ଭୁବନେଶ୍ଵର : ଡ୍ରେନ ପାଣି ପୁନଃ ବ୍ୟବହାର କରିବାକୁ ନଗର ଉନୟନ ବିଭାଗ ଯୋଜନା କରିଥିବାର କହିଛନ୍ତି ମନ୍ତ୍ରୀ। ଜଳସଙ୍କଟକୁ ଦୃଷ୍ଟିରେ ରଖି ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ନାଳ ନର୍ଦ୍ଦମାର ଦୂଷିତ ଜଳକୁ ବିଶୋଧନ କରାଯାଇ ବ୍ୟବହାର କରାଯିବ । ଏହି ବିଶୋଧିତ ଜଳକୁ କୃଷି, ଅଗ୍ନିଶମ ଓ ଶିଳ୍ପ କ୍ଷେତ୍ରରେ ବ୍ୟବହାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏହା ସହିତ ସହରାଞ୍ଚଳରେ ପୁଷ୍କରିଣୀ ପୁନରୁଦ୍ଧାର ହୋଇ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।


