Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳ: ଜାଣନ୍ତୁ ସରକାରର ଐତିହାସିକ ନିଷ୍ପତ୍ତି
ଜାତୀୟ ଖବର

ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳ: ଜାଣନ୍ତୁ ସରକାରର ଐତିହାସିକ ନିଷ୍ପତ୍ତି

June 11, 2026No Comments8 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳ: ଜାଣନ୍ତୁ ସରକାରର ଐତିହାସିକ ନିଷ୍ପତ୍ତି

ନୂଆଦିଲ୍ଲୀ: ଜୁନ୍ ୧୦, ୨୦୨୬, ଭାରତୀୟ ଗଣତନ୍ତ୍ରର ଯାତ୍ରାରେ ଏକ ଐତିହାସିକ ଏବଂ ପ୍ରେରଣାଦାୟକ ମାଇଲଖୁଣ୍ଟ। ନରେନ୍ଦ୍ର ମୋଦୀ ଜଣେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ସର୍ବାଧିକ ଅବଧି ପର୍ଯ୍ୟନ୍ତ ନିରନ୍ତର କାର୍ଯ୍ୟକାଳ ପାଇଁ ଦେଶ ସେବା କରିଥିବା ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସେ ଜଣେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ୪,୩୯୯ ଦିନ ନିରନ୍ତର ସେବାର ରେକର୍ଡ ସ୍ଥାପନ କରିଛନ୍ତି – ଏହା ସ୍ୱାଧୀନ ଭାରତର ଇତିହାସରେ ପ୍ରଥମ ଥର ପାଇଁ ହାସଲ ହୋଇଛି। ଏଥି ପୂର୍ବରୁ ଜବାହରଲାଲ ନେହରୁ ୧୯୫୨ ରୁ ୧୯୬୪ ପର୍ଯ୍ୟନ୍ତ ଲଗାତାର ୪,୩୯୮ ଦିନ ପାଇଁ ଏହି ପଦବୀରେ ରହିଥିଲେ।

ଏହି ଅବସର ଭାରତର ଗଣତାନ୍ତ୍ରିକ ଚେତନା, ଜନସାଧାରଣଙ୍କ ବିଶ୍ୱାସ ଏବଂ ଲୋକଙ୍କ ଅଂଶଗ୍ରହଣର ଶକ୍ତିକୁ ପ୍ରତିଫଳନ କରିଥାଏ। ଯେତେବେଳେ ଜଣେ ଜନପ୍ରତିନିଧି ‘ରାଷ୍ଟ୍ର ପ୍ରଥମ’ର ସଂକଳ୍ପ ନେଇ ବଞ୍ଚନ୍ତି – ଜୀବନରେ ସତ୍ୟ, ସାଧୁତା, କଠିନ ପରିଶ୍ରମ, ସଚ୍ଚୋଟତା ଏବଂ ସତ୍ୟନିଷ୍ଠାକୁ ନିଜର ମାର୍ଗଦର୍ଶୀ ନୀତି ଭାବରେ ଗ୍ରହଣ କରନ୍ତି ଏବଂ ଲୋକଙ୍କ ସେବା ପାଇଁ ଦୃଢ଼ ଭାବରେ ଉତ୍ସର୍ଗୀକୃତ ରୁହନ୍ତି – ସେତେବେଳେ ଜନସାଧାରଣ ଅଭୂତପୂର୍ବ ସମର୍ଥନ ରୂପରେ ସେମାନଙ୍କର ଆଶୀର୍ବାଦ ପ୍ରଦାନ କରନ୍ତି। ଆଜିର ଐତିହାସିକ ମୁହୂର୍ତ୍ତ ହେଉଛି ଲୋକଙ୍କର ସେହି ଆଶୀର୍ବାଦର ପ୍ରତିଫଳନ।

ଏହି ଅବସରରେ କେନ୍ଦ୍ର କ୍ୟାବିନେଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି।

ଜୁନ୍ ୧୦, ୨୦୨୬ର ଏହି ଐତିହାସିକ ସଫଳତା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସଫଳତା ସହିତ ସମନ୍ୱିତ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏନଡିଏ ସରକାର ୧୨ ବର୍ଷ ପୂରଣ କରିଛି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ସରକାରର ମୁଖ୍ୟ ଭାବରେ ୨୫ ବର୍ଷର ନିରନ୍ତର ସେବାର ଐତିହାସିକ ମାଇଲଖୁଣ୍ଟ ଅତିକ୍ରମ କରିବାକୁ ଯାଉଛନ୍ତି।

