ବ୍ରହ୍ମପୁର : ବ୍ରହ୍ମପୁର ଗିରିରୋଡ୍ ବର୍ବରତା ଘଟଣାରେ ଅଭିଯୁକ୍ତ ରାଜ୍ ମାଲହୋତ୍ରା ଓ ଲିଙ୍ଗରାଜ ସାମଲଙ୍କୁ ବ୍ରହ୍ମପୁର ଟାଉନ ଥାନା ପୋଲିସ ଗିରଫ କରିଛି । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପୋଲିସ ୨ଟି ସ୍କୁଟର, ଗୋଟିଏ ଲାଠି ଓ ଗୋଟିଏ ମୋବାଇଲ ଜବତ କରିଛି । ତେବେ ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ସାହୁ ଏଯାଏଁ ଫେରାର ଥିବା ପୋଲିସ କହିଛି । ଗିରିରୋଡ୍ ବର୍ବରତା ପଛରେ ଗ୍ୟାଙ୍ଗୱାର ଲିଙ୍କ ଥିବାର ପୋଲିସ ସନ୍ଦେହ କରୁଛି ।


