ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହେଲିକପ୍ଟର ଜରୁରୀ ଅବତରଣ କରିଛି। ମୁଖ୍ୟମନ୍ତ୍ରୀ ମୟୁରଭଂଜରୁ ଭୁବନେଶ୍ବର ଫେରୁଥିବା ବେଳେ ଏହି ଘଟଣା ଘଟିଛି। ଭୁବନେଶ୍ବର ବିମାନ ବନ୍ଦରରେ ସେ ଅବତରଣ କରିବା କଥା। ହେଲେ ଭୁବନେଶ୍ବରରେ କାଳ ବୈଶାଖୀ ପାଇଁ ତାଙ୍କ ହେଲିକପ୍ଟର ଅବତରଣ କରିପାରି ନ ଥିଲା। ତାହା ଭୁବନେଶ୍ବର ପରିବର୍ତ୍ତେ ପୁରୀ ରେ ସେ ଅବତରଣ କରିଥିଲେ। ଏହାପରେ ସେ ପୁରୀରୁ ଭୁବନେଶ୍ବର ଫେରିଥିଲେ।
ଆଜି ଅପରାହ୍ନରେ ଭୁବନେଶ୍ବରର ଆକାଶ ଅନ୍ଧକାର ଘୋଟି ଝଟକା ପବନ ପ୍ରବାହିତ ହୋଇଥିଲା। ଏପରିକି ବହୁସ୍ଥାନରେ ପ୍ରବଳ ବର୍ଷା ହୋଇଥିବାର ଜଣାପଡିଛି। ଏହି କାଳ ବୈଶାଖୀ ବହୁ ସମୟ ଧରି ଲାଗି ରହିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ କରିପାରି ନ ଥିଲା।


