ବ୍ରହ୍ମଗିରି: ଶ୍ରୀଜିଉମାନଙ୍କ ଅଣସର ଅବସରରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିରରେ ଅଲାରନାଥଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି। ରାଜ୍ୟବାସୀଙ୍କ ଶାନ୍ତି, ସମୃଦ୍ଧି ଓ କଲ୍ୟାଣ ପାଇଁ ରାଜ୍ୟପାଳ ମହାପ୍ରଭୁ ଅଲାରନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଭଗବାନ ଅଲାରନାଥଙ୍କ କୃପା ସମସ୍ତଙ୍କୁ ଶକ୍ତି, ସଦ୍ଭାବ ଓ କରୁଣାର ପଥରେ ଅଗ୍ରସର କରୁ ବୋଲି ସେ କହିଛନ୍ତି।


