ଭୁବନେଶ୍ବର : ଭୁବନେଶ୍ଵର ଖଣ୍ଡଗିରି ନିକଟ ଜଗମରାରେ ଆମ୍ବୁଲାନ୍ସ ରେ ନିଆଁ । ଚଳନ୍ତା ଆମ୍ବୁଲାନ୍ସ ରେ ନିଆଁ ଲାଗି ସଂପୂର୍ଣ୍ଣ ଜଳିଯାଇଛି । ରୋଗୀ ରୋଗୀକୁ ଛାଡ଼ି ଫେରିବା ପରେ ଆମ୍ବୁଲାନ୍ସ ରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବାର ସଠିକ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଘଟଣା ସମୟରେ ଆମ୍ବୁଲାନ୍ସ କର୍ମଚାରୀମାନେ ବାହାରେ ଥିବାରୁ କୌଣସି କ୍ଷତି ହୋଇନାହିଁ ।
ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ସୁନ୍ଦରଗଡ ଟାଉନ ଥାନା ସମ୍ମୁଖରେ ଏକ ଏରଟିଗା କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ଜଳି ଛାରଖାର ହୋଇ ଯାଇଛି। ଗାଡ଼ି ଚାଳକଙ୍କୁ ନିଆଁ ଭିତରୁ ପୁଲିସ ଟାଣି ବାହାର କରିଥିବାବେଳେ ଦୁର୍ଘଟଣାରେ ତାଙ୍କ ହାତ ଛିଣ୍ଡି ଯାଇଛି।


