ବାଲେଶ୍ଵର : ବାଲେଶ୍ଵର ପୋଲାଡ଼ି ଛକରେ ଗୋଷ୍ଠୀ ସଂଘର୍ଷ ହୋଇ ଏକାଧିକ ଆହତ ହୋଇଛନ୍ତି । ଏକ ବାଇକ ଦୁର୍ଘଟଣାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଏପରିକି ଢେଲାପଥର ମାଡ ସହ ପରସ୍ପରକୁ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ ହୋଇଥିବାର ସୂଚନା ରହିଛି । ସ୍ଥିତି ନିୟନ୍ତ୍ରଣ ପାଇଁ ସହଦେବଖୁଣ୍ଟା ପୋଲିସ ଉପସ୍ଥିତ ରହିଥିବାର ଜଣାଯାଇଛି ।


