ନୂଆଦିଲ୍ଲୀ: ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ନୂତନ ବିଚାରପତି । କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପାଞ୍ଚ ଜଣ ନୂତନ ବିଚାରପତିଙ୍କୁ ନିଯୁକ୍ତ କରିଛନ୍ତି। ଏହା ଦ୍ୱାରା ସୁପ୍ରିମକୋର୍ଟରେ ମୋଟ ବିଚାରପତିଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଆଜି ନବନିଯୁକ୍ତ ବିଚାରପତିଙ୍କୁ ଶପଥ ପାଠ କରାଇବେ।


