Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବେଗୁନିଆରେ ପଞ୍ଚମ ସାଂସଦ ଚିକିତ୍ସା ଶିବିର ଅନୁଷ୍ଠିତ
ଆଜିର ଖବର

ବେଗୁନିଆରେ ପଞ୍ଚମ ସାଂସଦ ଚିକିତ୍ସା ଶିବିର ଅନୁଷ୍ଠିତ

May 18, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Aparajita Sarangi attends MP Medical Camp at Begunia
Aparajita Sarangi attends MP Medical Camp at Begunia

ଭୁବନେଶ୍ଵର: ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଏବଂ ଏହାର ଆଖପାଖ ଅଞ୍ଚଳର ଲୋକ ମାନଙ୍କ ପାଇଁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପକ୍ଷରୁ ଲଗାତାର ଭାବେ ଜାରି ରହିଛି ବିଭିନ୍ନ ଉନ୍ନୟନ ମୂଳକ ଲୋକାଭିମୁଖୀ କାର୍ଯ୍ୟ। କେବଳ ଭିତ୍ତିଭୂମି ବିକାଶ ମଧ୍ୟରେ ତାହା ସୀମିତ ନ ରହି ଜନ ସାଧାରଣଙ୍କ ଶିକ୍ଷା , ସ୍ୱାସ୍ଥ୍ୟ ଆଦିକୁ ମଧ୍ୟ ନିଜର ଦାୟିତ୍ୱ ଭାବରେ ନେଇ ବିଭିନ୍ନ କାର୍ଯ୍ୟ କରି ଚାଲିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେହି ଧାରାରେ ଚଳିତ ମାସର ୩ୟ ରବିବାର ରେ ବେଗୁନିଆ ବିଧାନସଭା ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ବୋଲଗଡ ବ୍ଲକ,ମାଣିକଗଡ,ଗଦାଧର ବାଞ୍ଚାନିଧି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ପଞ୍ଚମ ସାଂସଦ ଚିକିତ୍ସା ଶିବିର। ଦୂର ଦୂରାନ୍ତ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ ଓ ସୁନିଶ୍ଚିତ କରିବାର ମୂଳ ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଏଭଳି ପ୍ରତ୍ୟେକ ସାଂସଦ ସ୍ୱାସ୍ଥ୍ୟ ଶିବିରରେ ପାଖାପାଖି ୬୦୦ରୁ ଊର୍ଦ୍ଧ୍ବ ଲୋକ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଥିବା ବେଳେ, ମାଗଣା ଔଷଧ ମଧ୍ୟ ଯୋଗାଇ ଦିଆଯାଉଛି। ଏହି ସ୍ୱାସ୍ଥ୍ୟ ଶିବିରରେ କ୍ୟାପିଟାଲ ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ବିଭାଗର ଡ଼ାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଯୋଗ ଦେଇ ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷାକରି ଆବଶ୍ୟକୀୟ ପରାମର୍ଶ ଦେଉଛନ୍ତି।

ଏହି ଅବସରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେବା ସହିତ କେବଳ ଭିତ୍ତିଭୂମି ବିକାଶ ନୁହେଁ, ନିଜ ଅଞ୍ଚଳର ଜନ ସାଧାରଣଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ଦାୟିତ୍ୱ ମଧ୍ୟ ତାଙ୍କର ବୋଲି କହିଛନ୍ତି। ପ୍ରତ୍ୟେକ ମାସର ତୃତୀୟ ରବିବାରରେ ତାଙ୍କ ସଂସଦୀୟ କ୍ଷେତ୍ର ର ୮ଟି ବ୍ଲକରେ ଗୋଟେ ପରେ ଗୋଟେ ଏହିଭଳି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେଉଥିବା ବେଳେ ଆସନ୍ତା ମାସରେ ବାଲିପାଟଣାରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ସାଂସଦଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକେ ବେଶ୍ ପ୍ରଶଂସା କରିଥିବା ବେଳେ, ଆଗକୁ ମଧ୍ୟ ଏହା ଚାଲୁ ରହିବ ବୋଲି କହିଛନ୍ତି ସାଂସଦ।

Aparajita Sarangi Begunia MP Medical Camp ବେଗୁନିଆ ସାଂସଦ ଚିକିତ୍ସା ଶିବିର
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀଶ୍ରୀ ବାବା ପ୍ରତାପେଶ୍ବର ମହାଦେବଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲେ ପୃଥ୍ୱୀରାଜ ହରିଚନ୍ଦନ

May 18, 2026

ପ୍ରଧାନମନ୍ତ୍ରୀଙ୍କ ଆଫସ୍ଲୁଇଟଡିଜକ୍ ଡ୍ୟାମ୍ ପରିଦର୍ଶନ

May 18, 2026

ଶପଥ ଗ୍ରହଣ ଉତ୍ସବ ପୂର୍ବରୁ କେରଳ କ୍ୟାବିନେଟ ଘୋଷଣା

May 17, 2026

ମୃତ୍ୟୁଞ୍ଜୟ-ହାରାମଣୀ ଛାତ୍ରବୃତ୍ତି ମେଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

May 17, 2026
Latest News

ବେଗୁନିଆରେ ପଞ୍ଚମ ସାଂସଦ ଚିକିତ୍ସା ଶିବିର ଅନୁଷ୍ଠିତ

May 18, 2026

ଶ୍ରୀଶ୍ରୀ ବାବା ପ୍ରତାପେଶ୍ବର ମହାଦେବଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲେ ପୃଥ୍ୱୀରାଜ ହରିଚନ୍ଦନ

May 18, 2026

ପ୍ରଧାନମନ୍ତ୍ରୀଙ୍କ ଆଫସ୍ଲୁଇଟଡିଜକ୍ ଡ୍ୟାମ୍ ପରିଦର୍ଶନ

May 18, 2026

ଶପଥ ଗ୍ରହଣ ଉତ୍ସବ ପୂର୍ବରୁ କେରଳ କ୍ୟାବିନେଟ ଘୋଷଣା

May 17, 2026

ମୃତ୍ୟୁଞ୍ଜୟ-ହାରାମଣୀ ଛାତ୍ରବୃତ୍ତି ମେଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.