କଟକ : କଟକ ଓଏମପି ଷଷ୍ଠ ବାଟାଲିଆନ ଭିତରେ ପୋଲିସକୁ ଛୁରାମାଡ ହୋଇଥିବାରା ଅଭିଯୋଗ ହୋଇଛି । ଏହି ଘଟଣାରେ ୩ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ବେକ, ହାତ ଓ ପିଠିରେ ଆଘାତ ଲାଗିଛି । ବାଟାଲିଆନ ନିକଟରେ ଥିବା ପୋଖରୀ ନିକଟରେ କିଛି ଯୁବକ ଯୁବତୀ ବସିଥିଲେ । ପୋଲିସ ପାଟ୍ରୋଲିଂ ଭ୍ୟାନ ବାରଣ କରିବାରୁ ବଚସା ହୋଇଥିଲା । ଏହି ବଚସାରୁ ସେମାନେ ପୋଲିସ କର୍ମଚାରୀଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ପୋଲିସ ଏହି ଘଟଣାର ତଦନ୍ତ ଜରିରଖିଛି ।


