ କରିଥିଲେ । ଆୟର ୪୧ଟି ବଲ ଖେଳି ୬୫ ରନ ଯୋଡ଼ିଥିଲେ । ଶିଖର ଧାଓ୍ବନ ଓ ଋଷଭ ପନ୍ତଙ୍କୁ ଗୋଟିଏ ଓଭରରେ ହରାଇଥିଲା । ଏଭଳି ଏକ ବିପର୍ଯ୍ୟୟ ସମୟରେ କୋହଲି ଓ ଆୟର ୧୨୦ ରନ ଭାଗିଦାରୀ ହୋଇଥିଲେ । କୋହଲିଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଓ ମ୍ୟାନ ଅଫ ଦ ସିରିଜି ପୁରସ୍କାର ଦିଆଯାଇଥିଲା । ରୋହିତ ଶର୍ମା ଆଉଟ ହେବା ପରେ ଭାରତକୁ ବଡ଼ ଝଟକା ଲାଗିଥିଲା । ୱେଷ୍ଟଇଣ୍ଡିଜ ପାଇଁ ଫେବିୟାନ ଏଲେନ ୪୦ ରନ ଦେଇ ୨ଟି ୱିକେଟ ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୭ଟି ୱିକେଟ ହରାଇ ୨୪୦ ରନ କରିଥିଲା । ମାତ୍ର ବର୍ଷା ବାଧିତ ମ୍ୟାଚରେ ଭାରତକୁ ୩୫ ଓଭରରେ ୨୫୫ ରନ ଟାର୍ଗେଟ ମିଳିଥିଲା । ତ୍ରିନିଦାଦର ପୋର୍ଟ ଅଫ ସ୍ପେନସ୍ଥିତ କୁଇନ୍ସ ପାର୍କ ଓଭାଲ ଷ୍ଟାଡିୟମରେ ଟିମ ଇଣ୍ଡିଆ ୧୫ଟି ବଲ ଥାଇ ଏହି ମ୍ୟାଚ ଜିତିଛି ।
ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ରେ ୬ ୱିକେଟରେ ଜିତିଲା ଭାରତ : କୋହଲି ପ୍ଲେୟାର ଅଫ୍ ଦ ମ୍ୟାଚ୍ ଓ ସିରିଜ୍
Published:
Aug 15, 2019, 8:21 am IST
Tags: