Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ
ଆଞ୍ଚଳିକ

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଣପୁର: ମା' ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ
ବାଣପୁର: ମା' ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ସୋଲାରୀ ପାହାଡ଼ ପାଦଦେଶରେ ଥିବା ଭଗବତୀପୁର ଗ୍ରାମର ମାଆ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଶମ୍ଭୁ ମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ସୋଲାରୀ ପାହାଡ଼ ବଣ ଜଙ୍ଗଲ ଭରପୁର ପ୍ରାକୃତିକ ପରିବେଶ ଖୁବ ଆକୃଷ୍ଟ କରିଥାଏ। ମାଆ ତାରିଣୀ ଙ୍କ ପୀଠରେ ଦୀର୍ଘ ଚାରି ଦିନ ବ୍ୟାପି ଗୀତା ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା।

ମାଆ ତାରିଣୀଙ୍କ ଅପାର କରୁଣା ତଥା ଅଞ୍ଚଳର ପ୍ରତ୍ୟକ୍ଷ ଦେବୀପୀଠ ହୋଇଥିବାରୁ ଆଖପାଖ ଅଞ୍ଚଳର ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ମାଆ ତାରିଣୀ ତେତିଶି କୋଟି ଦେବାଦେବୀ ଙ୍କୁ ସାଙ୍ଗରେ ଧରି ଆଲୋକମାଳା ଓ ଫୁଲମାଳରେ ସଜେଇ ହୋଇ ଦୋଳ ବିମାନ, ଗରୁଡ଼, ସହିତ ଘଣ୍ଟ ବାଦ୍ୟ, ସଂକୀର୍ତ୍ତନ, ଚଇତି ଘୋଡ଼ା, ଆଦି ନୃତ୍ୟସବୁ ବିରାଟ ପାଟ ପଟୁଆର ରେ ଗାଁ ଦାଣ୍ଡ ଫାଟି ପଡୁଥିଲା। ଗ୍ରାମର ପ୍ରତି ଘରେ ପୂର୍ଣ୍ଣକୁମ୍ଭ ସହିତ ଦୀପ ପ୍ରଜ୍ଜ୍ବଳନ ଗ୍ରାମକୁ ଫୁଲରେ ସୁସଜ୍ଜିତ କରାଯାଇଥିଲା।

ଆଜି ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଉଦଯାପନୀ ଉତ୍ସବରେ ମାଆ ତାରିଣୀ ଙ୍କ ପୀଠରେ ଆଖପାଖ ଅଞ୍ଚଳର ନିମନ୍ତ୍ରିତ ସମସ୍ତ ଦେବା ଦେବୀଙ୍କ ଶମ୍ଭୁ ମେଳଣ ଅନୁଷ୍ଠିତ ହୋଇଥିଲା। ଏହି ମେଳଣ ପର୍ବରେ ମାଆ ତାରିଣୀ ନିମନ୍ତ୍ରଣ କ୍ରମେ ଶ୍ରୀଶ୍ରୀ ଗୋବିନ୍ଦ ଗୋପାଳ ଦେବ, ଶ୍ରୀଶ୍ରୀ ଭଗବତ ଦେବ, ଶ୍ରୀଶ୍ରୀ କଳିଯୁଗେଶ୍ୱର ଦେବ, ଶ୍ରୀଶ୍ରୀ ପତିତପାବନ ଦେବ, ଶ୍ରୀଶ୍ରୀ ଗାଦିଶ୍ୱର ଦେବ, ଶ୍ରୀଶ୍ରୀ ସୋମନାଥ ଶ୍ୱର ଦେବ, ମାଆ ଧୂଳିଆ ଦେବୀ ବିଜେ ପ୍ରତିମା ବିମାନ ମାନ ସାମିଲ ହୋଇଥିଲେ। ହରିବୋଲ ହୁଳହୁଳି ଧ୍ୱନୀରେ ଫାଟି ପଡୁଥିଲା ସମ୍ପୂର୍ଣ୍ଣ ମେଳଣ ପଡିଆ।

ମା’ ଧୂଳିଆ ଦେବୀ ଙ୍କ ସହିତ ସମସ୍ତ ଦେବା ଦେବୀଙ୍କ ଅପୂର୍ବ ମହାମିଳନର ମାହେନ୍ଦ୍ର ବେଳାକୁ ଦର୍ଶନ କରି ଅଶେଷ ପୂର୍ଣ୍ୟ ଅର୍ଜନ କରିଥିଲେ ଶ୍ରଦ୍ଧାଳୁ. ମେଳଣ ପଡିଆ ଠାରେ ସୁରୁଖୁରୁରେ ମେଳଣ ପର୍ବ ସରିଥିବା ବେଳେ ଲୋକଙ୍କ ଭିଡ଼କୁ ନିୟନ୍ତ୍ରିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

ଅଷ୍ଟ ଶମ୍ଭୁ ମିଳନ ବାଣପୁର ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଭଗବତୀପୁର ଗ୍ରାମ ମାଆ ତାରିଣୀ ସୋଲାରୀ ପାହାଡ଼
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ହାଇସ୍କୁଲର ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ଜିତେନ୍ଦ୍ର ନାଥ ବରାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

June 16, 2026

ବାଣପୁର: ତୋରସିଂ ଗ୍ରାମରେ ପାରମ୍ପରିକ କ୍ରୀଡା ପ୍ରତିଯୋଗିତା

June 15, 2026

ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ

June 14, 2026

ପହିଲି ରଜରେ ସମଗ୍ର ବାଣପୁର ଅଞ୍ଚଳ ଚଳଚଞ୍ଚଳ: ରଜ ପାଳିଲେ ମା’ ଭଗବତୀ

June 14, 2026
Latest News

ବସୁମତି ସ୍ନାନରେ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ

June 17, 2026

ଓଡିଶାରେ ସିଙ୍ଗାପୁର’ର ନିବେଶ ପ୍ରସ୍ତାବ ଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ଗଠନ ହେବ SEM

June 17, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ବାତିଲ ହେଲା ଟ୍ରେନ

June 17, 2026

ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ ମୁହାଁକୁ ଠେଲି ଦେଇଛି ଡବଲ ଇଞ୍ଜିନ୍ ସରକାର: ସି.ପି.ଆଇ.(ଏମ୍)

June 17, 2026

ମମତା ବାନାର୍ଜୀଙ୍କୁ ବଡ଼ ସୁଯୋଗ ଦେଲେ ବାଚସ୍ପତି!: ଏବେ ବିଭାଜନରୁ ବଞ୍ଚିପାରିବ କି ଟିଏମସି?

June 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.