ରେଢ଼ାଖୋଲ (କନ୍ଦର୍ପ ବେହେରା) : ନାକଟିଦେଉଳ ବ୍ଲକ ଡ଼ଇଁଚା ଗ୍ରାମର ବିଭିନ୍ନ ଅଫିସ ସମ୍ମୁଖରେ ବେଆଇନ ଦେଶୀ, ବିଦେଶୀ ଓ ହାଣ୍ଡିଆ ମଦ ବିକ୍ରି ବିରୁଦ୍ଧରେ ଆଜି ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ହାଟ ପଦା ନିକଟରେ ରାଞ୍ଚି ବିଜୟ ୱାଡ଼ା ରାସ୍ତାକୁ ଡ଼ଇଁଚା ଗ୍ରାମବାସୀ ଅବରୋଧ କରିଥିଲେ । ଯାହାଫଳରେ ୩ ଘଣ୍ଟା ଧରି ଉଭୟ ପାଶ୍ଵରେ ଶହ ଶହ ଗାଡି ମଟର ଅଟକି ରହିଥିଲା । ଏହି ଅଟକ ନେଇ ଯାତ୍ରୀ ମାନେ ନାହିଁ ନ ଥିବା ଦୁର୍ଦଶା ଭୋଗୀ ଥିଲେ । ଆମ୍ବୁଲାନ୍ସ, ତଥା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କୁ ଛାଡି ଦେଲେ ଅନ୍ୟ ଗାଡି ମଟର କୁ ଗ୍ରାମ ବାସି ଅଟକାଇଥିଲେ । ପୋଲିସ ଓ ଅବକାରି ବିଭାଗକୁ ଗ୍ରାମବାସୀ ଲିଖିତାକାରରେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନ ଥିବାରୁ ଏହି ରାସ୍ତା ରୋକ ହୋଇଥିଲା । ଗ୍ରାମର ସମସ୍ତ ଅଫିସ ସମ୍ମୁଖରେ ବେଆଇନ ଦେଶୀ, ବିଦେଶୀ, ମହୁଲି ଆଦି ବିକ୍ରି ହେଉଥିବାରୁ ଗ୍ରାମରେ ବହୁ ସମୟରେ ଟିକିଏ କଥାରେ ହାତାହାତି ହେବା ସହ କଲେଜ, ସ୍କୁଲ ପଢିଯାଉଥିବା ଛାତ୍ର ଛାତ୍ରୀ ମାନେ ନିଜକୁ ସୁରକ୍ଷା ମଣୁ ନାହାନ୍ତି । ଏପରିକି ମଦୁଆ ମାନଙ୍କର ଉତ୍ପାତ ବଢିଚାଲିଛି l। ଖବର ପାଇ ନାକଟିଦେଉଳ ତହସିଲଦାର ମାଜିଷ୍ଟେଟ ଦାୟିତ୍ୱରେ ରେଢ଼ାଖୋଲ ଥାନାଧିକାରୀଓ ଅବକାରୀ ଇନ୍ସପେକ୍ଟର ପହଂଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ । ଶେଷରେ ଅବକାରୀ ବିଭାଗ ଲିଖିତ ପ୍ରତିଶ୍ରୁତି ଦେବାରୁ ରାସ୍ତା ରୋକ ବନ୍ଦ ହୋଇଥିଲା l । ଗ୍ରାମର ଶହ ଶହ ଜନସାଧାରଣ ଏହି ରାସ୍ତା ରୋକରେ ସାମିଲ ହୋଇଥିଲେ ।


