Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖଲ୍ଲିକୋଟରେ ରାଜ୍ୟ ବାର୍‌‍ ଆସୋସିଏସନ୍‌‍ ସଭାପତି ଲଲାଟେନ୍ଦୁ ସାମନ୍ତରାଙ୍କୁ ସମ୍ୱର୍ଦ୍ଧନା ସମାରୋହ
ଆଜିର ଖବର

ଖଲ୍ଲିକୋଟରେ ରାଜ୍ୟ ବାର୍‌‍ ଆସୋସିଏସନ୍‌‍ ସଭାପତି ଲଲାଟେନ୍ଦୁ ସାମନ୍ତରାଙ୍କୁ ସମ୍ୱର୍ଦ୍ଧନା ସମାରୋହ

July 13, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଖଲ୍ଲିକୋଟରେ ରାଜ୍ୟ ବାର୍‌‍ ଆସୋସିଏସନ୍‌‍ ସଭାପତି ଲଲାଟେନ୍ଦୁ ସାମନ୍ତରାଙ୍କୁ ସମ୍ୱର୍ଦ୍ଧନା ସମାରୋହ
ଖଲ୍ଲିକୋଟରେ ରାଜ୍ୟ ବାର୍‌‍ ଆସୋସିଏସନ୍‌‍ ସଭାପତି ଲଲାଟେନ୍ଦୁ ସାମନ୍ତରାଙ୍କୁ ସମ୍ୱର୍ଦ୍ଧନା ସମାରୋହ

ଖଲ୍ଲିକୋଟ: ଖଲ୍ଲିକୋଟ ସହର ନିକଟ ନୃସିଂହଚରଣ କନଭେନସନ ପରିସରରେ ରବିବାର ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ପକ୍ଷରୁ ଖଲିକୋଟରେ ଜନ୍ମଗ୍ରହଣ କରିଥିବା ହାଇକୋର୍ଟ ବାର ଆସୋସିଏସନ ସଭାପତି ଲଲାଟେନ୍ଦୁ ସାମନ୍ତରାଙ୍କୁ ବିପୁଳ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ସମ୍ୱର୍ଦ୍ଧନାର ଉତ୍ତର ଦେଇ ଶ୍ରୀ ସାମନ୍ତରା ଆଇନଜୀବୀମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ କରାଯାଇଥିବା ଜନକଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ତଳ କୋର୍ଟରେ କାର୍ଯ୍ୟ କରୁଥିବା ଆଇନଜୀବୀମାନେ ହାଇକୋର୍ଟରେ କାର୍ଯ୍ୟ କରନ୍ତୁ ବୋଲି ପରାମର୍ଶ ଦେଇଥିଲେ। ତାଙ୍କ ନିଜ ବାସସ୍ଥାନ ଖଲ୍ଲିକୋଟରେ ଏଭଳି କାର୍ଯ୍ୟକ୍ରମ କରିଥିବାରୁ ଅନୁଷ୍ଠାନକୁ ଭୂୟସୀ ପ୍ରଶଂସା କରିଥିଲେ। ଏଥିସହ ଖଲ୍ଲିକୋଟର ଐତିହ୍ୟ ପ୍ରକାଶ କରିବା ସହ ସମସ୍ତ ଆଇନଜୀବୀଙ୍କୁ ଧନ୍ୟବାଦ ଜଣାଇଥିଲେ।

