ଭୁବନେଶ୍ଵର : ପାଠ୍ୟପୁସ୍ତକ ତ୍ରୁଟି ସଂଶୋଧନ ପାଇଁ ମତାମତ ଲୋଡିଲା ଶିକ୍ଷା ବିଭାଗ । ପ୍ରଥମରୁ ଚତୁର୍ଥ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସଂଶୋଧିତ ପାଠ୍ୟପୁସ୍ତକର ମତ ଲୋଡାଗଲା । ସର୍ବସାଧାରଣ ସୁଚିନ୍ତିତ ମତାମତ ଦେବାକୁ ଜାରି ହେଲା ଇମେଲ ଆଇଡି । textbookscertodisha@gamil.comରେ ମତାମତ ଦେବାପାଇଁ ଆହ୍ଵାନ କରାଯାଇଛି । ସେହିପରି ୧୮୦୦୩୪୫୬୭୨୨ ହେଲ୍ପ ଲାଇନ ନମ୍ବର ଜାରି କରିଛି । । ଆସନ୍ତା ୭ ଦିନ ମଧ୍ୟରେ ମତ ରଖିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଓସେପା ୱେବସାଇଟରେ ସଂଶୋଧିତ ପୁସ୍ତକ ଉପଲବ୍ଧ ହେବ ।


