ଭୁବନେଶ୍ୱର: ଭୁବନେଶ୍ୱରରେ ସୋମବାରଠାରୁ ଦୁଇ ଦିନିଆ ‘ସଷ୍ଟେନେବଲ ମାଇନିଂ ସମିଟ୍-୨୦୨୬’ ଆରମ୍ଭ ହୋଇଛି। ଫେଡେରେସନ ଅଫ୍ ଇଣ୍ଡିଆନ ମିନେରାଲ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଆୟୋଜିତ ଏହି ସମିଟ୍ରେ ଦେଶର ବିଭିନ୍ନ ପ୍ରାନ୍ତରୁ ଶିଳ୍ପପତି, ସରକାରୀ ଅଧିକାରୀ, ପରିବେଶବିତ୍ ଓ ଗବେଷକମାନେ ଯୋଗ ଦେଇଛନ୍ତି। ଏଥିରେ ପରିବେଶ ସୁରକ୍ଷା ସହ ଖଣି କାର୍ଯ୍ୟ, ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ, ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ଖଣି ଅଞ୍ଚଳର ପୁନରୁଦ୍ଧାର ଉପରେ ବିଶେଷ ଆଲୋଚନା ହେଉଛି।
ସେହିପରି ଡ୍ରୋନ୍, କୃତ୍ରିମ ବୁଦ୍ଧିମତା ଓ GIS ଭଳି ଆଧୁନିକ ପ୍ରଯୁକ୍ତିର ବ୍ୟବହାର, ଡିଏମଏଫ୍ ପାଣ୍ଠିର ସଠିକ୍ ବିନିଯୋଗ ଏବଂ ଖଣି ଅଞ୍ଚଳର ସାମାଜିକ ବିକାଶ ନେଇ ମଧ୍ୟ ମତବିନିମୟ ହେଉଛି।


