ରାଜ୍ୟ ସରକାରଙ୍କ ‘ମୋ’ ସରକାର’ ଯୋଜନା ପ୍ରସଙ୍ଗକୁ ନେଇ ବିଜେପି ଅଭିଯୋଗ କରିବା ପରେ ଏହା ଉପରେ ଜବାବ ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ମିଛ କହିନାହାନ୍ତି, ବରଂ ବିରୋଧୀଙ୍କୁ ଏହା ମିଛ ଲାଗୁଛି ବୋଲି କହିଛନ୍ତି ପ୍ରମିଳା । ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାହା ଅଭିଯୋଗ ଆସେ, ତାହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥା’ନ୍ତି । ଏବେ ବିରୋଧୀ ଦେଖନ୍ତୁ ଏହି ଯୋଜନାର କିପରି ଗାଁ ଗହଳିର ଲୋକମାନେ ଲାଭ ଉଠାଉଛନ୍ତି । ସେହିପରି ଥାନା, ବ୍ଲକ୍ ଓ ତହସିଲ ସ୍ତରରୁ ଯାହା ଅଭିଯୋଗ, ତାହାର ସମାଧାନ ମୁଖ୍ୟମନ୍ତ୍ରୀ କରନ୍ତି । ସେହିପରି ପ୍ରଶାସନିକ ସ୍ତରରେ ଆବଶ୍ୟକତା ଦୃଷ୍ଟିରୁ ନିଯୁକ୍ତି ନେଇ ପଦେକ୍ଷପ ନିଅନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଅଜ୍ଞାତରେ କୌଣସି ନିର୍ଦ୍ଦେଶ ଅଫିସରଙ୍କ ପାଖକୁ ଯାଏନି ବୋଲି କହିଛନ୍ତି ପ୍ରମିଳା ।