ଭୁବନେଶ୍ଵର : ରାଜସ୍ୱ ଆଦାୟ ବଢାଇବାକୁ ସରକାରଙ୍କ କଡା ନିର୍ଦ୍ଦେଶ । ଆର୍ଥିକ ବର୍ଷରେ ଅତି କମରେ ୧୦ ପ୍ରତିଶତ ଆଦାୟ ବୃଦ୍ଧି କରିବାକୁ ଟାର୍ଗେଟ ଦେଇଛନ୍ତି ସରକାର । ସମସ୍ତ ରାଜସ୍ୱ ଆଦାୟକାରୀ ବିଭାଗକୁ କଡା ନିର୍ଦ୍ଦେଶ ଦେଇଛନ୍ତି ସରକାର । ଭୂ ରାଜସ୍ୱ ଆଦାୟରେ ବଡ ହ୍ରାସକୁ ନେଇ ସରକାର ଅସନ୍ତୋଷ ପ୍ରକଟ କରିଛନ୍ତି । କ୍ୟାପଟିଭ ପାୱାର ପ୍ଳାଣ୍ଟ ବିଦ୍ୟୁତ ଶୁଳ୍କ, ଶିଳ୍ପ ଜଳ ଦର ଉପରେ ସରକାର ନଜର ରଖିଛନ୍ତି । ପ୍ରତି ମାସରେ ସମୀକ୍ଷା ବୈଠକ କରି ପ୍ରଗତି ଯାଞ୍ଚ କରିବେ ସରକାର ।


