Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି
ଆଜିର ଖବର

ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି

July 7, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମ୍ବଲପୁର : ଲଗାଣ ବର୍ଷା ପ୍ରଭାବରେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ ବଢ଼ୁଥିବା ବେଳେ ଜଳସ୍ତର ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୫.୬୫ ଫୁଟରେ ପହଞ୍ଚିଛି। ବର୍ତ୍ତମାନ ଜଳଭଣ୍ଡାରକୁ ପ୍ରାୟ ୧ ଲକ୍ଷ ୫୬ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨୦ ହଜାର କ୍ୟୁସେକ ଜଳ ନିଷ୍କାସନ କରାଯାଉଛି।

ଏହାରି ମଧ୍ୟରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ ଆସନ୍ତା ୯ ଜୁଲାଇରେ ହୀରାକୁଦ ଡ୍ୟାମ୍‌ର ଗେଟ୍ ଖୋଲାଯିବ। ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ସେଦିନ ସକାଳ ୧୧ଟାରେ ପ୍ରଥମ ଗେଟ୍ ଖୋଲି ବନ୍ୟାଜଳ ନିଷ୍କାସନ ଆରମ୍ଭ କରାଯିବ।

ଉପରମୁଣ୍ଡ ଅଞ୍ଚଳରେ ଲଗାତାର ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ ବୃଦ୍ଧି ପାଇଛି। ଜଳସ୍ତର ଧୀରେ ଧୀରେ ନିର୍ଦ୍ଧାରିତ ସୀମା ଅଭିମୁଖେ ବଢ଼ୁଥିବାରୁ ଜଳଭଣ୍ଡାରର ସନ୍ତୁଳନ ବଜାୟ ରଖିବା ପାଇଁ ପ୍ରଥମ ପର୍ଯ୍ୟାୟରେ ବନ୍ୟାଜଳ ଛଡ଼ାଯିବ ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।

ଜଳସମ୍ପଦ ବିଭାଗ ପକ୍ଷରୁ ହୀରାକୁଦ ଜଳଭଣ୍ଡାର ଏବଂ ମହାନଦୀର ଜଳସ୍ତର ଉପରେ ନିରନ୍ତର ନଜର ରଖାଯାଉଛି। ପରିସ୍ଥିତି ଅନୁଯାୟୀ ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ ଗେଟ୍ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

ଜଳସ୍ତର ବୃଦ୍ଧି ହୀରାକୁଦ
Share. Facebook Twitter LinkedIn Email WhatsApp Copy Link

Related Posts

କାଣୀ ନଦୀରେ ଘାଇ

July 7, 2026

ଚାଉଳିଆଗଞ୍ଜ IIC ବିଉଟି ମହାନ୍ତି ମୃତ୍ୟୁ ମାମଲା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ

July 7, 2026

ଫେରାର ହାର୍ଡକୋର ନକ୍ସଲ ଗିରଫ

July 7, 2026

କେନ୍ଦୁଝରରେ ଦୁଃଖଦ ଅଘଟଣ: ମାଛ ଧରିବାକୁ ଯାଇ ନାଳରେ ଭାସିଗଲେ ଯୁବକ

July 7, 2026
Latest News

ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି

July 7, 2026

କାଣୀ ନଦୀରେ ଘାଇ

July 7, 2026

ଚାଉଳିଆଗଞ୍ଜ IIC ବିଉଟି ମହାନ୍ତି ମୃତ୍ୟୁ ମାମଲା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ

July 7, 2026

ଫେରାର ହାର୍ଡକୋର ନକ୍ସଲ ଗିରଫ

July 7, 2026

କେନ୍ଦୁଝରରେ ଦୁଃଖଦ ଅଘଟଣ: ମାଛ ଧରିବାକୁ ଯାଇ ନାଳରେ ଭାସିଗଲେ ଯୁବକ

July 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.