ଏହା ମଧ୍ୟ ଉଲ୍ଲେଖନୀୟ ଯେ, ଛଅ ଦଶନ୍ଧି ପରେ, ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କ୍ରମାଗତ ତୃତୀୟ ଥର ପାଇଁ ଏନଡିଏ ସରକାରଙ୍କୁ ଜନାଦେଶ ଦେଇଛି। ଆମେ ଏହି ସତ୍ୟକୁ ନେଇ ଗର୍ବ କରୁଛୁ ଯେ ଆମର ନେତୃତ୍ୱ ଏପରି ଦକ୍ଷ ହାତରେ ଅଛି – ଯାହାଙ୍କ ପାଖରେ ସମ୍ବେଦନଶୀଳତା, ସଂଯମତା, ସ୍ପଷ୍ଟ ଉଦ୍ଦେଶ୍ୟ ଏବଂ ନିର୍ଣ୍ଣାୟକତା ଅଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ସେବା, ସାହସ ଏବଂ ରାଷ୍ଟ୍ର ନିର୍ମାଣ ଲକ୍ଷ୍ୟ ଉପରେ ଆଧାରିତ ଏକ ନିରନ୍ତର ଯାତ୍ରା। ଜଣେ ସଂଗଠନ କର୍ମୀ ଏବଂ ପରବର୍ତ୍ତୀ ସମୟରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବରେ ବ୍ୟାପକ ଅଭିଜ୍ଞତା ମାଧ୍ୟମରେ ଅର୍ଜନ କରିଥିବା ତୃଣମୂଳସ୍ତରର ବାସ୍ତବତା ପ୍ରତି ତାଙ୍କର ଗଭୀର ବୁଝାମଣା ନୀତିଗୁଡ଼ିକୁ ଅଧିକ ସମ୍ବେଦନଶୀଳ, ବ୍ୟବହାରିକ ଏବଂ ଫଳାଫଳ-ମୁଖୀ କରିଛି।

୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ, ସେ ସଂସଦର କେନ୍ଦ୍ରୀୟ ହଲରେ ନିଜକୁ ‘ପ୍ରଧାନ ସେବକ’ ଭାବରେ ବର୍ଣ୍ଣନା କରିଥିଲେ। ସେ ଭାରତର ସମ୍ବିଧାନକୁ ଏକ ପବିତ୍ର ଗ୍ରନ୍ଥ ଭାବରେ ପ୍ରଶଂସା କରିଥିଲେ ଏବଂ ଘୋଷଣା କରିଥିଲେ ଯେ ତାଙ୍କ ସରକାର ଗରିବଙ୍କ ପାଇଁ ସମର୍ପିତ। ‘ସବକା ସାଥ, ସବକା ବିକାଶ’ (ସମସ୍ତଙ୍କ ସହିତ, ସମସ୍ତଙ୍କ ପାଇଁ ବିକାଶ) ମନ୍ତ୍ରକୁ ସରକାରଙ୍କ ମାର୍ଗଦର୍ଶୀ ନୀତି ଭାବରେ ଗ୍ରହଣ କରାଯାଇଥିଲା ଏବଂ ଗତ ୧୨ ବର୍ଷରେ ଏହି ସଂକଳ୍ପର ଅଭିବ୍ୟକ୍ତି ଦେଖିବାକୁ ମିଳିଛି।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ଗରିବଙ୍କ କଲ୍ୟାଣକୁ ଶାସନର ମୂଳରେ ସ୍ଥାନିତ କରିଛି। ପ୍ରଥମ ଥର ପାଇଁ, ପକ୍କା ବାସଗୃହ, ବିଦ୍ୟୁତ୍, ଗ୍ୟାସ୍ ସଂଯୋଗ, ସ୍ୱଚ୍ଛ ପାନୀୟ ଜଳ ଏବଂ ଶୌଚାଳୟ ଭଳି ସୁବିଧା ଏତେ ବ୍ୟାପକ ପରିମାଣରେ କୋଟି କୋଟି ନାଗରିକଙ୍କ ପାଖରେ ପହଞ୍ଚିଛି। ଲକ୍ଷ ଲକ୍ଷ ଲୋକ ପ୍ରଥମ ଥର ପାଇଁ ବ୍ୟାଙ୍କ ଆକାଉଣ୍ଟ ଖୋଲିଛନ୍ତି ଏବଂ ଦଲାଲଙ୍କ ସମ୍ପୃକ୍ତି ବିନା ସିଧାସଳଖ ସରକାରୀ ସହାୟତା ପାଇବା ଆରମ୍ଭ କରିଛନ୍ତି। ପ୍ରଥମ ଥର ପାଇଁ, ୮୦ କୋଟିରୁ ଅଧିକ ନାଗରିକ ମାଗଣା ରାସନ ପାଇଛନ୍ତି ଏବଂ ୬୦ କୋଟିରୁ ଅଧିକ ଗରିବ ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ଭରସା ମିଳିଛି। ଏହି ପଦକ୍ଷେପଗୁଡ଼ିକ ଲୋକଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧି କରିଛି ଏବଂ ସେମାନଙ୍କ ମଧ୍ୟରେ ଏହି ବିଶ୍ୱାସ ସୃଷ୍ଟି କରିଛି ଯେ ସେମାନେ ସମ୍ମାନର ସହିତ ବଞ୍ଚିପାରିବେ। ଫଳସ୍ୱରୂପ, ୨୫ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟରୁ ମୁକୁଳି ପାରିଛନ୍ତି।

ପ୍ରଧାନମନ୍ତ୍ରୀ ଯୁବପିଢ଼ିଙ୍କୁ ଭାରତର ସର୍ବଶ୍ରେଷ୍ଠ ସମ୍ପତ୍ତି ବୋଲି ମାନିଛନ୍ତି। ତାଙ୍କ ମାର୍ଗଦର୍ଶନରେ ଦକ୍ଷତା ବିକାଶ, ଷ୍ଟାର୍ଟଅପ୍ ଇଣ୍ଡିଆ, ନବସୃଜନ, ଡିଜିଟାଲ୍ ଅର୍ଥବ୍ୟବସ୍ଥା, କ୍ରୀଡା, ଉଦ୍ୟୋଗ ଏବଂ ଫିଟନେସ୍ ଭଳି କ୍ଷେତ୍ରଗୁଡ଼ିକୁ ଅଭୂତପୂର୍ବ ଗତି ମିଳିଛି। ଗତ ୧୨ ବର୍ଷ ମଧ୍ୟରେ ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ପାଲଟିଛି ଏବଂ ବର୍ତ୍ତମାନ ଏକ ପ୍ରମୁଖ ବିଶ୍ୱ କ୍ରୀଡ଼ା ଶକ୍ତି ଭାବରେ ଉଭା ହେଉଛି।  ଚନ୍ଦ୍ରଯାନ ମିଶନ ଅଧୀନରେ ଚନ୍ଦ୍ରର ଦକ୍ଷିଣ ମେରୁରେ ତ୍ରିରଙ୍ଗା ଉଡ଼ାଇ ଭାରତ ବିଶ୍ୱ ସମ୍ମୁଖରେ ଏହାର ବର୍ଦ୍ଧିତ ବୈଜ୍ଞାନିକ ଦକ୍ଷତା ପ୍ରଦର୍ଶନ କରିଛି।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଗତ ୧୨ ବର୍ଷ ମଧ୍ୟରେ ଭାରତର ଅଭିବୃଦ୍ଧି ଯାତ୍ରାରେ ‘ମହିଳା ନେତୃତ୍ୱାଧୀନ ବିକାଶ’ର ଏକ ନୂତନ ଅଧ୍ୟାୟ ଯୋଡା ଯାଇଛି। ତାଙ୍କ ମାର୍ଗଦର୍ଶନରେ, ସରକାର ନିରନ୍ତର ଦେଶର ମହିଳାମାନଙ୍କୁ ସମସ୍ତ ନୀତିର କେନ୍ଦ୍ରରେ ରଖିଛନ୍ତି। ଶୌଚାଳୟ ସୁବିଧା, ଧୂଆଁମୁକ୍ତ ରୋଷେଇ ଘର ଏବଂ ଗର୍ଭାବସ୍ଥାରେ ଆର୍ଥିକ ସହାୟତା ଠାରୁ ଆରମ୍ଭ କରି ମୁଦ୍ରା ଯୋଜନା, ମହିଳାଙ୍କ ନାମରେ ଆବଣ୍ଟିତ ଗୃହ ଏବଂ ‘ଲକ୍ଷପତି ଦିଦି’ ଅଭିଯାନ – ଜନ୍ମଠାରୁ ମୃତ୍ୟ ପର୍ଯ୍ୟନ୍ତ ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ମହିଳାମାନଙ୍କ ପାଇଁ ଏକ ବ୍ୟାପକ ସହାୟତା ବ୍ୟବସ୍ଥା ବିକଶିତ କରାଯାଇଛି। ଲୋକସଭା ଏବଂ ରାଜ୍ୟ ବିଧାନସଭା ଗୁଡ଼ିକରେ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ କରି ଜାତୀୟ ନୀତି ନିର୍ଦ୍ଧାରଣରେ ମହିଳାଙ୍କ ଅଂଶଗ୍ରହଣକୁ ଆହୁରି ବୃଦ୍ଧି କରିବା ପାଇଁ ମଧ୍ୟ ପ୍ରୟାସ କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କଳ୍ପନା କରାଯାଇଥିବା ବିକଶିତ ଭାରତର ଚାରିଟି ସ୍ତମ୍ଭ ମଧ୍ୟରୁ ଆମର ଚାଷୀମାନେ ହେଉଛନ୍ତି ଗୋଟିଏ ପ୍ରମୁଖ ସ୍ତମ୍ଭ । ଗତ ୧୨ ବର୍ଷ ମଧ୍ୟରେ, ଚାଷୀମାନଙ୍କ ପାଇଁ ଅନେକ ପଦକ୍ଷେପ ନିଆଯାଇଛି, ଯେପରିକି ନୂତନ ବିହନ ପ୍ରଚଳନ, ଦୀର୍ଘ ଦିନରୁ ବିଳମ୍ବିତ ଜଳସେଚନ ପ୍ରକଳ୍ପ ସମାପ୍ତ କରିବା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା କାର୍ଯ୍ୟକାରୀ କରିବା, ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଏବଂ ସରକାରୀ କ୍ରୟ ବୃଦ୍ଧି କରିବା। କୃଷି କ୍ଷେତ୍ରରେ ଅଭୂତପୂର୍ବ କାର୍ଯ୍ୟ କରାଯାଇଛି, ବିଶେଷକରି ଛୋଟ ଚାଷୀ, ପଶୁପାଳକ ଏବଂ ମତ୍ସ୍ୟଜୀବୀଙ୍କ ପାଇଁ। ପ୍ରାଣୀପାଳକ ଏବଂ ମତ୍ସ୍ୟଜୀବୀଙ୍କୁ କିଷାନ କ୍ରେଡିଟ୍ କାର୍ଡ ଯୋଗାଇ ଦେବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିରୁ ଲକ୍ଷ ଲକ୍ଷ ଲୋକ ଉପକୃତ ହେଉଛନ୍ତି । ଆଜି, ଭାରତର କୃଷି ରପ୍ତାନି ବୃଦ୍ଧି ପାଇ ୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଏହା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ କୃଷକ-କୈନ୍ଦ୍ରିକ କଲ୍ୟାଣ ନୀତିର ଏକ ସ୍ପଷ୍ଟ ଫଳାଫଳ।

ପ୍ରଧାନମନ୍ତ୍ରୀ ‘ରାଷ୍ଟ୍ର ପ୍ରଥମ’ ମନୋଭାବ ଦ୍ୱାରା ପରିଚାଳିତ ପ୍ରମୁଖ ନିଷ୍ପତ୍ତି ନେବାକୁ କେବେ ବି ଦ୍ୱିଧା କରିନାହାଁନ୍ତି। ଏହି କାରଣରୁ ଦଶନ୍ଧି ଧରି ପଡ଼ି ରହିଥିବା ନିଷ୍ପତ୍ତି ଏବଂ ସଂସ୍କାର ଏବେ ବାସ୍ତବତାରେ ପରିଣତ ହୋଇଛି। ଜମ୍ମୁ ଏବଂ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ଜିଏସଟି ଏବଂ ଓଆରଓପି ଲାଗୁ କରିବା, ସିଡିଏସ ପଦବୀ ସୃଷ୍ଟି କରିବା, ଗରିବଙ୍କ ପାଇଁ ୧୦% ସଂରକ୍ଷଣ ପ୍ରଦାନ କରିବା, ଏନିମି ପ୍ରପର୍ଟି ଆଇନ ଲାଗୁ କରିବା, ସିଏଏ ଲାଗୁ କରିବା, ତିନି ତଲାକକୁ ବେଆଇନ କରିବା, ୱାକଫ ଆଇନ ସଂଶୋଧନ କରିବା, ପରମାଣୁ କ୍ଷେତ୍ରରେ ସଂସ୍କାର ଆଇନ ପ୍ରଣୟନ କରିବା, ଭାରତୀୟ ନ୍ୟାୟ ସଂହିତା ଲାଗୁ କରିବା ଏବଂ ଡଜନରୁ ଅଧିକ ଶ୍ରମ ଆଇନକୁ ଚାରିଟି କୋଡରେ ଏକୀକୃତ କରିବା ଭଳି ନିର୍ଣ୍ଣାୟକ ପଦକ୍ଷେପ ନିଆଯାଇଛି। ଏହି ସମସ୍ତ ପ୍ରମୁଖ ନିଷ୍ପତ୍ତି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଜଣେ ନିର୍ଣ୍ଣାୟକ ନେତା ଭାବରେ ପ୍ରତିଛବିକୁ ସୁଦୃଢ଼ କରିଥାଏ।

