Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବ ଭାରତର ଶିଳ୍ପାୟନକୁ ନୂଆ ଦିଗ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘GO EAST’ ପ୍ଲାଟଫର୍ମ
ଆଜିର ଖବର

ପୂର୍ବ ଭାରତର ଶିଳ୍ପାୟନକୁ ନୂଆ ଦିଗ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘GO EAST’ ପ୍ଲାଟଫର୍ମ

June 27, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପୂର୍ବ ଭାରତରେ ଶିଳ୍ପାୟନକୁ ନୂଆ ଗତି ଦେବା ଲକ୍ଷ୍ୟରେ ଓଡ଼ିଶା ସରକାର ଆଣିଛନ୍ତି ବଡ଼ ପଦକ୍ଷେପ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ‘GO EAST’ (Government of Odisha–Eastern Investment Accelerate & Special Task Force) ନାମରେ ଏକ ନୂଆ ପ୍ଲାଟଫର୍ମର ଘୋଷଣା କରିଛନ୍ତି।

ଭୁବନେଶ୍ୱରରେ ଭାରତୀୟ ଶିଳ୍ପ ମହାସଂଘ (CII) ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପ୍ଲାଟଫର୍ମ ପୂର୍ବ ଓ ପୂର୍ବୋତ୍ତର ଭାରତର ଶିଳ୍ପ ସଂସ୍ଥାଗୁଡ଼ିକୁ ଓଡ଼ିଶାରେ ନିବେଶ ପାଇଁ ଏକ ସହଜ ଓ ସମନ୍ୱିତ ବ୍ୟବସ୍ଥା ପ୍ରଦାନ କରିବ।

ଏହି ଯୋଜନା ଅଧୀନରେ ଏକ ହାଇ-ଲେଭେଲ୍ ସ୍ପେଶାଲ୍ ଟାସ୍କ ଫୋର୍ସ ଗଠନ କରାଯିବ। ସେହିପରି ଇପିକଲରେ ଏକ ‘GO EAST Cell’ ଏବଂ ନିବେଶ ପ୍ରକଳ୍ପର ରିଅଲ୍-ଟାଇମ୍ ଟ୍ରାକିଂ ପାଇଁ ‘GO SWIFT’ ମଡ୍ୟୁଲ୍ ଆରମ୍ଭ କରାଯିବ।

ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ଏହି ପଦକ୍ଷେପ ଦ୍ୱାରା ଓଡ଼ିଶାର ସୀମାବର୍ତ୍ତୀ ଓ ପଛୁଆ ଜିଲ୍ଲାଗୁଡ଼ିକରେ ବୃହତ୍ ପୁଞ୍ଜିନିବେଶ ଆସିବ ଏବଂ ନୂଆ ଶିଳ୍ପ ବିକାଶ କେନ୍ଦ୍ର ଗଢ଼ିଉଠିବ।

ଏହି ଅବସରରେ ସରକାର ଶିଳ୍ପ ନୀତି-୨୦୨୨ରେ ସଂଶୋଧନ ଘୋଷଣା କରିଛନ୍ତି। ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, ବୌଦ୍ଧ, ଗଜପତି ସମେତ ୧୫ଟି ପଛୁଆ ଜିଲ୍ଲାକୁ ‘ଥ୍ରଷ୍ଟ ସେକ୍ଟର’ ଅଧୀନରେ ଆଣି ଅଣ-ଖଣିଜ ଭିତ୍ତିକ ଶିଳ୍ପକୁ ବିଶେଷ ପ୍ରୋତ୍ସାହନ ଦିଆଯିବ।

CII ବୈଠକରେ ଇସ୍ପାତ, ବସ୍ତ୍ର, ବିଦ୍ୟୁତ, ଗ୍ରୀନ୍ ଏନର୍ଜି ଓ କେମିକାଲ୍ସ କ୍ଷେତ୍ରରେ ୭ଟି ବୁଝାମଣାପତ୍ର (MoU) ସ୍ୱାକ୍ଷର ହୋଇଛି। ଏହା ମାଧ୍ୟମରେ ରାଜ୍ୟକୁ ୨୪,୮୨୩ କୋଟି ଟଙ୍କାର ନିବେଶ ଆସିବା ସହ ୨୯,୫୦୦ରୁ ଅଧିକ ରୋଜଗାର ସୃଷ୍ଟି ହେବ ବୋଲି ସରକାର ଆକଳନ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତର ବିକାଶର ପରବର୍ତ୍ତୀ ବଡ଼ ଅଧ୍ୟାୟ ପୂର୍ବ ଭାରତରେ ଲେଖାଯିବ। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶା ପୂର୍ବ ଭାରତର ଶିଳ୍ପ ଓ ଅଭିବୃଦ୍ଧିର ଅଗ୍ରଣୀ ରାଜ୍ୟରେ ପରିଣତ ହେବ ବୋଲି ସେ ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଛନ୍ତି।

CII GO EAST odishacm
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାର ଜଳସେଚନ ସଫଳତା ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, ୫୪ ହଜାର କୋଟିର ଜଳ ଭିତ୍ତିଭୂମି ମଞ୍ଜୁର

September 2, 2026

ଖୋର୍ଦ୍ଧା ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

September 2, 2026

ଡ଼ଇଁଚାରେ ମେଧାବୀ ଛାତ୍ରଛାତ୍ରୀମାନଙ୍କ ପ୍ରଶିକ୍ଷିଣ ଶିବିର

September 2, 2026

ଉତ୍ତର ଓଡ଼ିଶାକୁ ପୁଣି ବନ୍ୟା ବିପଦ: ଦ୍ରୁତଗତିରେ ବଢ଼ୁଛି ସୁବର୍ଣ୍ଣରେଖାର ଜଳସ୍ତର

September 2, 2026
Latest News

ଓଡ଼ିଶାର ଜଳସେଚନ ସଫଳତା ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, ୫୪ ହଜାର କୋଟିର ଜଳ ଭିତ୍ତିଭୂମି ମଞ୍ଜୁର

September 2, 2026

ଖୋର୍ଦ୍ଧା ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

September 2, 2026

ଡ଼ଇଁଚାରେ ମେଧାବୀ ଛାତ୍ରଛାତ୍ରୀମାନଙ୍କ ପ୍ରଶିକ୍ଷିଣ ଶିବିର

September 2, 2026

ଉତ୍ତର ଓଡ଼ିଶାକୁ ପୁଣି ବନ୍ୟା ବିପଦ: ଦ୍ରୁତଗତିରେ ବଢ଼ୁଛି ସୁବର୍ଣ୍ଣରେଖାର ଜଳସ୍ତର

September 2, 2026

ଦାବି ପୂରଣ ନ ହେଲେ ତୀବ୍ର ହେବ ଆନ୍ଦୋଳନ: ସରକାରଙ୍କ ଉପରେ ବର୍ଷିଲେ ଶିକ୍ଷକ ସମାଜ

September 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.