ଭୁବନେଶ୍ବର : ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆଉ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। କ୍ରାଇମବ୍ରାଞ୍ଚ ଟିମ୍ ନୟାଗଡ଼ ରଣପୁର ଅଞ୍ଚଳରେ ଚଢାଉ କରି ଘଟଣାରେ ସମ୍ପୃକ୍ତ ୨ଜଣଙ୍କୁ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତମାନେ ହେଲେ ପଞ୍ଚାନନ ବଡ଼ଜେନା ଓରଫ କାଳିଆ ଏବଂ ରଞ୍ଜିତ ରଣା। ପୂର୍ବରୁ ୪ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଏହି ୨ ଅଭିଯୁକ୍ତଙ୍କୁ ମିଶାଇ ଗିରଫ ସଂଖ୍ୟା ୧୫କୁ ବୃଦ୍ଧି ହୋଇଥିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।


