Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଅନ୍ତର୍ଜାତୀୟ ଯୋଗ ଦିବସ: କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଯୋଗାଭ୍ୟାସ
ଅନ୍ତରାଷ୍ଟ୍ରୀୟ

ଅନ୍ତର୍ଜାତୀୟ ଯୋଗ ଦିବସ: କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଯୋଗାଭ୍ୟାସ

June 21, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅନ୍ତର୍ଜାତୀୟ ଯୋଗ ଦିବସ
ଅନ୍ତର୍ଜାତୀୟ ଯୋଗ ଦିବସ: କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଯୋଗାଭ୍ୟାସ

ଅନ୍ତର୍ଜାତୀୟ ଯୋଗ ଦିବସ: ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୬ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗକୁ ଶାରୀରିକ, ବୌଦ୍ଧିକ ଓ ଆଧ୍ୟାତ୍ମିକତାର ଏକ ଅପୂର୍ବ ସଙ୍ଗମ ଭାବେ ଅଭିହିତ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯୋଗ କୌଣସି ନିର୍ଦ୍ଦିଷ୍ଟ ଧର୍ମ ମଧ୍ୟରେ ସୀମିତ ନୁହେଁ, ବରଂ ମାନବ ଚେତନାର ବିକାଶ ପାଇଁ ଏକ ବିଶ୍ୱବ୍ୟାପୀ ଅମୂଲ୍ୟ ଉପହାର। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଯୋଗୁଁ ଆଜି ଯୋଗ ବିଶ୍ୱ ସ୍ତରରେ ସ୍ୱୀକୃତି ଲାଭ କରି ଭାରତର ସାଂସ୍କୃତିକ ଗୌରବକୁ ପ୍ରତିଷ୍ଠିତ କରିଛି ବୋଲି ସେ ପ୍ରକାଶ କରିଛନ୍ତି।

ଚଳିତ ବର୍ଷ ଯୋଗ ଦିବସର ବିଷୟବସ୍ତୁ “Yoga for Healthy Ageing” ବା “ନିରୋଗ ଓ ସୁସ୍ଥ ଜୀବନ ପାଇଁ ଯୋଗ”। ଏହା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବୟସ ବଢ଼ିବା ସହିତ ଶରୀରରେ ଦେଖା ଦେଉଥିବା ବିଭିନ୍ନ ଶାରୀରିକ ଓ ମାନସିକ ଆହ୍ୱାନ, ଯେପରିକି ଉଚ୍ଚ ରକ୍ତଚାପ, ମଧୁମେହ, ଚିନ୍ତା ଓ ଏକାକୀପଣର ସହଜ ସମାଧାନ ଯୋଗ ଏବଂ ପ୍ରାଣାୟାମ ମାଧ୍ୟମରେ ସମ୍ଭବ।