କାର୍ଯ୍ୟକ୍ରମର ସଭାପତି ବିପ୍ଲବୀ କବୀ ପ୍ରଶାନ୍ତ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ୱାଦିକ ତଥା ନବୀନର ସମ୍ପାଦକ ରବି ରଥ ତାଙ୍କ ଭାଷଣରେ ଆଜି ରାଜ୍ୟ ବାର୍‌‍ ଆସୋସିଏସନ୍‌‍ର ସଭାପତିଙ୍କୁ ସମ୍ବର୍ଦ୍ଧନା ସଭାରେ ତାଙ୍କୁ ସ୍ଵାଗତ କରିବାସହ ଜଣେ ବରିଷ୍ଠ ସାମ୍ବାଦିକ ଜୀବନର ଅନୁଭବକୁ ମୁଁ ପ୍ରକାଶ କରିବାକୁ ଉଚିତ୍‌‍ ମନେ କରୁଛି। ଆଜି ଆମେ ଏକ ସ୍ଵାଧୀନ ଦେଶର ନାଗରିକ ଭାବେ ବାବାସାହେବ ଆମ୍ବେଦକରଙ୍କ ନେତୃତ୍ଵରେ ଏକ ସମ୍ବିଧାନ ପାଇଛୁ ଯାହାଦ୍ଵାରା ବିଚାରଳୟକୁ ସ୍ଵତନ୍ତ୍ର ଓ ସ୍ଵାଧୀନ ରୂପେ ରହିବାକୁ କ୍ଷମତା ଦିଆଯାଇଛି। କିନ୍ତୁ ଆଜି ବିଚାରାଳୟଗୁଡ଼ିକ ବିଶ୍ଵାସନୀୟତା ସଙ୍କଟରେ ରହିଛି। ସ୍ଵାଧୀନତା ରହିଛିକି, ସମସ୍ତ ବିଚାର ପତିମାନଙ୍କ ପାଖରେ ସାଧୁତା ରହିଛିକି ବୋଲି ସାଧାରଣଷର ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସେହିପରି ଓକିଲମାନଙ୍କ ମଧ୍ୟରେ ସେପରି ମାନସିକତା ଓ ଏକତା ଅଛିକି ନ୍ୟାୟାଳୟ କୁ ସ୍ଵାଧୀନ ଓ ଭ୍ରଷ୍ଟାଚାରର ମୁକ୍ତରଖିବା ପାଇଁ ଅଭିଯାନ କରିବାକୁ। ନିକଟରେ ସୁପ୍ରିମକୋର୍ଟରେ ଘଟିଥିବା ଦୁଇ ଦୁଇଟି ଘଟଣଶ ସମ୍ପର୍କରେ ଅବଗତ କରାଇଥିଲେ।

