Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାଠ୍ୟପୁସ୍ତକରେ ମାଳ ମାଳ ତ୍ରୁଟି : ଆଜିଠାରୁ ଆରମ୍ଭ ହେବ ତଦନ୍ତ
ଆଜିର ଖବର

ପାଠ୍ୟପୁସ୍ତକରେ ମାଳ ମାଳ ତ୍ରୁଟି : ଆଜିଠାରୁ ଆରମ୍ଭ ହେବ ତଦନ୍ତ

June 19, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର :  ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ମିଳିଥିବା ୧୬୭୮ଟି ତ୍ରୁଟି ଘଟଣାକୁ ନେଇ ଶିକ୍ଷା ବିଭାଗରେ ହଇଚଇ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ହସ୍ତକ୍ଷେପ ପରେ ଆଜିଠାରୁ ଆରମ୍ଭ ହେଉଛି ତିନି ଜଣିଆ ଉଚ୍ଚସ୍ତରୀୟ ତଦନ୍ତ। ଉନ୍ନୟନ କମିସନର ଦେଓ ରଞ୍ଜନ କୁମାର ସିଂହଙ୍କ ନେତୃତ୍ୱରେ ଗଠିତ କମିଟିକୁ ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି।

ବନାନ ଭୁଲଠାରୁ ଆରମ୍ଭ କରି ଛବି, ତଥ୍ୟ ଓ ଡିଜାଇନ୍‌ରେ ହୋଇଥିବା ତ୍ରୁଟି ପଛରେ କିଏ ଦାୟୀ, କେଉଁ ସ୍ତରରେ ଅବହେଳା ହୋଇଛି ଏବଂ କିପରି ଏତେ ବଡ଼ ଭୁଲ ଧରାପଡ଼ିଲା ନାହିଁ—ସେସବୁର ଖୋଳତାଡ଼ କରିବ କମିଟି।

ତଦନ୍ତର କେନ୍ଦ୍ରବିନ୍ଦୁରେ ରହିବ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ, ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (SCERT), ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ଏବଂ OSEPA। ପାଠ୍ୟପୁସ୍ତକ ପ୍ରସ୍ତୁତି ସହ ଜଡ଼ିତ ସମ୍ପାଦକ, ସମୀକ୍ଷକ, ସଂଯୋଜକ, ଡିଟିପି ଅପରେଟର ଓ ଅନ୍ୟ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରାଯିବ।

ବିଶେଷ କରି ଏନ୍‌ସିଇଆର୍‌ଟି ପୁସ୍ତକର କିଛି ଛବି ଓଡ଼ିଆ ପାଠ୍ୟପୁସ୍ତକରେ କିପରି ସ୍ଥାନ ପାଇଲା ଏବଂ ଚୂଡ଼ାନ୍ତ ଯାଞ୍ଚ ପ୍ରକ୍ରିୟାରେ କେଉଁଠି ତ୍ରୁଟି ରହିଲା, ତାହା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ଶିକ୍ଷା ବ୍ୟବସ୍ଥାର ଏହି ବଡ଼ ତ୍ରୁଟି ପାଇଁ କିଏ ଦେବ ଜବାବ? ତାହା ଉପରେ ଏବେ ସମସ୍ତଙ୍କ ନଜର।

OSEPA SCERT ତଦନ୍ତ ପାଠ୍ୟପୁସ୍ତକରେ ମାଳ ମାଳ ତ୍ରୁଟି
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦୁଝରରେ ଚାଞ୍ଚଲ୍ୟ: ଅଲେଖ ମହିମା ଦିକ୍ଷୀତ ବାବାଙ୍କୁ ପଥରରେ ଛେଚି ହତ୍ୟା

June 19, 2026

ଜଳିଗଲା ଗଦି ଫ୍ୟାକ୍ଟ୍ରି, ଲକ୍ଷାଧିକ ଟଙ୍କାର କ୍ଷତି

June 19, 2026

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

June 19, 2026

ରାଜ୍ୟରେ ପାଣିରେ ବୁଡ଼ି ମୃତ୍ୟୁ ରୋକିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ

June 19, 2026
Latest News

ପାଠ୍ୟପୁସ୍ତକରେ ମାଳ ମାଳ ତ୍ରୁଟି : ଆଜିଠାରୁ ଆରମ୍ଭ ହେବ ତଦନ୍ତ

June 19, 2026

କେନ୍ଦୁଝରରେ ଚାଞ୍ଚଲ୍ୟ: ଅଲେଖ ମହିମା ଦିକ୍ଷୀତ ବାବାଙ୍କୁ ପଥରରେ ଛେଚି ହତ୍ୟା

June 19, 2026

ଜଳିଗଲା ଗଦି ଫ୍ୟାକ୍ଟ୍ରି, ଲକ୍ଷାଧିକ ଟଙ୍କାର କ୍ଷତି

June 19, 2026

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

June 19, 2026

ଐତିହାସିକ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ଉତ୍ସବ ପାଇଁ ପ୍ରସ୍ତୁତ କୋଲକାତା

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.