ଭୁବନେଶ୍ବର : ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ ମୁହାଁମୁହିଁ ହୋଇଛନ୍ତି । ଝାରପଡା ରେଳ ଧାରଣାରେ ଦୁଇ ଟ୍ରେନର ଇଞ୍ଜିନ ମୁହାଁମୁହିଁ ହୋଇଥିଲେ । ସଫେଇ ପାଇଁ ଯାଉଥିବା ଦୁଇଟି ଟ୍ରେନ ଗୋଟିଏ ଟ୍ରାକରେ ଦେଖାଯାଇଥିଲା । ଯଦିଓ ଏକ ସମ୍ଭାବ୍ୟ ଦୁର୍ଘଟଣାରୁ ବର୍ତ୍ତୀ ଯାଇଛନ୍ତି। ଦୁଇ ଟ୍ରେନର ଲୋକୋ ପାଇଲଟ ସୁରକ୍ଷିତ ଅଛନ୍ତି। ଗୋଟିଏ ଟ୍ରେନ ଭୁବନେଶ୍ବରରୁ ମଞ୍ଚେଶ୍ଵରକୁ ଯାଉଥିଲା ଆଉ ଗୋଟେ ମଞ୍ଚେଶ୍ଵରରୁ ଭୁବନେଶ୍ବର ଆସୁଥିଲା। ମାତ୍ର ଦୁଇଟି ଟ୍ରେନ କୁ ଗୋଟିଏ ଟ୍ରାକ ପାଇଁ କେମିତି ସିଗନାଲ ମିଳିଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


