Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ସାରା ରାଜ୍ୟରେ କୌଣସି କଟକଣା ବିନା ଜାରି ରହିଛି ଜାଳେଣି ବିତରଣ
ରାଜ୍ୟ ଖବର

ସାରା ରାଜ୍ୟରେ କୌଣସି କଟକଣା ବିନା ଜାରି ରହିଛି ଜାଳେଣି ବିତରଣ

May 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସାମ୍ପ୍ରତିକ ପରିସ୍ଥିତିରେ ଜାରି ରହିଥିବା ବିଶ୍ୱସ୍ତରୀୟ ଅନିଶ୍ଚିତତା ସବୁ ତୈଳ ଏବଂ ଗ୍ୟାସ କ୍ଷେତ୍ରକୁ ପ୍ରଭାବିତ କରୁଥିବା ସତ୍ତ୍ୱେ, ଦେଶର ସରକାରୀ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ ଓଏଲ୍, ବିପିସିଏଲ୍ ଏବଂ ଏଚପିସିଏଲ୍ ପକ୍ଷରୁ ସାରା ଓଡ଼ିଶାରେ ବିନା କୌଣସି ବାଧା ବିଘ୍ନ ଓ କଟକଣାରେ ଇନ୍ଧନ ଯୋଗାଣ ଜାରି ରହିଛି। କାର୍ଯ୍ୟକ୍ଷମ ସମସ୍ତ ପେଟ୍ରୋଲ ପମ୍ପରେ ପେଟ୍ରୋଲ, ଡିଜେଲ ବିତରଣ କରାଯାଉଛି। ସେହିପରି ଏଲପିଜି ଯୋଗାଣ ମଧ୍ୟ ନିରବଚ୍ଛିନ୍ନ ଭାବେ ଜାରି ରହିଥିବା ସରକାରୀ ଭାବେ ସୂଚନା ଦିଆଯାଇଛି।


ଟର୍ମିନାଲ୍, ଡିପୋ, ଏଲପିଜି ବୋଟଲିଂ ପ୍ଲାଣ୍ଟ ଏବଂ ଖୁଚୁରା ଆଉଟଲେଟ୍ (ପେଟ୍ରୋଲ ପମ୍ପ) କୁ ନେଇ ଗଠିତ ଏହାର ବ୍ୟାପକ ଯୋଗାଣ ନେଟୱାର୍କ ମାଧ୍ୟମରେ ଜାଳେଣିର ସହଜ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ତୈଳ ଶିଳ୍ପ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ସମସ୍ତ ଆଉଟଲେଟ୍ରେ ଜାଳେଣି ବିତରଣ କାର୍ଯ୍ୟ ସୁରୁଖୁରୁରେ ଚାଲିଛି ଏବଂ ନିର୍ଦ୍ଧାରିତ ସୁରକ୍ଷା ଓ କାର୍ଯ୍ୟକ୍ଷମ ନିୟମାବଳୀ ଅନୁଯାୟୀ ବିନା କୌଣସି କଟକଣାରେ ଯୋଗାଣ ବଜାୟ ରଖାଯାଉଛି।


ଯୋଗାଣ ଶୃଙ୍ଖଳାରେ ପେଟ୍ରୋଲିୟମ ଦ୍ରବ୍ୟର ପର୍ଯ୍ୟାପ୍ତ ମହଜୁଦ୍ ରହିଛି ଏବଂ ପ୍ରକୃତ ଗ୍ରାହକଙ୍କ ଚାହିଦାକୁ ଦକ୍ଷତାର ସହ ପୂରଣ କରିବା ପାଇଁ କ୍ରମାଗତ ଭାବେ ଷ୍ଟକ୍ ପୂରଣ କରାଯାଉଛି। ଘରୋଇ ଗ୍ରାହକମାନଙ୍କୁ ଏଲପିଜି ଯୋଗାଣ ମଧ୍ୟ ସ୍ୱାଭାବିକ ଭାବେ ବଜାୟ ରଖାଯାଉଛି ଏବଂ ସାରା ରାଜ୍ୟରେ ବିତରଣ କାର୍ଯ୍ୟ ସୁରୁଖୁରୁରେ ଆଗକୁ ବଢ଼ୁଛି।


ନାଗରିକମାନଙ୍କ ପାଇଁ ନିରବଚ୍ଛିନ୍ନ ଶକ୍ତି ଉପଲବ୍ଧତା ନିଶ୍ଚିତ କରିବାକୁ ଯାଇ ସରକାରୀ ତୈଳ ବିପଣନ କମ୍ପାନୀଗୁଡ଼ିକ ପରିବହନ (ଲଜିଷ୍ଟିକ୍ସ), ଷ୍ଟକ୍ ସ୍ଥିତି ଏବଂ ବିତରଣ ଯୋଜନା ଉପରେ ନିବିଡ଼ ସମନ୍ୱୟ ରକ୍ଷା କରୁଛନ୍ତି। ସାମଗ୍ରିକ ଯୋଗାଣ ସ୍ଥିତି ସ୍ଥିର ରହିଛି ଏବଂ ଏହା ଉପରେ କ୍ରମାଗତ ନଜର ରଖାଯାଇଛି।
ନାଗରିକମାନଙ୍କୁ ସ୍ୱାଭାବିକ ଭାବେ କ୍ରୟ ଜାରି ରଖିବାକୁ ଏବଂ ଅନାବଶ୍ୟକ ଭାବେ ଆତଙ୍କିତ ହୋଇ କିଣାକିଣି ନକରିବାକୁ ଅନୁରୋଧ କରାଯାଇଛି। ଜାଳେଣି ଉପଲବ୍ଧତା ସମ୍ପର୍କରେ ପ୍ରାମାଣିକ ଏବଂ ଯାଞ୍ଚ ହୋଇଥିବା ସୂଚନା ପାଇବାକୁ କେବଳ ତୈଳ ବିପଣନକାରୀ କମ୍ପାନୀଗୁଡ଼ିକ ଦ୍ୱାରା ସମୟ ସମୟରେ ଜାରି କରାଯାଉଥିବା ସରକାରୀ ସୂଚନା ଉପରେ ଭରସା କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।

BPCL HPCL IOL
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାର ପାରମ୍ପରିକ କଳାର ସଂରକ୍ଷଣ ଓ ପ୍ରେତ୍ସାହନ

July 23, 2026

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧିନରେ ଓଡ଼ିଶାର ନୀଳ ଅର୍ଥନୀତି

July 23, 2026

ଜୈବ ବିବିଧତା ସଂରକ୍ଷଣ ପାଇଁ ଏନ୍‌ବିଏର ବଡ଼ ପଦକ୍ଷେପ: ଓଡ଼ିଶା ସମେତ ୧୧ ରାଜ୍ୟକୁ ୬.୬୭ କୋଟି ମଞ୍ଜୁର

July 23, 2026

କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ

July 22, 2026
Latest News

ଓଡ଼ିଶାର ପାରମ୍ପରିକ କଳାର ସଂରକ୍ଷଣ ଓ ପ୍ରେତ୍ସାହନ

July 23, 2026

“ସୋନମ୍! ଯଥେଷ୍ଟ ହେଲା, ଆଗକୁ ଆଉ ବଢାଅ ନାହିଁ”: ପ୍ରତିବାଦ ବନ୍ଦ କରିବାକୁ ନିବେଦନ କଲେ ସଲମାନ୍ ଖାନ

July 23, 2026

ଗୌତମ ଗମ୍ଭୀରଙ୍କ କୋଚିଂ ପଦ ଛାଡିବା ପରେ ପ୍ରଥମ ମ୍ୟାଚ୍ ଜିତିଲେ  ଅଧିନାୟକ ଶ୍ରେୟସ ଆୟର

July 23, 2026

ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

July 23, 2026

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ଝଟକା: ବାଦ୍ ପଡିଲେ ପଦକ ଦାବିଦାର

July 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.