ଶ୍ରୀ ରଥ କିହଲେ, ଆଜି ଗରିବ ଚାଷୀ, ଆଦିବାସୀ, ଦଳିତଙ୍କ ପାଇଁ ବିଚାର ପ୍ରକ୍ରିୟା ଅତି ମହଙ୍ଗା ଓ ବର୍ଷ ବର୍ଷ ଧରି ଲୋକେ ଜେଲରେ ବିନା ଜାମିନରେ ସଢୁଛନ୍ତି। କିନ୍ତୁ କର୍ପୋରେଟ ମାନଙ୍କ ପାଇଁ ସହଜରେ ମାମଲା ଶୀଘ୍ର ଫୈସଲା ହୋଇ ଯାଉଛି। ଦେଶରେ ପରିବେଶ ସୁରକ୍ଷା ପାଇଁ ବିକାଶ ନାମରେ ବିନାଶକୁ ରୋକିବାପାଇଁ କୋର୍ଟକୁ ଗଲେ ପ୍ରଧାନ ବିଚାର ପତି କହୁଛନ୍ତି ବିକାଶ ବିରୋଧୀ। ଭୋଟ ତାଲିକାରୁ ବଦଦିଆଗଲେ ମୌଳିକ ଅଧିକାର ସୁରକ୍ଷାପାଇଁ ଅପିଲ କଲେକ ଉଚ୍ଚତମ ନ୍ୟାୟାଳୟ କହିଛନ୍ତି ଏଥର ନହେଲେ ଆରଥରକୁ ଭୋଟ ଦେବ। ଏପରି ବିଚାର ଚାଲିଥିବାବେଳେ ଦେଶର ଆଡଭୋକେଟ୍‌‍ ମାନେ ସ୍ଵର ଉତ୍ତୋଳନ କରିବା ଏକାନ୍ତ ଜରୁରୀ।ଯେଉଁ କେତକ ପ୍ରସନକରୁଛନ୍ତି ସେମାନଙ୍କୁ ବ୍ୟାପକ ସମର୍ଥ ମିଳୁ ନାହିଁ। ନ୍ୟାୟାଳୟର ଅସଲ ସ୍ଵର ହେଉଛନ୍ତି ସ୍ଵାଧୀନ ପ୍ରସରେ ଥିବା ଓକିଲ ସମାଜ। ମୋର ଆହ୍ବାନ ବର୍ତ୍ତମାନର ବାର ଆସୋସିଏସନର ସଭାପତି ଓଡ଼ିଶା ହାଇକୋର୍ଟ ସମେତ ରାଜ୍ୟର ଯୋଲକୋର୍ଟ ମାନଙ୍କରେ ଏକ ଜନବାଦୀ ନ୍ୟାୟ ପ୍ରକ୍ରିୟାର ପରିବେଶ ସୃଷ୍ଟି କରିବାକୁ ଉଦ୍ୟମ କରିବେ ଓ ଗଞ୍ଜାମର ନାମ ରଖିବେ। ଏଥିସହ ଖଲିକୋଟର ଐତିହ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ମହାସଚିବ ଦଣ୍ଡପାଣି ମହାପାତ୍ର ସ୍ଵାଗତ ଭାଷଣ ଦେଇଥିଲେ। ଓଡ଼ିଶା ହାଇକୋର୍ଟ ବାର ସଭାପତି ଲଲାଟେନ୍ଦୁ ସାମନ୍ତରା, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ରାମମୋହନ ପଣ୍ଡା, ଆସିକା ବାର ସଭାପତି ଛବିଳ ରାମ ମିଶ୍ର, ପୁରୁଷୋତ୍ତମପୁର ବାର ସଭାପତି ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ଖଲ୍ଲିକୋଟ ବାର ସଭାପତି ସନ୍ତୋଷ ମିଶ୍ର, କବିସୂର୍ଯ୍ୟ ନଗର ବାର ସଭାପତି ସୁକୁମାର ମାଝୀ ପ୍ରମୁଖ ମଞ୍ଚାସିନ ଥିଲେ। ଖଲ୍ଲିକୋଟ ମାଟିର ସୁଯୋଗ୍ୟ ସନ୍ତାନ ତଥା ଓଡ଼ିଶା ହାଇକୋର୍ଟର ଆଇନଜୀବୀ ଲଲାଟେନ୍ଦୁ ସାମନ୍ତରା ଚଳିତ ବର୍ଷ ବାର ପ୍ରେସିଡେଣ୍ଟ ରୂପେ ନିର୍ବାଚିତ ହୋଇଥିବାରୁ ବିପୁଳ ସମ୍ୱର୍ଦ୍ଧନା ଦିଆଯାଇଥିଲା। ପ୍ରଥମେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ର, ମୁଖ୍ୟ ଅତିଥି ରବି ରଥ ମାନପତ୍ର ଉପଢୌକନ ଦେଇ ସମ୍ୱର୍ଦ୍ଧିତ କରିଥିଲେ।

ସେହିପରି ଖଲ୍ଲିକୋଟ ବାର ସଭାପତି ସନ୍ତୋଷ ମିଶ୍ର, ରାଜେନ୍ଦ୍ର ରଥ, ପ୍ରଶାନ୍ତ ପଣ୍ଡା, ମେଘନାଦ ଦଳେଇ, ହିଞ୍ଜିଳିକାଟୁ ବାର ସଭାପତିଙ୍କ ସମେତ ସମସ୍ତ ଆଇନଜୀବୀ ଉପସ୍ଥିତ ରହି ସମ୍ୱର୍ଦ୍ଧିତ କରିଥିଲେ। ଖଲ୍ଲିକୋଟ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଡ଼ .ହରପ୍ରସାଦ ମହାପାତ୍ର, ବରିଷ୍ଠ ନାଗରିକ ସଂଘର ସମ୍ପାଦକ ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ, ବଣିକ ସଂଘର ସଭାପତି ଅଶୋକ ପୃଷ୍ଟି, ବରିଷ୍ଠ ଶିକ୍ଷାବିତ ପୂର୍ଣ୍ଣଚନ୍ଦ୍ର ରଥ, ଅବଦୁଲ କାଲାମ ଜନକଲ୍ୟାଣ ଟ୍ରଷ୍ଟ ସଭାପତି ପୂର୍ଣ୍ଣଚନ୍ଦ୍ର ବେଝହେରା, ସମ୍ପାଦକ ପଞ୍ଚାନନ ସୁର, ବରିଷ୍ଠ ସାହିତି୍ୟକ ସୁଶାନ୍ତ କର ଶୁଭେଚ୍ଛା ଜଣାଇଥିଲେ । ଖଲ୍ଲିକୋଟ ବଣିକ ସଂଘ, କଳାକାର ସଂଘ ପକ୍ଷରୁ ସାମନ୍ତରାଙ୍କୁ ସମ୍ୱର୍ଦ୍ଧନା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଆଇନଜୀବି, ଲେଖିକା ଲେଖକ, ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।

