ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭାଇଙ୍କ ସହ ପୁରୁଣା ଦିନର ଫଟୋକୁ ସେୟାର୍‌ କଲେ ପ୍ରିୟଙ୍କା

Published: Aug 15, 2019, 6:00 pm IST

ସାରା ଦେଶରେ ସ୍ବାଧୀନତା ଦିବସ ସହ ରାକ୍ଷୀ ପୂର୍ଣ୍ଣିମା ମହା ଆଡମ୍ବରରେ ପାଳନ କରାଯାଉଛି । ରାକ୍ଷୀ ଅବସରରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଅତୀତର ସ୍ମୃତିଚାରଣ କରିଛନ୍ତି । ପ୍ରିୟଙ୍କା ନିଜ ଟୁଇଟର୍‌ରେ ଏକ ଫେଟା ସେୟାର୍‌ କରିଛନ୍ତି । ଯେଉଥିରେ ସେ ତାଙ୍କ ଭାଇ ରାହୁଲ୍‌ ଗାନ୍ଧିଙ୍କ ସହ ନଜର ଆସିଛନ୍ତି । ଏହି ଫଟୋଟି ତାଙ୍କ ପିଲାବେଳର ଫଟୋ । ପ୍ରିୟଙ୍କା ଏହି ଫଟୋକୁ ସେୟାର କରି ଲେଖିଛନ୍ତି – ‘ମୋତେ ଲାଗେ ଜିନିଷ ଯେତେ ପୁରୁଣା ହେଲେ ବି ବଦଳେ ନାହିଁ, କାରଣ, ଦୁନିଆର ସବୁଠୁ ଭଲ ହେଉଛନ୍ତି ମୋ’ ଭାଇ @ ରାହୁଲ୍‌ ଗାନ୍ଧି ।‘

Related posts