Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆର ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ପ୍ଲାଷ୍ଟିନେସନ୍ ବିଷୟକ ପୁସ୍ତକ ଉନ୍ମୋଚିତ
ଆଜିର ଖବର

ସୋଆର ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ପ୍ଲାଷ୍ଟିନେସନ୍ ବିଷୟକ ପୁସ୍ତକ ଉନ୍ମୋଚିତ

July 20, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ସୋଆର ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ପ୍ଲାଷ୍ଟିନେସନ୍ ବିଷୟକ ପୁସ୍ତକ ଉନ୍ମୋଚିତ
ସୋଆର ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ପ୍ଲାଷ୍ଟିନେସନ୍ ବିଷୟକ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ମାନବ ଶରୀର ସଂରକ୍ଷଣ ବିଜ୍ଞାନ (ପ୍ଲାଷ୍ଟିନେସନ୍‌) କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଜନ ଡକ୍ଟର ଶିଶିର କୁମାରଙ୍କ ରଚିତ ‘ପ୍ରିଜର୍ଭିଂ ଆନାଟୋମି : ଦି ୱାର୍ଲ୍ଡ ଅଫ୍ ପ୍ଲାଷ୍ଟିନେସନ’ ଶୀଷର୍କ ପୁସ୍ତକ ସୋଆ (ଶିକ୍ଷା ‘ଓ’ ଅନୁସନ୍ଧାନ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ନିକଟରେ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ଆନାଟୋମି ବିଭାଗର ପ୍ରଫେସର ଡାକ୍ତର ଶିଶିର କୁମାର ଏହି ପୁସ୍ତକରେ ପ୍ଲାଷ୍ଟିନେସନ୍‌ର ବୈଜ୍ଞାନିକ ପ୍ରକ୍ରିୟା, ଶିକ୍ଷା, ଗବେଷଣା ଏବଂ ଶରୀର ବିଜ୍ଞାନ ଅଧ୍ୟୟନରେ ବହୁମୁଖୀ ପ୍ରୟୋଗ ସଂପର୍କରେ ବିସ୍ତୃତ ଭାବେ ଉପସ୍ଥାପନା କରିଛନ୍ତିି। ଏହା ମେଡିକାଲ୍ ଛାତ୍ରଛାତ୍ରୀ, ଶିକ୍ଷକ, ଗବେଷକ ଏବଂ ଆନାଟୋମି କ୍ଷେତ୍ରରେ କାର୍ଯ୍ୟରତ ବୃତିଜୀବୀମାନଙ୍କ ପାଇଁ ଏକ ଉପଯୋଗୀ ସନ୍ଦର୍ଭ ଗ୍ରନ୍ଥ ଭାବେ ସହାୟକ ହେବ ବୋଲି ପ୍ରଫେସର ନାୟକ ଆଶା ବ୍ୟକ୍ତ କରିଛନ୍ତି।

ପୁସ୍ତକର ‘ରିସର୍ଚ୍ଚ ଆପିକ୍ଳେସନ୍ ଅଫ୍ ପ୍ଲାଷ୍ଟିନେସନ’ ଶୀଷର୍କ ଅଧ୍ୟାୟଟି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ରିପ୍ରକ୍ଟିଭ୍ ମେଡିସିନ୍ ଆଣ୍ଡ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର(ଡାକ୍ତର) ସୁଜାତା ପ୍ରଧାନ ରଚନା କରିଛନ୍ତି। ଏଥିରେ ପ୍ଲାଷ୍ଟିନେସନ୍ ପ୍ରଯୁକ୍ତିର ଗବେଷଣା କ୍ଷେତ୍ରରେ ବିଭିନ୍ନ ପ୍ରୟୋଗ ଓ ସମ୍ଭାବନା ସଂର୍ପକରେ ଆଲୋକପାତ କରାଯାଇଛି।

ଡା. ଶିଶିର କୁମାର ଜର୍ମାନୀର ହାଇଡେଲବର୍ଗସ୍ଥ ବାୟୋଡୁର ଜିଏମବିଏଚ୍ ସେଂଟର ଫର୍ ପ୍ଲାଷ୍ଟିନେସନ ଠାରେ ଉନ୍ନତ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ସେ ପ୍ଲାଷ୍ଟିନେସନ୍ ବିଜ୍ଞାନର ପ୍ରବର୍ତକ ଡା. ଗୁନ୍ଥର ଭନ୍ ହାଗେନ୍ସଙ୍କ ଦଳର ସଦସ୍ୟମାନଙ୍କଠାରୁ ସିଧାସଳଖ ପ୍ରଶିକ୍ଷଣ ଲାଭ କରିଥିବାରୁ ଏହି କ୍ଷେତ୍ରରେ ତାଙ୍କର ବିଶେଷ ଦକ୍ଷତା ରହିଛି।

ଏହି ଅବସରରେ ସୋଆର କୁଳପତି ପ୍ରଫେସର (ଡକ୍ଟର) ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌, କ୍ୟାମ୍ପସ–୩, ବ୍ରହ୍ମପୁରର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ ଉପସ୍ଥିତ ଥିଲେ।

ପୁସ୍ତକ ଉନ୍ମୋଚିତ ପ୍ଲାଷ୍ଟିନେସନ୍ ମନୋଜରଞ୍ଜନ ନାୟକ ସୋଆର ପ୍ରତିଷ୍ଠାତା ସଭାପତି
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା

July 20, 2026

କେଜିବିଭି ୱାର୍ଡେନଙ୍କ ନିମନ୍ତେ ପାଞ୍ଚଦିନିଆ ଆବାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

July 20, 2026

ରାଜ୍ୟରେ କମ୍ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିକୁ ନେଇ ଉଚ୍ଚସ୍ତରୀୟ ବୈଠକ

July 20, 2026

ଆଜିଠାରୁ ସଂସଦରେ ଆରମ୍ଭ ହେଲା ମୌସୁମୀ ଅଧିବେଶନ: ଏହା ପୂର୍ବରୁ କ’ଣ ଥିଲା ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ?

July 20, 2026
Latest News

ପୁରୀରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା

July 20, 2026

କେଜିବିଭି ୱାର୍ଡେନଙ୍କ ନିମନ୍ତେ ପାଞ୍ଚଦିନିଆ ଆବାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

July 20, 2026

ରାଜ୍ୟରେ କମ୍ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିକୁ ନେଇ ଉଚ୍ଚସ୍ତରୀୟ ବୈଠକ

July 20, 2026

ଆଜିଠାରୁ ସଂସଦରେ ଆରମ୍ଭ ହେଲା ମୌସୁମୀ ଅଧିବେଶନ: ଏହା ପୂର୍ବରୁ କ’ଣ ଥିଲା ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ?

July 20, 2026

ସୋଆର ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ପ୍ଲାଷ୍ଟିନେସନ୍ ବିଷୟକ ପୁସ୍ତକ ଉନ୍ମୋଚିତ

July 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.