ବିଭିନ୍ନ ଉତ୍ତର ଭାରତୀୟ ସହରରେ ବର୍ଷା ଫଳରେ 28 ଜଣଙ୍କ ମୃତ୍ୟୁ ଘଟିଛି । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଞ୍ଜାବରେ ରବିବାର ଭୟଙ୍କର ବର୍ଷା ଫଳରେ ଅନ୍ୟ 22 ଜଣ ନିଖୋଜ ଅଛନ୍ତି । ରବିବାର ଭୟଙ୍କର ବର୍ଷା ଫଳରେ ଦିଲ୍ଳୀ, ହରିୟାଣା, ପଞ୍ଜାବ ଏବଂ ଉତ୍ତର ପ୍ରଦେଶରେ ବନ୍ୟା ସତର୍କ ସୂଚନା ଜାରି କରାଯାଇଛି । ହାଥିନୀ କୁଣ୍ଡ ବ୍ୟାରେଜ୍ରୁ 8.14 ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହୋଇଥିବାରୁ ହରିୟାଣା ସରକାର ଭାରତୀୟ ସେନାକୁ ପରସ୍ଥିତି ନିୟନ୍ତ୍ରଣ ପାଇଁ ସେନାକୁ ଆମନ୍ତ୍ରଣ ଦେଇଛି । ଦିଲ୍ଲୀ ଏବଂ ହରିୟାଣାରେ ଯମୁନା ନଦୀ ବିପଦ ସଙ୍କେତ ପାର କରିଥିବାରୁ ଉଭୟ ରାଜ୍ୟରେ ବନ୍ୟା ସତର୍କ ସୂଚନା ଜାରି କରାଯାଇଛି । ଉତ୍ତରାଖଣ୍ଡରେ 3 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 22 ଜଣ ନିଖୋଜ ହୋଇଛନ୍ତି । ସେହିପରି ସିମ୍ଳାରେ 9 ଜଣ, ସୋଲାନ୍ରେ 5 ଜଣ, କୁଲ୍ଲୁ ଏବଂଶ୍ରୀମାଉର୍ରେ ଦୁଇ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି ।