Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବୀ କରି ଗର୍ଜ୍ଜନ କଲେ କଂଗ୍ରେସ ନେତା କହ୍ନେୟା କୁମାର, କହିଲେ…
ଜାତୀୟ ଖବର

ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବୀ କରି ଗର୍ଜ୍ଜନ କଲେ କଂଗ୍ରେସ ନେତା କହ୍ନେୟା କୁମାର, କହିଲେ…

June 11, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଧର୍ମେନ୍ଦ୍ରଙ୍କ ଇସ୍ତଫା
ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବୀ କରି ସମ୍ବଲପୁରରେ ଗର୍ଜ୍ଜନ କଲେ କଂଗ୍ରେସ ନେତା କହ୍ନେୟା କୁମାର, କହିଲେ...

ସମ୍ବଲପୁର: ନିଟ ପ୍ରଶ୍ନପତ୍ର ଲିକ ଓ ସିବିଏସସି ମୂଲ୍ୟାୟନ ବିଭ୍ରାଟକୁ ନେଇ ଏନଏସୟୁଆଇ ତରଫରୁ ସମ୍ବଲପୁରରେ ମହା ଆକ୍ରୋଶ ସମାବେଶ ଆୟୋଜନ କରା ଯାଇଥିଲା। ଏହି ସମାବେଶରେ ଏନଏସୟୁଆଇର ଜାତୀୟ ପ୍ରଭାରୀ କହେଁୟା କୁମାର ଓ ସଭାପତି ବିନୋଦ ଜାଖଡ଼ ଯୋଗ ଦେଇଥିଲେ।

ଏହି ବିଶାଳ ଆକ୍ରୋଶ ରାଲିକୁ ଉଦବୋଧନ ଦେଇ ଏନଏସୟୁଆଇ ରାଷ୍ଟ୍ରୀୟ ପ୍ରଭାରୀ କହେଁୟା କୁମାର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଠୋର ସମାଲୋଚନା କରି କହିଲେ ଯେ, ବିଗତ 12 ବର୍ଷରେ 80 ରୁ ଉର୍ଧ୍ଵଥର ବିଭିନ୍ନ ପ୍ରଶ୍ନପତ୍ର ଲିକ ହେଲାଣି। ଧର୍ମେନ୍ଦ୍ରଙ୍କ ସମୟରେ 2 ଥର ନିଟ ପ୍ରଶ୍ନ ଲିକ ହେଲାଣି। ତେଣୁ ଧର୍ମେନ୍ଦ୍ର ପ୍ରଧାନ ଜନତାଙ୍କ ସାମ୍ନାକୁ ଆସି ଦୋଷ ସ୍ୱୀକାର କରନ୍ତୁ। ଆପଣଙ୍କ ରାଜ୍ୟ ଓ ସମ୍ବଲପୁରକୁ ଲଜ୍ୟାରୁ ବଞ୍ଚାନ୍ତୁ। ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏଵେ ଲିକ ପ୍ରଧାନ ଭାବେ ଲୋକ ଜାଣିଲେଣି। ସାମାନ୍ୟ ଯଦି ଟିକିଏ ଲଜ୍ୟାବୋଧ ଥାଏ ତେବେ କୁହନ୍ତୁ ମୁଁ ଶିକ୍ଷା ବିଭାଗ ଚଳାଇବା ପାଇଁ ଅସମର୍ଥ ଓ ଇସ୍ତଫା ଦେଉଛି।

ମତେ ଦେଶ ବିରୋଧୀ ବୋଲି ପୋଷ୍ଟର ଲଗାଯାଇଥିବା ଶୁଣିଲି କିନ୍ତୁ ଯେଉଁମାନେ ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀଙ୍କ ପ୍ରଶ୍ନପତ୍ର ଲିକ କରି ତାଙ୍କ ଭବିଷ୍ୟତ ଅନ୍ଧାର କରୁଛନ୍ତି ସେମାନେ କିଏ ? ସେମାନଙ୍କୁ ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କୁ କଣ କହିବା ? ଯେଉଁମାନେ ଦେଶର ଭବିଷ୍ୟତ ସହ ଖେଳୁଛନ୍ତି ସେମାନେ ହେଉଛନ୍ତି ପ୍ରକୃତ ଦେଶଦ୍ରୋହୀ। ଆଜି ସମସ୍ତ ଭାରତ ଦେଖୁଛି। କଣ ଦେଶର ଭବିଷ୍ୟତକୁ ନଷ୍ଟ କରି ବିଜେପି ହିନ୍ଦୁରାଷ୍ଟ୍ର ତିଆରି କରିବକୁ ଚାଁହୁଛି କି ?

ଆଜି ସମ୍ବଲପୁର, ଶ୍ରୀ ପ୍ରଧାନଙ୍କ ଘରକୁ ଆସି ମୁଁ ମନ୍ତ୍ରୀଙ୍କୁ ଆହ୍ୱାନ ଦେଉଛି ନିଜ ଦୋଷ ସ୍ୱୀକାର କରନ୍ତୁ ଓ ଇସ୍ତଫା ଦିଅନ୍ତୁ। ଇସ୍ତଫା ନ ଦେବା ପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ମାର୍ଗଦର୍ଶନରେ ଛାତ୍ର କଂଗ୍ରେସ ସଡ଼କରୁ ସଂସଦ ପର୍ଯ୍ୟନ୍ତ ଲଢେଇ ଜାରୀ ରଖିବ। ପ୍ରଧାନମନ୍ତ୍ରୀଙ୍କ କଣ ମଜବୁରୀ ଅଛି ଯେ ଏତେ ସବୁ ଲଜ୍ୟାଜନକ ଘଟଣା ଘଟିଲା ପରେ ମଧ୍ୟ ପ୍ରଧାନଙ୍କ ଇସ୍ତଫା ପତ୍ରରେ ଦସ୍ତଖତ କରିପାରୁ ନାହାନ୍ତି ।

