Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୂପୃଷ୍ଠରୁ ଆକାଶମାର୍ଗକୁ ଆକ୍ରମଣ ଲାଗି ସକ୍ଷମ ଲମ୍ବା ଦୂରଗାମୀ କ୍ଷେପଣାସ୍ତ୍ର ‘କୁଶା’ର ସଫଳ ପରୀକ୍ଷଣ
ଆଜିର ଖବର

ଭୂପୃଷ୍ଠରୁ ଆକାଶମାର୍ଗକୁ ଆକ୍ରମଣ ଲାଗି ସକ୍ଷମ ଲମ୍ବା ଦୂରଗାମୀ କ୍ଷେପଣାସ୍ତ୍ର ‘କୁଶା’ର ସଫଳ ପରୀକ୍ଷଣ

July 24, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭୂପୃଷ୍ଠରୁ ଆକାଶମାର୍ଗକୁ ଆକ୍ରମଣ ଲାଗି ସକ୍ଷମ ଲମ୍ବା ଦୂରଗାମୀ କ୍ଷେପଣାସ୍ତ୍ର ‘କୁଶା’ର ସଫଳ ପରୀକ୍ଷଣ
ଭୂପୃଷ୍ଠରୁ ଆକାଶମାର୍ଗକୁ ଆକ୍ରମଣ ଲାଗି ସକ୍ଷମ ଲମ୍ବା ଦୂରଗାମୀ କ୍ଷେପଣାସ୍ତ୍ର ‘କୁଶା’ର ସଫଳ ପରୀକ୍ଷଣ

ଭୁବନେଶ୍ଵର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ୨୩ ଜୁଲାଇ ୨୦୨୬ରେ ଓଡ଼ିଶା ଉପକୂଳ ଏପିଜେ ଅବଦୁଲ କଲାମ୍‌ ଦ୍ୱୀପରୁ ଲମ୍ବା ଦୂରଗାମୀ କ୍ଷେପଣାସ୍ତ୍ର ‘କୁଶା’ର ପ୍ରଥମ ସଫଳ ଉଡ଼ାଣ ପରୀକ୍ଷଣ କରିଛି । ଏହି ପ୍ରଥମ ପରୀକ୍ଷଣ ଏକ ଉଚ୍ଚ-ଗତି, ଉଚ୍ଚ-ଉଚ୍ଚତା ବିଶିଷ୍ଟ ଆକାଶମାର୍ଗ ବିପଦକୁ ଅନୁକରଣ କରୁଥିବା ଏକ ଇଲେକ୍ଟ୍ରୋନିକ୍ ଲକ୍ଷ୍ୟ ବିରୁଦ୍ଧରେ କରାଯାଇଥିଲା। କ୍ଷେପଣାସ୍ତ୍ର ପ୍ରଣାଳୀ ଦ୍ୱାରା ଲକ୍ଷ୍ୟକୁ ସଫଳତାର ସହ ଇଣ୍ଟରସେପ୍ଟ (ନଷ୍ଟ) କରି ଦିଆଯାଇଥିଲା।

‘କୁଶା’ କ୍ଷେପଣାସ୍ତ୍ର ପ୍ରଣାଳୀ ଲଢ଼ୁଆ ବିମାନ, କ୍ଷେପଣାସ୍ତ୍ର, ମାନବିହୀନ ବିମାନ (ୟୁଏଭି) ଏବଂ ବଡ଼ ଶତ୍ରୁ ବିମାନ ସମେତ ଭିନ୍ନ ଭିନ୍ନ ପରିସର ଓ ଉଚ୍ଚତାରେ ଆକାଶ ମାର୍ଗରୁ ଆସୁଥିବା ବିଭିନ୍ନ ପ୍ରକାରର ବିପଦକୁ ନଷ୍ଟ କରିବାରେ ସକ୍ଷମ । କ୍ଷେପଣାସ୍ତ୍ର, ରାଡାର ଏବଂ କମାଣ୍ଡ ଓ ନିୟନ୍ତ୍ରଣ କେନ୍ଦ୍ର ସମେତ ଅସ୍ତ୍ରଶସ୍ତ୍ର ପ୍ରଣାଳୀର ସମସ୍ତ ପ୍ରମୁଖ ଉପାଦାନଗୁଡ଼ିକୁ ବିଭିନ୍ନ ଡିଆରଡିଓ ପରୀକ୍ଷାଗାର ଏବଂ ଶିଳ୍ପ ଅଂଶୀଦାରମାନଙ୍କ ଦ୍ୱାରା ବିକଶିତ କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ‘କୁଶା’ର ସଫଳ ଉଡ଼ାଣ ପରୀକ୍ଷଣ ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହା ଦୀର୍ଘ ଦୂରଗାମୀ ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଇପାରୁଥିବା କ୍ଷେପଣାସ୍ତ୍ର ପ୍ରଣାଳୀ ବିକଶିତ କରିବାର କ୍ଷମତାକୁ ପ୍ରଦର୍ଶନ କରେ। ଏହି କ୍ଷମତା କେବଳ ହାତ ଗଣତି କିଛି ଦେଶ ପାଖରେ ଅଛି। ସେ କହିଛନ୍ତି, ଏହା ଏପରି ଏକ ପ୍ରଣାଳୀର ଆମଦାନୀ ଉପରେ ନିର୍ଭରଶୀଳତାକୁ ମଧ୍ୟ ଦୂର କରିବ ଏବଂ ଦେଶର ବାୟୁ ପ୍ରତିରକ୍ଷା କ୍ଷମତାକୁ ଉଲ୍ଲେଖନୀୟ ଭାବେ ମଜଭୁତ କରିବ।