ପ୍ରଧାନମନ୍ତ୍ରୀ ଜାତୀୟ ସୁରକ୍ଷାକୁ ଏକ ନୂତନ ଦିଗ ଦେଇଛନ୍ତି ଏବଂ ନୂତନ ଉଚ୍ଚତା ପ୍ରଦାନ କରିଛନ୍ତି। ଆତଙ୍କବାଦ ବିରୁଦ୍ଧରେ କଠୋର ପଦକ୍ଷେପ ନେବାର ଶ୍ରେୟ ସମ୍ପୂର୍ଣ୍ଣ ଭାବରେ ତାଙ୍କ ନେତୃତ୍ୱକୁ ଯାଏ। ପ୍ରଥମ ଥର ପାଇଁ, ସୀମାପାର ଆତଙ୍କବାଦୀ ଶିବିର ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରାଯାଇଥିଲା। ପ୍ରଥମ ଥର ପାଇଁ, ସୀମାପାର ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା। ପ୍ରଥମ ଥର ପାଇଁ – ‘ଅପରେସନ୍ ସିନ୍ଦୂର’ ମାଧ୍ୟମରେ – ପାକିସ୍ତାନୀ ଅଞ୍ଚଳରେ ଲକ୍ଷ୍ୟବଦ୍ଧ ଆକ୍ରମଣ କରାଯାଇଥିଲା ଯାହା ପୂର୍ବରୁ ଅକଳ୍ପନୀୟ ବୋଲି ବିବେଚନା କରାଯାଉଥିଲା। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଭାରତ ସରକାର ଅନେକ ଦଶନ୍ଧି ପୂର୍ବେ ପାକିସ୍ତାନ ସହିତ ସ୍ୱାକ୍ଷରିତ ଅନ୍ୟାୟ ସିନ୍ଧୁ ଜଳ ଚୁକ୍ତିନାମାକୁ ନିଲମ୍ବିତ ରଖିଛନ୍ତି। ବର୍ତ୍ତମାନ, ଭାରତର ପାଣି ଆମ ଦେଶର କୃଷକମାନଙ୍କ ସେବା କରିବ।

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ, ଭାରତ ନକ୍ସଲବାଦରୁ ସମ୍ପୂର୍ଣ୍ଣ ମୁକ୍ତ ହେଉଛି। ଉତ୍ତର-ପୂର୍ବରେ ଅନେକ ସ୍ଥାୟୀ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଛି, ଯାହା ଏହି ଅଞ୍ଚଳରେ ଅଭୂତପୂର୍ବ ଶାନ୍ତି ପ୍ରତିଷ୍ଠା କରିଛି। ବାଂଲାଦେଶ ସହିତ ବହୁ ଦଶନ୍ଧି ପୁରୁଣା ସୀମା ବିବାଦର ମଧ୍ୟ ସମାଧାନ ହୋଇଛି।

