ରାଜ୍ୟସରକାରଙ୍କ ମୋ’ ସରକାର କାର୍ଯ୍ୟକ୍ରମକୁ ବିଜେପିର ତୀବ୍ର ସମାଲୋଚନା । ମୋ’ ସରକାର ଏକ ହାସ୍ୟାସ୍ପଦ କଥା, ମିଛ କହିବା ବନ୍ଦ କରନ୍ତୁ ମୁଖ୍ୟମନ୍ତ୍ରୀ ବୋଲି ଦାବି କରିଛି ବିଜେପି । ଅଭିଯୋଗ ଶୁଣିବାକୁ ଯାହାର ଧୈର୍ଯ୍ୟ ନାହିଁ ସେ ଫୋନ୍ରେ କ’ଣ ସମସ୍ୟା ବୁଝିବେ । ଯାହାର କଥା କହିବାର ଦକ୍ଷତା ନାହିଁ ସେ ଫୋନ୍ରେ କ’ଣ ସମସ୍ୟା ବୁଝିବେ ବୋଲି କହିଛନ୍ତି ବିଜେପିର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଆଜି ୭୩ତମ ସ୍ବାଧୀନତା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଉଦ୍ବୋଧନ ଦେଇ ‘ମୋ ସରକାର’ ଯୋଜନା ଆରମ୍ଭ କରାଯିବ ବୋଲି କହିଥିଲେ । ଏହି ଯୋଜନାକୁ ଟାର୍ଗେଟ୍ କରିଛି ବିଜେପି । ସେହିପରି ସରକାରୀ କର୍ମଚାରୀଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ଅଫିସରଙ୍କ ସ୍ବେଚ୍ଛାକୃତ ଅବସରକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛି ବିଜେପି । ପୂର୍ବରୁ ଏଭଳି ହେଉନଥିଲା, ୨୦ ବର୍ଷ ହେଲାଣି ଏଭଳି ହେଉଛି । ତୃତୀୟ ମହଲାର ଅଫିସର ଏସବୁ ପରିଚାଳନା କରୁଛନ୍ତି ବୋଲଇ କହିଛି ବିଜେପି । ତଳସ୍ତରର ଅଫିସରଙ୍କ ନିର୍ଦ୍ଦେଶ ସମ୍ମାନସ୍ପଦ ବ୍ୟକ୍ତି ଗ୍ରହଣ କରୁନାହାନ୍ତି । ନବୀନ ତୃତୀୟ ମହଲାରେ ପ୍ରଥମେ ସଂସ୍କାର ଆଣନ୍ତୁ ବୋଲି ପୃଥିୀରାଜ କହିଛନ୍ତି ।