ଖଲ୍ଲିକୋଟ ରାଜ୍ୟ ବାର୍‌‍ ଆସୋସିଏସନ୍‌‍ ସଭାପତି ଲଲାଟେନ୍ଦୁ ସାମନ୍ତରା ସମ୍ୱର୍ଦ୍ଧନା ସମାରୋହ
Share. Facebook Twitter LinkedIn Email WhatsApp Copy Link

Related Posts

ଫିଫା ବିଶ୍ୱକପ୍ ରେ ନୂଆ ବିବାଦ: ଟ୍ରମ୍ପଙ୍କ ଆହ୍ୱାନ ପରେ ଆମେରିକୀୟ ଖେଳାଳିଙ୍କ କୋହଳ ହେଲା ଦଣ୍ଡ

July 13, 2026

ଆଶ୍ଚର୍ଯ୍ୟ!: ୮୨ ବର୍ଷୀୟ ବୃଦ୍ଧ ଏବଂ ରିକ୍ସା ଚାଳକଙ୍କ ବ୍ୟାଙ୍କ ଖାତାରେ ଜମା ହେଲା ୭୫୯ କୋଟି

July 13, 2026

ବ୍ରହ୍ମପୁରରେ ଜାହାଜ ନିର୍ମାଣ କାରଖାନା ପ୍ରତିଷ୍ଠା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଦାବି ଜଣାଇଲେ ପ୍ରଦୀପ ପାଣିଗ୍ରାହୀ

July 13, 2026

ଶେଷ ପର୍ଯ୍ୟାୟରେ ଶ୍ରୀବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ

July 13, 2026
Latest News

ଖଲ୍ଲିକୋଟରେ ରାଜ୍ୟ ବାର୍‌‍ ଆସୋସିଏସନ୍‌‍ ସଭାପତି ଲଲାଟେନ୍ଦୁ ସାମନ୍ତରାଙ୍କୁ ସମ୍ୱର୍ଦ୍ଧନା ସମାରୋହ

July 13, 2026

ଫିଫା ବିଶ୍ୱକପ୍ ରେ ନୂଆ ବିବାଦ: ଟ୍ରମ୍ପଙ୍କ ଆହ୍ୱାନ ପରେ ଆମେରିକୀୟ ଖେଳାଳିଙ୍କ କୋହଳ ହେଲା ଦଣ୍ଡ

July 13, 2026

ଆଶ୍ଚର୍ଯ୍ୟ!: ୮୨ ବର୍ଷୀୟ ବୃଦ୍ଧ ଏବଂ ରିକ୍ସା ଚାଳକଙ୍କ ବ୍ୟାଙ୍କ ଖାତାରେ ଜମା ହେଲା ୭୫୯ କୋଟି

July 13, 2026

ଧୂଆଁ ଧୂଆଁ ହେଲା ମଧ୍ୟପ୍ରାଚ୍ୟ: କୁୱେତ, ବହରିନ ଏବଂ ଜୋର୍ଡାନ ଉପରେ କ୍ଷେପଣାସ୍ତ୍ର କଲା ଇରାନ

July 13, 2026

ବ୍ରହ୍ମପୁରରେ ଜାହାଜ ନିର୍ମାଣ କାରଖାନା ପ୍ରତିଷ୍ଠା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଦାବି ଜଣାଇଲେ ପ୍ରଦୀପ ପାଣିଗ୍ରାହୀ

July 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.