ଭାରତୀୟ ସିନେମାର ବରିଷ୍ଠ ତଥା କିମ୍ବଦନ୍ତୀ ସଙ୍ଗୀତ ନିର୍ଦେଶକଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନାହି। ଫୁସଫୁସ ସଂକ୍ରମଣରେ ପୀଡିତ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ୯୨ ବର୍ଷୀୟ ଖୟାମ ରବିବାର ଦିନ ଠାରୁ ସୂରଜ ହସ୍ପିଟାଲରେ ଆଇସିଇଉରେ ରହିଛନ୍ତି। ଏହି ପ୍ରସିଦ୍ଧ ସଙ୍ଗୀତ ନିର୍ଦେଶକ ୧୯୪୩ରେ ମାତ୍ର ୧୭ ବର୍ଷ ବୟସରେ ନିଜ ସଙ୍ଗୀତ ଜୀବନର ଯାତ୍ରା ଆରମ୍ଭ କରିଥିଲେ। ୧୯୫୩ ମସିହାରେ ଫିଲ୍ମ ଫୁଟପାଥ ଜରିଆରେ ବଲିଉଡ କାରିୟର ଆରମ୍ଭ କରିଥିଲେ। ୧୯୬୧ରେ ଆସିଥିବା ଫିଲ୍ମ ‘ ଶୋଲ ଓର ସବନମ ପାଇଁ ସେ ଖୁବ ପରିଚିତି ହାସଲ କରିଥିଲେ। ତାଙ୍କ ଫିଲ୍ମଗୁଡିକ ମଧ୍ୟରେ ରହିଛି – ଆଖିର ଖତ, କାଭି କାଭି, ତ୍ରିଶୂଳ, ନୂରୀ, ବଜାର, ଉମରାଓ ଜାନ ଓ ଯାତ୍ରା ଆଦି ଫିଲ୍ମ ରେ ତାଙ୍କ ସଙ୍ଗୀତ ଶୈଳୀର ଏକ ନିଆରା ରଙ୍ଗ ଦେଖିବାକୁ ମିଳିଥିଲା। ସଙ୍ଗୀତ ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ପୁରସ୍କାରରେ ସେ ସନମାନନିତ ହୋଇଛନ୍ତି। ୨୦୦୭ ରେ ସଙ୍ଗୀତ ନାଟକ ଅକାଦେମି ଓ ୨୦୧୧ରେ ପଦ୍ମଭୂଷଣ ପାଇଛନ୍ତି। ଉମରାଓ ଜାନ ପାଇଁ ନେସନଲ ଆବର୍ଡ ପାଇଛନ୍ତି ଖୟାମ