ଭୁବନେଶ୍ଵର : ମୋହନ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଆଜିଠାରୁ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ଲାଗୁ ହେବ। ଏହି ଯୋଜନାରେ ହିତାଧିକାରୀମାନେ ପୂର୍ବରୁ ମିଳୁଥିବା ୫ କେଜି ପରିବର୍ତ୍ତେ ୧୦ କେଜି ମାଗଣା ଚାଉଳ ପାଇବେ।
ସେହିପରି ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ KGରୁ PG ପର୍ଯ୍ୟନ୍ତ ଦେୟମୁକ୍ତ ଶିକ୍ଷା ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଭତ୍ତା ପ୍ରଦାନରେ ବିଳମ୍ବ ପ୍ରସଙ୍ଗରେ ସେ କହିଛନ୍ତି ଯେ, ବୈଷୟିକ ତ୍ରୁଟି ଯୋଗୁଁ ଏହି ସମସ୍ୟା ସୃଷ୍ଟି ହୋଇଛି। ଯେଉଁ ହିତାଧିକାରୀ ଏପର୍ଯ୍ୟନ୍ତ ଭତ୍ତା ପାଇନାହାନ୍ତି, ସେମାନଙ୍କୁ ଏକାସାଙ୍ଗରେ ୩ ମାସର ଭତ୍ତା ପ୍ରଦାନ କରାଯିବ।
ଦୁଇ ବର୍ଷର କାର୍ଯ୍ୟକାଳ ଉପଲକ୍ଷେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାର ଜନସାଧାରଣଙ୍କ ବିକାଶକୁ ପ୍ରାଥମିକତା ଦେଇ ୧୨୧ଟି ଯୋଜନା କାର୍ଯ୍ୟକାରୀ କରିଛନ୍ତି, ଯାହା ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହୋଇଛି।


