ମୋ’ ସରକାର କାର୍ଯ୍ୟକ୍ରମକୁ କଂଗ୍ରେସ ମଧ୍ୟ ତୀବ୍ର ସମାଲୋଚନା କରିଛି । କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହା ସରକାରଙ୍କ ଏକ ପ୍ରହସନ । ଥାନାରେ ଦୁର୍ନୀତି ଭର୍ତ୍ତି ହୋଇଥିବାବେଳେ ମେଡ଼ିକାଲରେ ଭିତ୍ତିଭୂମି ନାହିଁ । ଏପରି ସ୍ଥିତିରେ ଯୋଜନା କିପରି କାର୍ଯ୍ୟକାରୀ ହେବ ବୋଲି ପ୍ରଶ୍ନ କରିଛନ୍ତି ସୁର ରାଉତରାୟ । ସେହିପରି ଏହି ଯୋଜନା ସମ୍ପର୍କରେ ଏଆଇସିସି ସମ୍ପାଦକ ଶରତ ରାଉତ ପ୍ରତିକ୍ରିୟା ରଖିଛନ୍ତି । ମୋ’ ସରକାର କାର୍ଯ୍ୟକ୍ରମକୁ ସ୍ବାଗତ କରିବା ସହିତ, ଏହାର କାର୍ଯ୍ୟକାରିତାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ଶରତ । ମୁଖ୍ୟମନ୍ତ୍ରୀଙ୍କ ସଦ୍ଭାବନା ଆସିଛି, ଏଥର ଲୋକଙ୍କ ସମସ୍ୟା ବୁଝିବେ । କିନ୍ତୁ ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜ୍ଞାନ, ଗରିମା ଓ ଧ୍ୟାନ ନାହିଁ ବୋଲି କହିଛନ୍ତି ଶରତ । ସେହିପରି କଂଗ୍ରେସ ଦଳ ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, କଂଗ୍ରେସକୁ ଆଉ ସର୍ବନାଶ ନ କରି ନିଜର ସ୍ବାର୍ଥ ପରିହାର କରି କଂଗ୍ରେସ ସ୍ବାର୍ଥକୁ ଦେଖିବା ଉଚିତ୍ ବୋଲି କହିଛନ୍ତି ଶରତ ।