ସରକାରଙ୍କ ପ୍ରରୋଚନାରେ ପୋଲିସ କଂଗ୍ରେସ ରାଲି ଓ ସମାବେଶରେ ଅସୁବିଧା ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି କିନ୍ତୁ ପୋଲିସଙ୍କ ବିରୋଧରେ କିଛି ନକହିବା ପାଇଁ ନେତୃବୃନ୍ଦଙ୍କୁ ନିବେଦନ କରି ଶ୍ରୀ କୁମାର କହିଲେ ଯେ, ପୋଲିସ ସରକାରଙ୍କ ଚାପରେ ଏଭଳି ବୃଥା ପ୍ରୟାସ କରୁଛି ସିନା କିନ୍ତୁ ହୃଦୟରୁ ଆମକୁ ଶୁଭେଚ୍ଛା ଜ୍ଞାପନ କରୁଛନ୍ତି କାରଣ ସେମାନଙ୍କ ଛୁଆପିଲା ମଧ୍ୟ ସିବିଏସସି ପଡୁଛନ୍ତି ଓ ନିଟ ପରୀକ୍ଷା ଦେଉଛନ୍ତି ତେଣୁ ଏହି ସରକାରଙ୍କ ପ୍ରତି ସେମାନଙ୍କ ମଧ୍ୟ ଆକ୍ରୋଶ ଅଛି।

ଏନଏସୟୁଆଇ ସଭାପତି ବିନୋଦ ଝାଖଡ଼ କହିଲେ, ଦେଶରେ ଛାତ୍ର ସମାଜ ପ୍ରତି ହେଉଥିବା ଅନ୍ୟାୟକୁ ବରଦାସ୍ତ କରାଯିବ ନାହିଁ। ଛାତ୍ର ହେଉଛି ଦେଶର ମେରୁଦଣ୍ଡ ଓ ମେରୁଦଣ୍ଡ ଯଦି ଦୁର୍ବଳ ହେବ ସମ୍ପୂର୍ଣ ଦେଶ ଦୋହଲି ଯିବ। ଆମର ଏକମାତ୍ର ଉଦ୍ଦେଶ୍ୟ ନିକମ୍ମା ଶିକ୍ଷାମନ୍ତ୍ରୀ ଇସ୍ତଫା ପ୍ରଦାନ କରନ୍ତୁ ଏବଂ ସମସ୍ତ ପରୀକ୍ଷା ଓ ମୂଲ୍ୟାୟନର ଢାଞ୍ଚାକୁ ଆମୂଳଚୁଳ ପରିବର୍ତ୍ତନ କରନ୍ତୁ। ଏହି ସଭାରେ ପିସିସି ସଭାପତି ଭକ୍ତ ଦାସଙ୍କ ସହିତ କଂଗ୍ରେସର ବହୁ ନେତା ଓ ବିଧାୟକ ଯୋଗ ଦେଇଥିଲେ।

dharmendra pradhan Kanheya Kumar କହ୍ନେୟା କୁମାର ଧର୍ମେନ୍ଦ୍ର ପ୍ରଧାନ ଧର୍ମେନ୍ଦ୍ରଙ୍କ ଇସ୍ତଫା
Share. Facebook Twitter LinkedIn Email WhatsApp Copy Link

Related Posts

କ୍ଷମତା ଗଲେ ଦଳ କାହିଁକି ଭାଙ୍ଗେ? ଭାରତୀୟ ରାଜନୀତିର ଏକ ପୁରୁଣା ପ୍ରଶ୍ନ

June 11, 2026

ଲୋକସେବା ଭବନରୁ ତଦନ୍ତ ରିପୋର୍ଟ ଚୋରୀ ଘଟଣା, କ୍ୟାପିଟଲ ଥାନାରେ ମାମଲା ଋଜୁ

June 11, 2026

ନୀତି ଆୟୋଗର ୧୧ତମ ପରିଚାଳନା ପରିଷଦ ବୈଠକର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

June 11, 2026

SIR’ କାର୍ଯ୍ୟକ୍ରମ ଅଧୀନରେ ବି.ଏଲ.ଓ.ଙ୍କ ଠାରୁ ପରିଗଣନା ଫର୍ମ ଗ୍ରହଣ କଲେ ପଞ୍ଚାୟତିରାଜ ମନ୍ତ୍ରୀ

June 11, 2026
Latest News

ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବୀ କରି ଗର୍ଜ୍ଜନ କଲେ କଂଗ୍ରେସ ନେତା କହ୍ନେୟା କୁମାର, କହିଲେ…

June 11, 2026

କ୍ଷମତା ଗଲେ ଦଳ କାହିଁକି ଭାଙ୍ଗେ? ଭାରତୀୟ ରାଜନୀତିର ଏକ ପୁରୁଣା ପ୍ରଶ୍ନ

June 11, 2026

ଲୋକସେବା ଭବନରୁ ତଦନ୍ତ ରିପୋର୍ଟ ଚୋରୀ ଘଟଣା, କ୍ୟାପିଟଲ ଥାନାରେ ମାମଲା ଋଜୁ

June 11, 2026

ଆମେରିକା-ଇରାନ ସଂଘର୍ଷ ତୀବ୍ର: ହର୍ମୁଜ୍ ବନ୍ଦ ଘୋଷଣା

June 11, 2026

ନୀତି ଆୟୋଗର ୧୧ତମ ପରିଚାଳନା ପରିଷଦ ବୈଠକର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.