ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ର କୁକିଆ ଗାଁ ନିକଟରେ ଥିବା ଖେଳ ପଡ଼ିଆରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଆଜି ସକାଳେ ଗାଁର ରଞ୍ଜନ ବଗର୍ତି ଶୌଚ ପାଇଁ ଯାଇଥିବା ବେଳେ ଶିଶୁର କାନ୍ଦ ଶୁଣି ଆଖପାଖରେ ଖୋଜାଖୋଜି କରିଥିଲେ । କିଛି ସମୟ ପରେ ଖେଳ ପଡ଼ିଆରୁ କାନ୍ଦୁଥିବା ଅବସ୍ଥାରେ ଏକ ଶିଶୁପୁତ୍ରକୁ ଠାବ କରିଥିଲେ। ଏନେଇ ଆଶାକର୍ମୀଙ୍କୁ ଖବର ଦେବାପରେ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଥିଲା । ଏହାପରେ 108 ଆମ୍ବୁଲାନ୍ସ ଯୋଗେ ଶିଶୁକୁ ଅଣାଯାଇ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶିଶୁପୁତ୍ରଟି ବର୍ତ୍ତମାନ ସୁସ୍ଥ ଥିବା ଡାକ୍ତର କହିଛନ୍ତି । ଶିଶୁ ପୁତ୍ରକୁ ଶିଶୁ ସୁରକ୍ଷା ୟୁନିଟକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି ।