Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯୋଗୀଙ୍କ କ୍ୟାବିନେଟ୍‌ ସମ୍ପ୍ରସାରଣ : ଶପଥ ନେଲେ ୨୩ ମନ୍ତ୍ରୀ
ଆଜିର ଖବର

ଯୋଗୀଙ୍କ କ୍ୟାବିନେଟ୍‌ ସମ୍ପ୍ରସାରଣ : ଶପଥ ନେଲେ ୨୩ ମନ୍ତ୍ରୀ

August 21, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
LUCKNOW, AUG 21 (UNI) :- A group photograph of the newly-inducted Cabinet Ministers, Ministers of State and State Minister (Independent Charge) in the Uttar Pradesh government with state Governor Anandiben Patel and Chief Minister Yogi Adityanath post the oath-taking ceremony at Raj Bhawan in Lucknow on Wednesday. UNI PHOTO-PCLKW2U
LUCKNOW, AUG 21 (UNI) :- A group photograph of the newly-inducted Cabinet Ministers, Ministers of State and State Minister (Independent Charge) in the Uttar Pradesh government with state Governor Anandiben Patel and Chief Minister Yogi Adityanath post the oath-taking ceremony at Raj Bhawan in Lucknow on Wednesday. UNI PHOTO-PCLKW2U

ଆଜି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ ହୋଇଛି । ରାଜଭବନରେ ଆୟୋଜିତ ଶପଥଗ୍ରହଣ ସମାରୋହରେ ଯୋଗୀଙ୍କ ୨୩ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏହି ମନ୍ତ୍ରିମଣ୍ଡଳରେ ୬ଜଣ କ୍ୟାବିନେଟ୍‌, ୬ ରାଜ୍ୟ ମନ୍ତ୍ରୀ (ସ୍ବତନ୍ତ୍ର ପ୍ରଭାର) ଓ ୧୧ ରାଜ୍ୟ ମନ୍ତ୍ରୀମାନେ ଶପଥ ନେଇଛନ୍ତି । ଯୋଗୀଙ୍କ ୨୩ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଜାତିଗତ ସମୀକରଣକୁ ବିଶେଷ ଧ୍ୟାନ ଦିଆଯାଇଛି । ଯୋଗୀଙ୍କ ନୂଆ ମନ୍ତ୍ରିମଣ୍ଡଳ ମଧ୍ୟରେ ୬ ଜଣ ବ୍ରାହ୍ମଣ, ୨ ଜଣ କ୍ଷତ୍ରିୟ, ୨ ଜଣ ଜାଟ୍‌, ୧ ଗୁଜ୍ଜର, ୩ ଦଳିତ, ୨ କୁର୍ମି, ୧ ରାଜଭର, ୧ ଗଡରିଆ, ୩ ବୈଶ୍ୟ, ୧ ଶାକ୍ୟ ଓ ଜଣେ ମଲ୍ଲାହ ଜାତିର ରହିଛନ୍ତି ।   ଏହି ୨୩ମନ୍ତ୍ରୀଙ୍କ ମଧ୍ୟରେ ୧୪ଟି ନୂଆ ମୁହଁ ଯୋଡି ହୋଇଛନ୍ତି । ରାଜ୍ୟପାଳ ଅନନ୍ଦୀବେନ ପଟେଲ ସମସ୍ତ ମନ୍ତ୍ରୀଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ଯୋଗୀ ମନ୍ତ୍ରିମଣ୍ଡଳରେ ନୂଆ ଲୋକଙ୍କୁ ଅବସର ଦେବା ସମୟରେ ଜାତୀୟ ଏବଂ କ୍ଷେତ୍ରୀୟ ସନ୍ତୁଳନ ସହ ଲୋକସଭା ନିର୍ବାଚନରେ ତାଙ୍କର ପ୍ରଦର୍ଶନକୁ ଧ୍ୟାନ ଦେଇଛନ୍ତି । ତେବେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଏଭଳି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି । ଯୋଗୀଙ୍କ ମନ୍ତ୍ରିମଣ୍ଡଳରେ ଏଭଳି ୭ଜଣ ମନ୍ତ୍ରୀ ଅଛନ୍ତି ଯେଉଁମାନେ ଭଲ କାମ ପାଇଁ ସମ୍ମାନିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨ଜଣ ରାଜ୍ୟମନ୍ତ୍ରୀ ପ୍ରମୋଶନ ପାଇ ସ୍ୱତନ୍ତ୍ର ପ୍ରଭାର ରାଜ୍ୟମନ୍ତ୍ରୀ ହୋଇଛନ୍ତି । ମନ୍ତ୍ରିମଣ୍ଡଳ ବିସ୍ତାର ପରେ ଏବେ ଯୋଗୀଙ୍କ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ସମୁଦାୟ ୫୬ ଜଣ ମନ୍ତ୍ରୀ ରହିବେ । ଯୋଗୀଙ୍କ କ୍ୟାବିନେଟ୍‌ରେ ରହିଥିବା ମନ୍ତ୍ରୀମାନେ ହେଉଛନ୍ତି – ମହେନ୍ଦ୍ର ସିଂ, ଭୂପେନ୍ଦ୍ର ସିଂ ଚୌଧୁରୀ, ରାମ ନରେଶ୍‌ ଅଗ୍ନିହୋତ୍ରୀ, ସୁରେଶ ରାଣା, ଅନିଲ୍‌ ରାଜଭର୍‌, କମଲା ରାନୀ, ନୀଳକଣ୍ଠ ତିଓ୍ବାରୀ, କପିଲ ଦେବ ଅଗ୍ରଓ୍ବାଲ, ସତୀଶ୍‌ ଦ୍ବିବେଦୀ, ଅଶୋକ କଟାରିଆ, ଶ୍ରୀରାମ ଚୌହ୍ବାନ ଓ ରବୀନ୍ଦ୍ର ଜୟସଓ୍ବାଲ୍‌ ପ୍ରମୁଖ ରହିଛନ୍ତି । ଶ୍ରୀରାମ ଚୌହ୍ବାନ ଓ ରବୀନ୍ଦ୍ର ଜୟସଓ୍ବାଲ୍‌ଙ୍କୁ ରାଜ୍ୟ ମନ୍ତ୍ରୀ (ସ୍ବତନ୍ତ୍ର ପ୍ରଭାର) ରୂପେ ନିଯୁକ୍ତ କରାଯାଇଛି ।  ସେହିପରି ଏମାନଙ୍କ ବ୍ୟତୀତ ଅନୀଲ୍‌ ଶର୍ମା, ମହେଶ ଗୁପ୍ତା, ଆନନ୍ଦ ସ୍ବରୂପ ଶୁକ୍ଲା, ବିଜୟ କଶ୍ୟପ୍‌, ଗିରାଜ୍‌ ସିଂହ ଧର୍ମେଶ୍‌, ଲାଖନ୍‌ ସିଂ ରାଜପୁତ୍‌, ନିଲିମା କଟିଆରା,  ଚୌଧୁରୀ ଉଦୟ ଧ୍ୟାନ ସିଂହ, ଚନ୍ଦ୍ରିକା ପ୍ରସାଦ ଉପାଧ୍ୟାୟ, ରାମଶଙ୍କର ସିଂ ପଟେଲ୍‌ ଓ ଅଜିତ୍‌ ସିଂହ ପ୍ରମୁଖ ରାଜ୍ୟ ମନ୍ତ୍ରୀ ରୂପେ ଶପଥ ନେଇଛନ୍ତି । ମନ୍ତ୍ରିମଣ୍ଡଳ ବିସ୍ତାର ହେବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଜି ବିଭାଗ ବଣ୍ଟନ କରିବେ ବୋଲି ସୂଚନା ରହିଛି  । ସେହିପରି କିଛି ବିଭାଗରେ ମନ୍ତ୍ରୀଙ୍କ ଅଦଳବଦଳ ହେବାର ମଧ୍ୟ ସମ୍ଭାବନା ରହିଛି । ଆଜି ସନ୍ଧ୍ୟା ୪ ଘଟିକାରେ ନୂଆ ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୈଠକ ହେବ । ଏହି ବୈଠକରେ ସରକାରଙ୍କ ନୂତନ ଏଜେଣ୍ଡା ରଖାଯିବ ।

Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶଦାତା କମିଟି ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ରମନ୍ତ୍ରୀ

December 19, 2025

ଭୁବନେଶ୍ୱରରେ ଆରମ୍ଭ ହେଲା ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ

December 19, 2025

ସବକା ବୀମା ସବକୀ ରକ୍ଷା ବିଲ୍, 2025 ସଂସଦରେ ଗୃହୀତ

December 19, 2025

୧୯ ବର୍ଷରୁ କମ୍ ଏସିଆ କପ୍: ଆଜି ପ୍ରଥମ ସେମିଫାଇନାଲରେ ଶ୍ରୀଲଙ୍କାକୁ ଭେଟିବ ଭାରତ

December 19, 2025
Latest News

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶଦାତା କମିଟି ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ରମନ୍ତ୍ରୀ

December 19, 2025

ଭୁବନେଶ୍ୱରରେ ଆରମ୍ଭ ହେଲା ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ

December 19, 2025

ସବକା ବୀମା ସବକୀ ରକ୍ଷା ବିଲ୍, 2025 ସଂସଦରେ ଗୃହୀତ

December 19, 2025

୧୯ ବର୍ଷରୁ କମ୍ ଏସିଆ କପ୍: ଆଜି ପ୍ରଥମ ସେମିଫାଇନାଲରେ ଶ୍ରୀଲଙ୍କାକୁ ଭେଟିବ ଭାରତ

December 19, 2025

ପ୍ରଧାନମନ୍ତ୍ରୀଙ୍କୁ ‘ଅର୍ଡର ଅଫ୍ ଓମାନ’ ସମ୍ମାନ

December 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.