ରାଜ୍ୟର ବୟୋଜ୍ୟେଷ୍ଠ ନାଗରିକମାନଙ୍କ ସୁସ୍ଥତା ସମାଜ ପାଇଁ ଏକ ଅମୂଲ୍ୟ ସମ୍ପଦ ବୋଲି ସେ ମତବ୍ୟକ୍ତ କରିଛନ୍ତି।ସେହିପରି ଆଜିର ଡିଜିଟାଲ ଯୁଗରେ ମୋବାଇଲ ଓ ସୋସିଆଲ ମିଡିଆରେ ବ୍ୟସ୍ତ ରହୁଥିବା ଯୁବପିଢ଼ିଙ୍କୁ ମାନସିକ ଚାପମୁକ୍ତ ରହିବା ପାଇଁ ପ୍ରତିଦିନ ଅତିକମରେ ୨୦ ରୁ ୩୦ ମିନିଟ୍ ଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଏବଂ ପ୍ରାଚୀନ ଚିକିତ୍ସା ପଦ୍ଧତିର ବିକାଶ ପାଇଁ ସରକାରଙ୍କ ପ୍ରତିବଦ୍ଧତା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଗଜପତି, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲାରେ ୩ଟି ନୂଆ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ଜଟଣିର ବିଂଝଗିରିଠାରେ ୨୦ ଏକର ପରିମିତ ଅଞ୍ଚଳରେ ଏକ ଅତ୍ୟାଧୁନିକ ଯୋଗ ଓ ନେଚୁରୋପାଥି ଅନୁଷ୍ଠାନ ନିର୍ମାଣ ଚାଲିଥିବା ବେଳେ, ରାଇରଙ୍ଗପୁରଠାରେ କେନ୍ଦ୍ରୀୟ ଆୟୁର୍ବେଦିକ ମେଡିକାଲ କଲେଜର ଶିଳାନ୍ୟାସ କରାଯାଇଛି। ସରକାର ଯୋଗକୁ ବିଦ୍ୟାଳୟ ପାଠ୍ୟକ୍ରମ ଓ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଥିବା ସେ ସୂଚନା ଦେଇଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ କଲିକତାରୁ ପ୍ରସାରିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଲାଇଭ୍ (Live) ଯୋଗ କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ମୁଖ୍ୟମନ୍ତ୍ରୀ ନିଜେ ଷ୍ଟାଡିୟମରେ ଉପସ୍ଥିତ ସମସ୍ତ ବରିଷ୍ଠ ଅଧିକାରୀ, ଛାତ୍ରଛାତ୍ରୀ ଏବଂ ଯୋଗ ପ୍ରେମୀମାନଙ୍କ ଗହଣରେ ବସି ସାମୂହିକ ଭାବେ ପ୍ରତ୍ୟକ୍ଷ ଯୋଗାଭ୍ୟାସ କରିଥିଲେ । ଯୋଗ ମହୋତ୍ସବ ସମିତି ତରଫରୁ କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ଆଲୋକ ଦାସ ଏବଂ ସତ୍ୟ ଶୋଭନ ମିଶ୍ର ପରିଚାଳନା କରୁଥିଲେ ।

ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡିକେ ସିଂ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ଶାସନ ସଚିବ ଭୂପିନ୍ଦର ସିଂ ପୁନିଆ ଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ, କ୍ରୀଡ଼ାବିତ୍, ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

International Day of Yoga Mohan Majhi ଅନ୍ତର୍ଜାତୀୟ ଯୋଗ ଦିବସ ଅନ୍ତର୍ଜାତୀୟ ଯୋଗ ଦିବସ 2026
Share. Facebook Twitter LinkedIn Email WhatsApp Copy Link

Related Posts

NEET ପୁନଃପରୀକ୍ଷା ପୂର୍ବରୁ ଜୀବନ ହାରିଲେ ଆଉ ଜଣେ ଛାତ୍ରୀ: ଆତ୍ମହତ୍ୟା କଲେ ୨୦ ବର୍ଷୀୟା ସାନା 

June 21, 2026

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ୧୧ ବଲରେ ଅର୍ଦ୍ଧଶତକ ମାରି ସୃଷ୍ଟି କଲେ ବିଶ୍ୱ ରେକର୍ଡ

June 21, 2026

ନଡିଆ ଗଛ ପାଇଁ ଭାଇ ଭାଉଜଙ୍କୁ ଆକ୍ରମଣ

June 21, 2026

ଇରାନର ଦାବି ଓ ଟ୍ରମ୍ପଙ୍କ ନୀତି ମଧ୍ୟରେ ହରମୁଜ୍ ପ୍ରଣାଳୀ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ

June 21, 2026
Latest News

ଅନ୍ତର୍ଜାତୀୟ ଯୋଗ ଦିବସ: କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଯୋଗାଭ୍ୟାସ

June 21, 2026

NEET ପୁନଃପରୀକ୍ଷା ପୂର୍ବରୁ ଜୀବନ ହାରିଲେ ଆଉ ଜଣେ ଛାତ୍ରୀ: ଆତ୍ମହତ୍ୟା କଲେ ୨୦ ବର୍ଷୀୟା ସାନା 

June 21, 2026

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ୧୧ ବଲରେ ଅର୍ଦ୍ଧଶତକ ମାରି ସୃଷ୍ଟି କଲେ ବିଶ୍ୱ ରେକର୍ଡ

June 21, 2026

ନଡିଆ ଗଛ ପାଇଁ ଭାଇ ଭାଉଜଙ୍କୁ ଆକ୍ରମଣ

June 21, 2026

ଇରାନର ଦାବି ଓ ଟ୍ରମ୍ପଙ୍କ ନୀତି ମଧ୍ୟରେ ହରମୁଜ୍ ପ୍ରଣାଳୀ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ

June 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.