ଭୁବନେଶ୍ଵର : ଓଡିଶାରେ ଭୋଟର ତାଲିକା ସଂଶୋଧନ ନେଇ ସିଇଓଙ୍କ ପ୍ରେସମିଟ । କାଲିଠୁ ରାଜ୍ୟରେ ଏସଆଇଆର । ଏହା ଜୁନ ୨୮ ଯାଏଁ ଚାଲିବ । କାଲିଠୁ ଘର ଘର ବୁଲି ଭୋଟର ତାଲିକା ସଂଶୋଧନ କରିବେ ବିଏଲଓ । ୩ କୋଟି ୧୬୩ ହଜାର ୩୨୩ ଜଣ ଭୋଟରଙ୍କ ମ୍ୟାପିଂ ସରିଛି । ୧୭ ପ୍ରତିଶତ ଲଜିକାଲ ଏରର ବାହାରିଛି । ଏହାକୁ ସଂଶୋଧନ କରିବେ ବିଏଲଓ । ବିଏଲଓଙ୍କ ଜରିଆରେ ଭୋଟର ଆଇଡ଼ିର ସଂଶୋଧନ କରିପାରିବେ ବୋଲି ସୂଚନା ରହିଛି । ପ୍ରତ୍ୟେକ ଭୋଟରଙ୍କୁ ୨ଟି ଫର୍ମ ଦିଆଯିବ । ଗୋଟିଏ ନିଜ ପାଖରେ ରଖିବେ ଆଉ ଗୋଟେ ଫର୍ମ ବିଏଲଓ କୁ ଦେବେ ।


