ରକ୍ଷା ବନ୍ଧନରେ କେଜ୍ରିଓ୍ବାଲ୍‌ଙ୍କ ବଡ଼ ଘୋଷଣା : ଅକ୍ଟୋବର ୨୯ରୁ ଦିଲ୍ଲୀ ସରକାରୀ ବସରେ ମାଗଣା ଯାତ୍ରା କରିବେ ମହିଳା

Published: Aug 15, 2019, 1:02 pm IST

ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ୱାଧୀନତା ଦିବସ ଓ ରକ୍ଷାବନ୍ଧନ ଅବସରରେ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ଅକ୍ଟୋବର ୨୯ରୁ ଦିଲ୍ଲୀର ସମସ୍ତ ସରକାରୀ ବସ୍‌ରେ ମହିଳାମାନେ ମାଗଣାରେ ଯାତ୍ରା କରିପାରିବେ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି। ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭଉଣୀମାନଙ୍କୁ ବଡ଼ ଉପହାର ଦେଇଛନ୍ତି କେଜ୍ରିଓ୍ବାଲ ।  ଆସନ୍ତା ଅକ୍ଟୋବର ୨୯ରୁ ମହିଳାମାନେ ମାଗଣାରେ ସମସ୍ତ ଡିଟିସି ଓ କ୍ଲଷ୍ଟର ବସ୍‌ରେ ମାଗଣାରେ ଯାତ୍ରା କରିପାରିବେ। ସେମାନଙ୍କ ସୁରକ୍ଷା ପାଇଁ ଆପ୍‌ ସରକାର ସବୁ ପ୍ରକାରର ବ୍ୟବସ୍ଥା କରିବେ ବୋଲି କହିଛନ୍ତି । ଦିଲ୍ଲୀ ବିଧାନସଭା ନିର୍ବାଚନ ଆଗକୁ ଥିବାର ଦିଲ୍ଲୀବାସୀଙ୍କ ପାଇଁ କେଜ୍ରିଓ୍ବାଲ୍‌ ବହୁ ଲୋକପ୍ରିୟ ଘୋଷଣା କରିଛନ୍ତି । ପୂର୍ବରୁ ସରକାର  ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ବ୍ୟୟକୁ ଦେୟମୁକ୍ତ କରିଥିବାବେଳେ ୧୧ ହଜାର ଓ୍ବାଇ-ଫାଇ୍‌ ସ୍ପଟ୍‌  ଲଗାଇବାର ଯୋଜନା ରଖିଛନ୍ତି ।

Related posts