Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»CII MSME Connect: ଓଡିଶାରେ ଏମଏସଏମଇ ଗୁଡିକର ସଫଳତା ପାଇଁ ପଦକ୍ଷେପ
ଜାତୀୟ ଖବର

CII MSME Connect: ଓଡିଶାରେ ଏମଏସଏମଇ ଗୁଡିକର ସଫଳତା ପାଇଁ ପଦକ୍ଷେପ

May 30, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
CII MSME Connect
CII MSME Connect: ଓଡିଶାରେ ଏମଏସଏମଇ ଗୁଡିକର ସଫଳତା ପାଇଁ ପଦକ୍ଷେପ

CII MSME Connect: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଓଡିଶା ପକ୍ଷରୁ ଭୁବନେଶ୍ୱରରେ ସଫଳତାର ସହ ସିଆଇଆଇ ଏମଏସଏମଇ କନେକ୍ଟ ସିରିଜ ୨୦୨୬: ଏକ୍ସପାଣ୍ଡିଙ୍ଗ ବିଜନେସ୍ ହରାଇଜନ’ର ଆୟୋଜନ କରାଯାଇଛି, ଯାହା ଶିଳ୍ପ ସହଭାଗିତାକୁ ସୁଦୃଢ କରିବା ଏବଂ ଓଡିଶାର ଏମଏସଏମଇ କ୍ଷେତ୍ର ପାଇଁ ନୂତନ ବ୍ୟବସାୟ ସୁଯୋଗ ସୃଷ୍ଟି କରିବା ପାଇଁ ବରିଷ୍ଠ ସରକାରୀ ଅଧିକାରୀ, ଶିଳ୍ପର ବିଶିଷ୍ଟ ବ୍ୟକ୍ତି ଓ ଏମଏସଏମଇଗୁଡିକୁ ଏକତ୍ରିତ କରିଛି ।

ଏହି ସମ୍ମିଳନୀରେ ଓଡିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚରଣ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ସମ୍ମିଳନୀରେ ଉପସ୍ଥିତ ବ୍ୟକ୍ତିଙ୍କୁ ସମ୍ବୋଧିତ କରି ଶ୍ରୀ ସମ୍ପଦ ଚରଣ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ ଯେ, ୨୦୩୬ ଓ ୨୦୪୭ ସୁଦ୍ଧା ସମୃଦ୍ଧ ଓଡିଶା ଓ ବିକଶିତ ଭାରତର ଲକ୍ଷ୍ୟକୁ ହାସଲ କରିବା ପାଇଁ ବୃହତ ଶିଳ୍ପ ସହ ଏମ୍‌ଏସଏମଇଗୁଡିକୁ ମଧ୍ୟ ବିକଶିତ କରିବାର ଆବଶ୍ୟକତା ରହିଛି । ସେ ବୃହତ ଶିଳ୍ପ ଚାରିପାଶ୍ୱର୍ରେ ଏମଏସଏମଇ ସୁଯୋଗଗୁଡିକୁ ଚିହ୍ନଟ କରିବା ପାଇଁ ଏମଏସଏମଇ ଓ ସମ୍ବନ୍ଧିତ ଶିଳ୍ପଗୁଡିକ ମଧ୍ୟରେ ମଜବୁତ ସହଯୋଗିତା ସହ ଇଣ୍ଡଷ୍ଟ୍ରିଆଲ ଏରିଆ ମ୍ୟାପିଙ୍ଗ ପାଇଁ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ଓଡିଶାର ଶିଳ୍ପ ପ୍ରଗତିକୁ ହାଇଲାଇଟ କରି ସେ ଉଲ୍ଲେଖ କରିଥିଲେ ଯେ, ଆନ୍ଧ୍ରପ୍ରଦେଶ ପରେ ଉତ୍କର୍ଷ ଓଡିଶା ଅଭିଯାନଅଧିନରେ ଓଡିଶା ଦେଶରେ୨ୟ ସର୍ବାଧିକ ନିବେଶ ଗନ୍ତବ୍ୟସ୍ଥଳୀ ଭାବେ ଉଭା ହୋଇଛି ।

ଏହି ଅବସରରେ ଓଡିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ବିଭାଗର କମିଶନର ତଥା ସଚିବ ଆଇଏଏସ, ଶ୍ରୀମତି ରଶ୍ମିତା ପଣ୍ଡା ଓଡିଶାର ଏମଏସଏମଇ ଇକୋସିଷ୍ଟମର ବର୍ଦ୍ଧିତ ଶକ୍ତିକୁ ହାଇଲାଇଟ କରିଥିଲେ, ସେ କହିଥିଲେ ଯେ, ରାଜ୍ୟରେ ଉଦ୍ୟମ ଅଧିନରେ ୧୪ ଲକ୍ଷରୁ ଅଧିକ ଏମଏସଏମଇ ପଞ୍ଜୀକୃତ ରହିଛନ୍ତି। ସେ ବିକ୍ରେତାଙ୍କ ବିକାଶ, ମଜବୁତ ଶିଳ୍ପ ସଂଯୋଗ ଓ ବ୍ୟବସାୟ କରିବାର ସହଜତାକୁ ଗୁରୁତ୍ୱ ଦେବା ସହିତ ଖାଦ୍ୟ ପ୍ରକ୍ରିୟାକରଣ, ଖଣି ଏବଂଧାତୁ ଓ ବୟନଶିଳ୍ପ ଭଳି କ୍ଷେତ୍ରଗୁଡିକ ଉପରେ ସରକାରଙ୍କ ମହତ୍ୱ ସମ୍ପର୍କରେ ଉଲ୍ଲେଖ କରିଥିଲେ ।

କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସମ୍ବୋଧନରେ ସିଆଇଆଇ ଓଡିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅନୀଲ କୁମାର ସିଂହ  ଓଡିଶାରେ ନିଯୁକ୍ତି ସୃଷ୍ଟି ଓ ଅର୍ଥନୈତିକ ବିକାଶ ଦିଗରେ ଏମଏସଏମଇର ଯୋଗଦାନ ଉପରେ ଆଲୋକପାତ କରିଥିଲେ ଏବଂ ଭବିଷ୍ୟତର ଶିଳ୍ପ ନିବେଶଗୁଡିକର ଲାଭ ଉଠାଇବା ପାଇଁ ଏମଏସଏମଇ ପାଇଁ କ୍ଷମତା ବୃଦ୍ଧି କରିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ସିଆଇଆଇ ଓଡିଶା ରାଜ୍ୟ ପରିଷଦର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ମଣିକାନ୍ତ ନାୟକ ଶିଳ୍ପ ଅଭିବୃଦ୍ଧି ଅନ୍ତରକୁ ଦୂର କରିବା ଏବଂ ବ୍ୟବସାୟିକ ସମ୍ପ୍ରସାରଣ ପାଇଁ ଶିଳ୍ପଗୁଡିକ ସହ ସକ୍ରିୟ ଯୋଗଦାନ ପାଇଁ ଉଦ୍ୟୋଗଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ ବୃହତ ଶିଳ୍ପ ଓ ଏମଏସଏମଇ ମଧ୍ୟରେ ସହଭାଗିତା ଉପରେ ଗୁରୁତ୍ୱ ଦେଇଥିଲେ ।

ସେହିପରି ସିଆଇଆଇ ଓଡିଶା ରାଜ୍ୟ ପରିଷଦର ପୂର୍ବତନ ଅଧ୍ୟକ୍ଷ ଡଃ ପ୍ରଦୀପ୍ତ ମହାନ୍ତୀ ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଓ କୃଷି କ୍ଷେତ୍ର ସମେତ ସୁଲଭ ଭିତିଭୂମି ଓ ଟେକ୍ନୋଲୋଜି ଗ୍ରହଣୀୟତା କ୍ଷେତ୍ରରେ ଏମଏସଏମଇର କେନ୍ଦ୍ରିତ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ସିଆଇଆଇ ଓଡିଶା ରାଜ୍ୟ ପରିଷଦର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ ପଟ୍ଟନାୟକ ମଧ୍ୟ ଜମି, ଋଣ, ଡିଜିଟାଲ ରୂପାନ୍ତରଣ, ସ୍ଥାୟିତ୍ୱ ଓ ଏମଏସଏମଇ ପାଇଁ ବିପଦ ପରିଚାଳନା ସମ୍ପର୍କିତ ଆହ୍ୱାନଗୁଡିକୁ ହାଇଲାଇଟ କରିଥିଲେ।

ଏହି ସମ୍ମିଳନୀ ଏମଏସଏମଇଗୁଡିକୁ ସିଧାସଳଖ ବେଦାନ୍ତ ଲିଃ, ଜିନ୍ଦଲ ଷ୍ଟେନଲେସ ଲିଃ, ହିନ୍ଦାଲକୋ ଇଣ୍ଡଷ୍ଟ୍ରୀଜ ଲିମିଟେଡ, ଜେଏସଡବ୍ଲ୍ୟୁ ଷ୍ଟିଲ ଲିମିଟେଡ, ଇଫ୍‌କୋ, ତାଳଚେର ଫର୍ଟିଲାଇଜର୍ସ ଲିଃ, କାଲ୍‌ଡେରୀସ ଇଣ୍ଡିଆ ରିଫ୍ରାକ୍ଟୋରିଜ୍ ଲିଃ, ନାଲ୍‌କୋ ଲିଃ, ଏଲଆଣ୍ଡଟି, ଟିପିସିଓଡିଏଲ ଏବଂ ଶ୍ରୀ ମହାବୀର ଫେରୋ ଆଲୟଜ୍ ଭଳି ଶିଳ୍ପ ସଂସ୍ଥା ସହ ଯୋଗାଯୋଗ କରିବା ପାଇଁ ସକ୍ଷମ କରିଥିଲା । ୨୦୦ରୁ ଅଧିକ ଏମଏସଏମଇ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ।

CII CII MSME Connect MSME ଏମଏସଏମଇ ସିଆଇଆଇ
Share. Facebook Twitter LinkedIn Email WhatsApp Copy Link

Related Posts

ନୀଳାଦ୍ରିବିହାରରେ ଦୁର୍ଘଟଣା : ୧ ମୃତ

May 30, 2026

New Museum: ଭୁବନେଶ୍ବରରେ ହେବ ୮୦୦ କୋଟି ଟଙ୍କାର ବଡ ସଂଗ୍ରହାଳୟ, ଏଥିରେ ରହିବ..

May 30, 2026

ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତିର ଘୋଷଣା କେବେ ହେବ?

May 30, 2026

ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୧୮ରେ ପହଞ୍ଚିଲା

May 30, 2026
Latest News

CII MSME Connect: ଓଡିଶାରେ ଏମଏସଏମଇ ଗୁଡିକର ସଫଳତା ପାଇଁ ପଦକ୍ଷେପ

May 30, 2026

ନୀଳାଦ୍ରିବିହାରରେ ଦୁର୍ଘଟଣା : ୧ ମୃତ

May 30, 2026

New Museum: ଭୁବନେଶ୍ବରରେ ହେବ ୮୦୦ କୋଟି ଟଙ୍କାର ବଡ ସଂଗ୍ରହାଳୟ, ଏଥିରେ ରହିବ..

May 30, 2026

ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତିର ଘୋଷଣା କେବେ ହେବ?

May 30, 2026

ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୧୮ରେ ପହଞ୍ଚିଲା

May 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.