ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦରୁ ଏକ ବଡ଼ ଖବର ଆସିଛି। ଏଠାରେ ଇନ୍ଦିରାପୁରମର ଅଭୟ ଖଣ୍ଡରେ ଅବସ୍ଥିତ ଗୌର ଗ୍ରୀନ୍ ଆଭେନ୍ୟୁ ସୋସାଇଟିରେ ହଠାତ୍ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ ନବମ ମହଲାରୁ ନିଆଁ ଆରମ୍ଭ ହୋଇ ଶୀଘ୍ର ତ୍ରୟୋଦଶ ମହଲାକୁ ବ୍ୟାପି ଯାଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ଦିଲ୍ଲୀ-ମିରଟ ଏକ୍ସପ୍ରେସୱେରୁ ଏହାର ନିଆଁ ଦେଖାଯାଉଥିଲା। ଉତ୍ତର ପ୍ରଦେଶ ପୋଲିସର ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ କେହି ଭିତରେ ଫସି ରହିଥିବାର କୌଣସି ରିପୋର୍ଟ ନାହିଁ। ନିଆଁ ଏତେ ତୀବ୍ର ଥିଲା ଯେ କିଛି ମିନିଟ୍ ମଧ୍ୟରେ ଉଚ୍ଚ ଅଗ୍ନିଶିଖା ଏବଂ କଳା ଧୂଆଁ ଦୂରରୁ ଦୃଶ୍ୟମାନ ହେବାକୁ ଲାଗିଥିଲା। ଏହି ଘଟଣାର ଖବର ପାଇବା ମାତ୍ରେ ସୋସାଇଟିରେ ଆତଙ୍କ ଖେଳିଗଲା ଏବଂ ଲୋକମାନେ ସେମାନଙ୍କ ଫ୍ଲାଟରୁ ବାହାରକୁ ଆସି ସୁରକ୍ଷିତ ସ୍ଥାନକୁ ଦୌଡ଼ିବାକୁ ଲାଗିଥିଲେ ।