ପ୍ରତିରକ୍ଷା ସଚିବ, ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ରାଜେଶ କୁମାର ସିଂହ ଉତକ୍ଷେପଣ ସମୟରେ ସମସ୍ତ କାର୍ଯ୍ୟକଳାପ ତଦାରଖ କରିଥିଲେ ଏବଂ ସଫଳ ଫ୍ଲାଇଟ୍‌ ପରୀକ୍ଷଣରେ ସାମିଲ ସମସ୍ତ ଦଳର ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ।

କୁଶା’ ଡିଆରଡିଓ ଭୂପୃଷ୍ଠରୁ ଆକାଶମାର୍ଗ ଲମ୍ବା ଦୂରଗାମୀ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ
Share. Facebook Twitter LinkedIn Email WhatsApp Copy Link

Related Posts

ଦେଶବ୍ୟାପୀ ମୌସୁମୀ ପରିସ୍ଥିତିର ନିରନ୍ତର ସମୀକ୍ଷା କରୁଛି ଗୃହ ମନ୍ତ୍ରଣାଳୟ

July 24, 2026

ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ: ସକାଳ ୯:୧୫ ରେ ପତାକା ଉତ୍ତୋଳନ

July 24, 2026

“ପେପର୍ ଲିକ୍ ସମ୍ପର୍କରେ ଆଜି କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି”: ଭିଡିଓ ବାର୍ତ୍ତା ଜାରି କଲେ ପ୍ରଧାନମନ୍ତ୍ରୀ

July 24, 2026

ନିର୍ବାଚନୀ ତାଲିମ୍ ପର୍ଯ୍ୟବେକ୍ଷକଙ୍କ ଖୋରଧା ଜିଲ୍ଲା ପରିଦର୍ଶନ ଏବଂ ଏସଆଇଆର କାର୍ଯ୍ୟ ସମୀକ୍ଷା

July 24, 2026
Latest News

ଭୂପୃଷ୍ଠରୁ ଆକାଶମାର୍ଗକୁ ଆକ୍ରମଣ ଲାଗି ସକ୍ଷମ ଲମ୍ବା ଦୂରଗାମୀ କ୍ଷେପଣାସ୍ତ୍ର ‘କୁଶା’ର ସଫଳ ପରୀକ୍ଷଣ

July 24, 2026

ଦେଶବ୍ୟାପୀ ମୌସୁମୀ ପରିସ୍ଥିତିର ନିରନ୍ତର ସମୀକ୍ଷା କରୁଛି ଗୃହ ମନ୍ତ୍ରଣାଳୟ

July 24, 2026

ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ: ସକାଳ ୯:୧୫ ରେ ପତାକା ଉତ୍ତୋଳନ

July 24, 2026

“ପେପର୍ ଲିକ୍ ସମ୍ପର୍କରେ ଆଜି କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି”: ଭିଡିଓ ବାର୍ତ୍ତା ଜାରି କଲେ ପ୍ରଧାନମନ୍ତ୍ରୀ

July 24, 2026

ନିର୍ବାଚନୀ ତାଲିମ୍ ପର୍ଯ୍ୟବେକ୍ଷକଙ୍କ ଖୋରଧା ଜିଲ୍ଲା ପରିଦର୍ଶନ ଏବଂ ଏସଆଇଆର କାର୍ଯ୍ୟ ସମୀକ୍ଷା

July 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.