ପ୍ରଧାନମନ୍ତ୍ରୀ ଦୃଢ଼ ବିଶ୍ୱାସ କରନ୍ତି ଯେ ଆତ୍ମନିର୍ଭରଶୀଳତା ହାସଲ ନକରି ଭାରତ ଏକ ବିକଶିତ ରାଷ୍ଟ୍ର ହୋଇପାରିବ ନାହିଁ । ଏହି ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ, ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭର ଭାରତ’ ପଦକ୍ଷେପଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ହାସଲ କରିଛି। ଆଜି, ଭାରତ ପ୍ରତିରକ୍ଷା, ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ୍ ଏବଂ ଔଷଧ ଭଳି ବିଭିନ୍ନ କ୍ଷେତ୍ରରେ ଉତ୍ପାଦନ ଏବଂ ରପ୍ତାନିରେ ନୂତନ ରେକର୍ଡ ସ୍ଥାପନ କରୁଛି। ଏକାଥରେ, ଦେଶ ସେମିକଣ୍ଡକ୍ଟର, ସବୁଜ ଶକ୍ତି, ମହାକାଶ ପ୍ରଯୁକ୍ତିବିଦ୍ୟା ଏବଂ କୃତ୍ରିମ ବୁଦ୍ଧିମତ୍ତା ଭଳି କ୍ଷେତ୍ରରେ ପ୍ରଶଂସନୀୟ ଅଗ୍ରଗତି କରୁଛି।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ, ବିଶ୍ୱସ୍ତରରେ ଭାରତର ଭୂମିକା ଅଭୂତପୂର୍ବ ଭାବେ ଯଥେଷ୍ଟ ସୁଦୃଢ଼ ହୋଇଛି। ବିଶ୍ୱ ମଞ୍ଚରେ ଭାରତର ସ୍ୱର ନୂତନ ପ୍ରତିଷ୍ଠା ପାଇଛି। ସଫଳ ଜି-୨୦ ଅଧ୍ୟକ୍ଷତା, ଗ୍ଲୋବାଲ ସାଉଥର ଆକାଂକ୍ଷାକୁ ପରିପ୍ରକାଶ କରିବା ଏବଂ ବିଭିନ୍ନ ବିଶ୍ୱ ପଦକ୍ଷେପରେ ଭାରତର ପ୍ରମୁଖ ଭୂମିକା ଦେଶର ଅନ୍ତର୍ଜାତୀୟ ପ୍ରତିଷ୍ଠାକୁ ନୂତନ ଉଚ୍ଚତାରେ ପହଞ୍ଚାଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ ମାଧ୍ୟମରେ, ୧୭୦ ରୁ ଅଧିକ ଦେଶ ଏକତ୍ରିତ ହୋଇଛନ୍ତି ଏବଂ  ମିଳିତ ଜାତିସଂଘ ନେତୃତ୍ୱରେ ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ଘୋଷଣା କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ, ଭାରତ ଜଳବାୟୁ ପରିବର୍ତ୍ତନ ଏବଂ ସ୍ଥାୟୀ ବିକାଶ କ୍ଷେତ୍ରରେ ବିଶ୍ୱ ସମ୍ମୁଖରେ ଏକ ଦାୟିତ୍ୱପୂର୍ଣ୍ଣ ଏବଂ ପ୍ରେରଣାଦାୟକ ମଡେଲ ମଧ୍ୟ ଉପସ୍ଥାପନ କରିଛି। ଭାରତ ଅନ୍ତର୍ଜାତୀୟ ସୌର ମେଣ୍ଟ, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟ ଏବଂ ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ଭଳି ଅନେକ ପଦକ୍ଷେପର ନେତୃତ୍ୱ ନେଇଛି। ପ୍ରଧାନମନ୍ତ୍ରୀ ‘ମିଶନ ଲାଇଫ୍’ ଏବଂ ‘ଏକ ପେଡ୍‌ ମା’ କେ ନାମ’ (ମା’ଙ୍କ ନାମରେ ଗଛଟିଏ) ଭଳି ଗଣ ଆନ୍ଦୋଳନକୁ ବିଶ୍ୱ ମଞ୍ଚରେ ଭାରତର ଅବଦାନ ଭାବରେ ସ୍ଥାନିତ କରିଛନ୍ତି। ‘କ୍ୟାଚ୍ ଦ ରେନ୍’ ଏବଂ ‘ଅମୃତ ସରୋବର’ ଭଳି ଅଭିଯାନଗୁଡ଼ିକ କେବଳ ଜଳ ସଂରକ୍ଷଣକୁ ପ୍ରୋତ୍ସାହିତ କରିନାହିଁ ବରଂ ଯୁବ ପିଢ଼ିଙ୍କୁ ଏହି ଦାୟିତ୍ୱ ପ୍ରତି ସଚେତନ କରିଛି।

ଭାରତର ଇତିହାସରେ ପ୍ରଥମ ଥର ପାଇଁ, ବିକାଶକୁ ଐତିହ୍ୟ ସହିତ ସମନ୍ୱିତ କରି ଦେଶ ଆଗକୁ ବଢ଼ୁଛି। ଏହି କାରଣରୁ ଭାରତର ସାଂସ୍କୃତିକ ଚେତନାର ପୁନର୍ଜାଗରଣ ହୋଇଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଦେଶକୁ ଉପନିବେଶବାଦୀ ମାନସିକତାରୁ ମୁକ୍ତ କରିବାକୁ, ଜାତୀୟ ଗୌରବର ପୁନରୁଦ୍ଧାର କରିବାକୁ ଏବଂ ଏହାର ସଭ୍ୟତାଗତ ଐତିହ୍ୟକୁ ନେଇ ଗର୍ବ କରିବାକୁ ଆହ୍ୱାନ କରିଥିଲେ। ଆଜି, ଦେଶ ଏହି ଦୃଷ୍ଟିକୋଣର ଫଳାଫଳ ଦେଖୁଛି। ନୂତନ ସଂସଦ ଭବନ, ସେବା ତୀର୍ଥ, କର୍ତ୍ତବ୍ୟ ପଥ ଏବଂ କର୍ତ୍ତବ୍ୟ ଭବନ ଭଳି ଭିତ୍ତିଭୂମି ‘ନୂତନ ଭାରତ’ର ନୂତନ ଆତ୍ମବିଶ୍ୱାସର ପ୍ରତୀକ ପାଲଟିଛି।

