ଭୁବନେଶ୍ଵର: ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବାଲିପାଟଣାରେ ଅନୁଷ୍ଠିତ ହୋଇଛି ଷଷ୍ଠ ସାଂସଦ ଚିକିତ୍ସା ଶିବିର। ବ୍ଲକର ଭାପୁର ଗ୍ରାମ ପଞ୍ଚାୟତର ପି.ଏମ୍. ଶ୍ରୀ ବନମାଳୀପୁର ହାଇସ୍କୁଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡଙ୍ଗୀ ଯୋଗ ଦେଇଛନ୍ତି।
ଜନସାଧାରଣଙ୍କୁ ସମ୍ୱୋଧନ କରି ସେ କହିଛନ୍ତି ସମସ୍ତଙ୍କୁ ମୌଳିକ ସୁବିଧା ଯୋଗାଇଦେବା ତାଙ୍କର ଲକ୍ଷ୍ୟ। ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଚଳିତ ବର୍ଷରୁ ଆରମ୍ଭ ହୋଇଥିବା ଏହି ଚିକିତ୍ସା ଶିବିର ପର୍ଯ୍ୟାୟକ୍ରମେ ସମସ୍ତ ବ୍ଲକରେ ଆୟୋଜନ କରାଯିବ ବୋଲି ସେ କହିଛନ୍ତି। ଏହା ସହ ଅକୁଣ୍ଠ ସହଯୋଗ ପାଇଁ ସେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଶିବିରରେ ୬୯୧ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣା ଔଷଧ ପ୍ରଦାନ କରାଯାଇଛି।


