ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଗଡ଼ିଆ ଥାନା ନୂଆଗାଁ ଗ୍ରାମର ଆମ୍ବତୋଟାରେ ହାତୀ ଆକ୍ରମଣରେ ଅଙ୍ଗନୱାଡି ସହାୟିକା ୪୦ ବର୍ଷିୟା ପ୍ରମିଳା ରାଉଳଙ୍କର ମୃତ୍ୟୁ ହୋଇଛି। ଭୋର ୫ଟାରେ ଆମ୍ବ ଗୋଟେଇବାକୁ ଗାଁ ଆମ୍ବତୋଟାକୁ ଯାଇଥିଲେ। ସେଠାରେ ଗୋଠଖଣ୍ଡିଆ ଦନ୍ତା ଆକ୍ରମଣର ଶିକାର ହୋଇଥିଲେ ପ୍ରମିଳା । ବନ ବିଭାଗ ଓ ପୁଲିସ ପହଞ୍ଚି ମୃତଦେହ ବ୍ୟବଛେଦ ପାଇଁ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠେଇଛନ୍ତି।