ପ୍ରଧାନମନ୍ତ୍ରୀ ଜନ ଭାଗୀଦାରୀକୁ ପରିବର୍ତ୍ତନର ଏକ ମାଧ୍ୟମ କରିଛନ୍ତି ।  ସ୍ୱଚ୍ଛ ଭାରତ ଅଭିଯାନ ହେଉ, ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ହେଉ, କିମ୍ବା ସ୍ୱେଚ୍ଛାକୃତ ଏଲପିଜି ସବସିଡି ତ୍ୟାଗକୁ ଉତ୍ସାହିତ କରୁଥିବା ପଦକ୍ଷେପ ହେଉ, ବିଗତ ବର୍ଷଗୁଡ଼ିକରେ ଏଗୁଡ଼ିକ ଲୋକଙ୍କ ସାମୂହିକ ପ୍ରୟାସ ପାଇଁ ପ୍ରମୁଖ ମାର୍ଗ ପାଲଟିଛି । ଜନ ଭାଗୀଦାରୀ ମାଧ୍ୟମରେ ପରିବର୍ତ୍ତନର ଏହି ଭାବନା ହିଁ ଦେଶକୁ କୋଭିଡ-୧୯ ଭଳି ମହାମାରୀକୁ ସଫଳତାର ସହିତ ମୁକାବିଲା କରିବାରେ ସକ୍ଷମ କରିଥିଲା । ଏବେ ମଧ୍ୟ, ଦେଶର ୧୪୦ କୋଟି ନାଗରିକ ଏକତ୍ରିତ ଭାବରେ ଏକ ବିଶାଳ ବିଶ୍ୱ ସଙ୍କଟର ସାମ୍ନା କରୁଛନ୍ତି ।

କେନ୍ଦ୍ର କ୍ୟାବିନେଟ ଏହା ମଧ୍ୟ ଉଲ୍ଲେଖ କରୁଛି ଯେ ଗତ ୧୨ ବର୍ଷ ମଧ୍ୟରେ ଦେଶ ହାସଲ କରିଥିବା ରାଜନୈତିକ ସ୍ଥିରତା ଏହାର ବିକାଶକୁ ଅଭୂତପୂର୍ବ ଗତି ଦେଇଛି ।  ସାମ୍ପ୍ରତିକ ବର୍ଷଗୁଡ଼ିକରେ ଭାରତର ଭିତ୍ତିଭୂମି ପରିଦୃଶ୍ୟର ଦ୍ରୁତ ପରିବର୍ତ୍ତନ ଏକ ଅନୁକରଣୀୟ ସଫଳତା ଭାବରେ ଠିଆ ହୋଇଛି ।  ଭାରତର ରାଜନୈତିକ ସ୍ଥିରତା ଦେଶର ବିଶ୍ୱ ସ୍ଥିତି ଏବଂ ନିବେଶକ ଭାବନାକୁ ମଧ୍ୟ ସକାରାତ୍ମକ ଭାବରେ ପ୍ରଭାବିତ କରିଛି ।

ଗତ ୧୨ ବର୍ଷ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ, ଶାସନରେ ଗତିଶୀଳତା, ନିଷ୍ପତ୍ତି ଗ୍ରହଣରେ ସ୍ୱଚ୍ଛତା ଏବଂ ନୀତି ନିର୍ଦ୍ଧାରଣରେ ଦୂରଦୃଷ୍ଟି ଦ୍ୱାରା ପରିଭାଷିତ ହୋଇଛି । ଏହା ଭାରତକୁ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥବ୍ୟବସ୍ଥାରେ ପରିଣତ କରିପାରିଛି ।

କେନ୍ଦ୍ର କ୍ୟାବିନେଟ୍‌:

୧. ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ଐତିହାସିକ ସଫଳତା ପାଇଁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜ୍ଞାପନ କରୁଛି ।

୨. ଗରିବଙ୍କ କଲ୍ୟାଣ ଏବଂ ସମାଜର ଅବହେଳିତ ବର୍ଗର ସଶକ୍ତିକରଣ ପାଇଁ ତାଙ୍କ ନେତୃତ୍ୱରେ ସମ୍ପାଦିତ କାର୍ଯ୍ୟ ପାଇଁ କୃତଜ୍ଞତା ପ୍ରକାଶ କରୁଛି ।

