Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲିଅନ୍ତା ଭିଡ଼ ହିଂସା ଘଟଣାର ପୁନରାବୃତ୍ତି : ସାମନାକୁ ଆସିଲା ଆଉ ଏକ ସଂଘବଦ୍ଧ ଆକ୍ରମଣର ଦୃଶ୍ୟ
ଆଜିର ଖବର

ବାଲିଅନ୍ତା ଭିଡ଼ ହିଂସା ଘଟଣାର ପୁନରାବୃତ୍ତି : ସାମନାକୁ ଆସିଲା ଆଉ ଏକ ସଂଘବଦ୍ଧ ଆକ୍ରମଣର ଦୃଶ୍ୟ

May 19, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚୌଦ୍ଵାର: ସମ୍ପ୍ରତି ବାଲିଅନ୍ତାର ଭିଡ ହିଂସା ମନରୁ ଯାଇନଥିବାବେଳେ ଗତକାଲି ବରହମପୁରଠାରେ ଦୁଇ ଯୁବକ ଯୁବତୀଙ୍କୁ ରାସ୍ତାଉପରେ କିଛି ଯୁବକ ଠେଙ୍ଗାରେ ପିଟି ପିଟି ମାରୁଥିବାର ଦେଖିବାକୁ ମିଳିଥିଲା। ଠିକ ସେମିତି ବାଲିଅନ୍ତା ଭିଡ଼ ହିଂସା ଘଟଣା ପରି ଚୌଦ୍ଵାର ଥାନା ଅଂଚଳରେ ଚୋର ସନ୍ଦେହରେ ପୁଣି ଏକ ସଂଘବଦ୍ଧ ଆକ୍ରମଣ ସାମ୍ନାକୁ । ଚୋର ସନ୍ଦେହରେ ଜଣେ ଯୁବକକୁ ଭାବେ ମରଣାନ୍ତକ ଆକ୍ରମଣର ଅଭିଯୋଗ ହୋଇଛି । ତେବେ ଏହି ସଂଘବଦ୍ଧ ଆକ୍ରମଣକାରୀଙ୍କ ମଧ୍ୟରୁ ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆଉ କିଛି ଅଭିଯୁକ୍ତଙ୍କୁ ଚୌଦ୍ଵାର ଥାନା ପୁଲିସ ଖୋଜୁଛି ।

ମିଳିଥିବା ସୂଚନା ଅନୁସାରେ ଜଣେ ଗ୍ୟାରେଜ ଦୋକାନ ନିକଟରେ ବୁଲୁଥିବା ବେଳେ ତାକୁ ଚୋର ସନ୍ଦେହ କରି ଅଭିଯୁକ୍ତମାନେ ନିର୍ଦ୍ଧୁମ ଭାବେ ସଂଘବଦ୍ଧ ଆକ୍ରମଣ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିକୁ ଉଦ୍ଧାର କରି ସିସିଟିଭି ଯାଞ୍ଚ କରି ଥିଲା। ପରେ ଲୋକଟି ଚୋରୀ କରିବାକୁ ଆସି ନଥିବାର ଜଣାପଡିଥିଲା। ସିସିଟିଭି ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରି ତିନି ଜଣ ଅଭିଯୁକ୍ତଙ୍କ ବିରୋଧରେ ସଙ୍ଗୀନ ଦଫା ଲଗାଇଛି।

ସୂଚନାଯୋଗ୍ୟ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସରକାରଙ୍କ ଆୟତ୍ତରେ ନଥିବା ପରି ଲାଗୁଛି । ରାଜ୍ୟସାରା ଚୋରୀ, ଅପରାଧୀ, ହତ୍ୟା, ଅପହରଣ ଘଟଣା ଘଟିବା ସହିତ ଭିଡ ହିଂସା ପରି ଘଟଣା ରାଜ୍ୟର ଆଇନ ଶୃଙ୍ଖଳାକୁ ଅଧିକ ବିପର୍ଯ୍ୟସ୍ତ କରିଦେଉଛି । ପୋଲିସ ପ୍ରତି କାହାର ଭୟ ନଥିବା ପରି ଲାଗୁଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସଜାଡିବା ଦିଗରେ ସରକାର ଯେ ଫେଲ ମାରୁଛନ୍ତି, ଏଥିରେ ସନ୍ଦେହ ନାହିଁ । ଅପରାଧ ଓ ଅପରାଧୀ ଦମନ କରିବା ଦିଗରେ ସରକାରଙ୍କ ପାରିବା ପଣିଆ ଏବେ ପଦାରେ ପଡିଲାଣି । ତେବେ ଏଇ ଦିଗରେ ସରକାର ଦୃଢ ତଥା ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ ।

crime lawandorder moblyching ବାଲିଅନ୍ତା ଭିଡ଼ ହିଂସା ସଂଘବଦ୍ଧ ଆକ୍ରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ମସଜିଦରେ ଗୁଳିମାଡ଼ : ୫ ମୃତ

May 19, 2026

ପୁଣି ଥରେ ବଢିଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ

May 19, 2026

ଓଡ଼ିଶାରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ପର୍ଯ୍ୟାପ୍ତ ଏବଂ ନିରବଚ୍ଛିନ୍ନ ଯୋଗାଣ ଜାରି

May 19, 2026

ଦେଶରେ ମହଜୁଦ ରହିଛି ପ୍ରଚୁର ସାର: ଖୁଚୁରା ମୂଲ୍ୟରେ ହୋଇନି ପରିବର୍ତ୍ତନ

May 19, 2026
Latest News

ବାଲିଅନ୍ତା ଭିଡ଼ ହିଂସା ଘଟଣାର ପୁନରାବୃତ୍ତି : ସାମନାକୁ ଆସିଲା ଆଉ ଏକ ସଂଘବଦ୍ଧ ଆକ୍ରମଣର ଦୃଶ୍ୟ

May 19, 2026

ମସଜିଦରେ ଗୁଳିମାଡ଼ : ୫ ମୃତ

May 19, 2026

ପୁଣି ଥରେ ବଢିଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ

May 19, 2026

ଓଡ଼ିଶାରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ପର୍ଯ୍ୟାପ୍ତ ଏବଂ ନିରବଚ୍ଛିନ୍ନ ଯୋଗାଣ ଜାରି

May 19, 2026

ଦେଶରେ ମହଜୁଦ ରହିଛି ପ୍ରଚୁର ସାର: ଖୁଚୁରା ମୂଲ୍ୟରେ ହୋଇନି ପରିବର୍ତ୍ତନ

May 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.