ବିହାରର ରାଜଧାନୀ ପାଟନାରୁ ଏକ ଚାଞ୍ଚଲ୍ୟକର ଖବର ଆସିଛି । ପ୍ରସିଦ୍ଧ ଖାନ ସାରଙ୍କ କୋଚିଂ ସେଣ୍ଟର ବାହାରେ ଗୁଳିକାଣ୍ଡ ଘଟିଛି । ଗୁଳିକାଣ୍ଡ ଶୁଣି ପାଖରେ ଥିବା ଛାତ୍ର ଏବଂ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇଗଲେ। କିଛି ସମୟ ପାଇଁ ସେଇ ଅଞ୍ଚଳଟି ଆତଙ୍କିତ ହୋଇଗଲା ଏବଂ ଲୋକମାନେ ନିରାପଦ ପାଇଁ ଦୌଡ଼ିବାକୁ ଲାଗିଲେ। ତେବେ ମିଳିଥିବା ସୂଚନା ଅନୁସାରେ ଖାନ ସାର୍ ଏବଂ ଅନ୍ୟ ଏକ ପ୍ରତିଦ୍ୱନ୍ଦ୍ୱୀ କୋଚିଂ ସେଣ୍ଟରର ସଞ୍ଚାଳକଙ୍କ ମଧ୍ୟରେ ଶତ୍ରୁତାକୁ ନେଇ ଏହି ଗୁଳିକାଣ୍ଡ ଘଟିଥିବା କୁହାଯାଉଛି। ଖାନ ସାରଏନକେ କୋଚିଂ ସେଣ୍ଟର ପାଟନାର ମୁସଲ୍ଲାହପୁର ହାଟ ଅଞ୍ଚଳରେ ଅବସ୍ଥିତ। ତେବେ ଏହି ଗୁଳିକାଣ୍ଡରେ କେହି ମୃତାହତ ହୋଇଥିବାର ସୂଚନା ମିଳିପାରିନାହିଁ । ତେବେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।