୩. ତା’ଙ୍କ ନେତୃତ୍ୱରେ ଭାରତର ୨୫ କୋଟିରୁ ଅଧିକ ଗରିବ ଲୋକ ଦାରିଦ୍ର୍ୟକୁ ପରାସ୍ତ କରିଛନ୍ତି, ଏଥିପାଇଁ କ୍ୟାବିନେଟ୍‌ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନୀତିଗୁଡ଼ିକୁ ପ୍ରଶଂସା କରୁଛି ।

୪. ରାଷ୍ଟ୍ର ସେବାରେ ତାଙ୍କର ଅତୁଳନୀୟ ସମର୍ପଣ ଏବଂ ଅକ୍ଳାନ୍ତ ପରିଶ୍ରମ ପାଇଁ କୃତଜ୍ଞତା ପ୍ରକାଶ କରୁଛି ।

୫. ସମାବେଶୀ ବିକାଶ ଏବଂ ସାମାଜିକ ନ୍ୟାୟ ପ୍ରତି ତାଙ୍କର ପ୍ରୟାସକୁ ପ୍ରଶଂସା କରୁଛି ।

୬. ଜାତୀୟ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଭାରତର ହିତକୁ ସୁରକ୍ଷା ଦେବାରେ ତାଙ୍କ ନେତୃତ୍ୱକୁ ପ୍ରଶଂସା କରୁଛି ।

୭. ବିକଶିତ ଭାରତ ଗଠନରେ ତାଙ୍କର ଦୂରଦୃଷ୍ଟିପୂର୍ଣ୍ଣ ସଂକଳ୍ପ ଏବଂ ନେତୃତ୍ୱକୁ ପୂର୍ଣ୍ଣ ସମର୍ଥନ ଜଣାଉଛି ।

ଏଥିସହିତ କେନ୍ଦ୍ର କ୍ୟାବିନେଟ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘଜୀବନ ପାଇଁ ଶୁଭକାମନା ଅର୍ପଣ କରୁଛି।

କେନ୍ଦ୍ର କ୍ୟାବିନେଟ ବିଶ୍ୱାସ ପ୍ରକଟ କରୁଛି ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ…. ଏକ ଆତ୍ମନିର୍ଭରଶୀଳ, ସୁରକ୍ଷିତ, ସମୃଦ୍ଧ ଏବଂ ଗୌରବଶାଳୀ ରାଷ୍ଟ୍ର ଭାବରେ ନୂତନ ଉଚ୍ଚତା ହାସଲ କରିବ ଏବଂ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ହେବା ଦିଗରେ ମାର୍ଗକୁ ସୁଦୃଢ଼ କରିବ।

ଐତିହାସିକ ନିଷ୍ପତ୍ତି ନରେନ୍ଦ୍ର ମୋଦୀ ଭାରତୀୟ ଗଣତନ୍ତ୍ର ସ୍ୱାଧୀନ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁନ ୧୧ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

June 11, 2026

ବିଶ୍ୱ ନେତାମାନଙ୍କଠାରୁ ଅଭିନନ୍ଦନ ବାର୍ତ୍ତା ଗ୍ରହଣ କଲେ ନରେନ୍ଦ୍ର ମୋଦୀ

June 10, 2026

NEET ପରୀକ୍ଷାର୍ଥୀଙ୍କ ସହିତ ବସ୍‌ରେ ମାଗଣା ଯାଇପାରିବେ ଅଭିଭାବକ: ଘୋଷଣା କଲେ ଏହି ସରକାର

June 10, 2026

କଂଗ୍ରେସରେ ମିଶିବା ଉଚିତ କି ମମତା ବାନାର୍ଜୀଙ୍କ ଦଳ?: ଏହି ପରାମର୍ଶ ଦେଲେ ସଞ୍ଜୟ ରାଉତ

June 10, 2026
Latest News

ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳ: ଜାଣନ୍ତୁ ସରକାରର ଐତିହାସିକ ନିଷ୍ପତ୍ତି

June 11, 2026

ନାକଟିଦେଉଳରେ ବ୍ଲକ୍ ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା

June 11, 2026

ଆଜି ଜୁନ ୧୧ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

June 11, 2026

ମୋଦୀଙ୍କୁ ଟ୍ରମ୍ପଙ୍କ ଅଭିନନ୍ଦନ

June 11, 2026

ଫାଇଲ ଗାଏବକୁ ନେଇ ଏଫଆଇଆର

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.