Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ଉପ ନିର୍ବାଚନ ଅଧିକାରୀ ଏସଆଇଆର କାର୍ଯ୍ୟ ସମୀକ୍ଷା
ଆଜିର ଖବର

ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ଉପ ନିର୍ବାଚନ ଅଧିକାରୀ ଏସଆଇଆର କାର୍ଯ୍ୟ ସମୀକ୍ଷା

July 29, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ଉପ ନିର୍ବାଚନ ଅଧିକାରୀ ଏସଆଇଆର କାର୍ଯ୍ୟ ସମୀକ୍ଷା
ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ଉପ ନିର୍ବାଚନ ଅଧିକାରୀ ଏସଆଇଆର କାର୍ଯ୍ୟ ସମୀକ୍ଷା

ଖୋରଧା: ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଉପ ଶାସନ ସଚିବ ତଥା ଉପ ନିର୍ବାଚନ ଅଧିକାରୀ ଅନାମିକା ସିଂହ ଆଜି ଖୋରଧା ଜିଲ୍ଲା ସ୍ଵତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ବେଉରା ଏବଂ ସମସ୍ତ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଭୋଟର ପଞ୍ଜି କରଣ ଅଧିକାରୀ, ଅତିରିକ୍ତ ଭୋଟର ପଞ୍ଜି କରଣ ଅଧିକାରୀ ମାନଙ୍କ ସହ ସମୀକ୍ଷା କରିଛନ୍ତି। ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପିଣ୍ଡିକି ବାହୁ ବଳେନ୍ଦ୍ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ୧୧୧ ଜୟଦେବ ସଂରକ୍ଷିତ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଭୋଟର ପଞ୍ଜିକରଣ ଅଧିକାରୀ ଉପଜିଲ୍ଲାପାଳ, ଭୁବନେଶ୍ୱର ଡ଼ଃ ମନୋରଞ୍ଜନ ସାହୁ, ୧୧୫ ଜଟଣୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଭୋଟର ପଞ୍ଜିକରଣ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ୱର ରମେଶ ଚନ୍ଦ୍ର ଜେନା, ୧୧୬ ବେଗୁନିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଭୋଟର ପଞ୍ଜିକରଣ ଅଧିକାରୀ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁ,୧୧୭ ଖୋରଧା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଭୋଟର ପଞ୍ଜିକରଣ ଅଧିକାରୀ, ଉପଜିଲ୍ଲାପାଳ, ଖୋରଧା ସଂକଳ୍ପ ସ୍ଵସ୍ତିକ ସାହୁ,୧୧୮ ଚିଲିକା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଭୋଟର ପଞ୍ଜିକରଣ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ସାଫଲ୍ୟ ମଣ୍ଡିତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଏବଂ ଖୋରଧା ଜିଲ୍ଲା ଅତିରିକ୍ତ ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ବେଉରା ପାୱାର ପଏଣ୍ଟ ମାଧ୍ୟମରେ ସ୍ଵତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅଗ୍ରଗତି ସମ୍ବନ୍ଧରେ ଉପସ୍ଥାପନ କରିଥିବା ବେଳେ ସମସ୍ତ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଭୋଟର ପଞ୍ଜିକରଣ ଅଧିକାରୀଙ୍କୁ ଏସଆଇଆର କାର୍ଯ୍ୟ ଅଗ୍ରଗତି ସମ୍ବନ୍ଧରେ ଉପ ଶାସନ ସଚିବ ସମୀକ୍ଷା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ , ସାଧାରଣ ଏବଂ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ବେଉରା ଏସ ଆଇ ଆର କାର୍ଯ୍ୟକ୍ରମର ଜିଲ୍ଵାୱାରି ତଥ୍ୟ ଉପ ଶାସନ ସଚିବ ଙ୍କୁ ପ୍ରଦାନ କରିଥିଲେ।

ଜିଲ୍ଲାରେ ଅତିରିକ୍ତ ଭୋଟର ପଞ୍ଜିକରଣ ଅଧିକାରୀ ଯଥା ବିଡ଼ିଓ, ତହସିଲଦାର ଏବଂ ପୌର /ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ମାନଙ୍କୁ ନେଇ ୩୫ ଜଣଙ୍କ ସହ ଅଭାସିରେ ଉପ ଶାସନ ସଚିବ ଶ୍ରୀମତୀ ସିଂହ ସମୀକ୍ଷା କରିଥିଲେ। ଭୋଟ କେନ୍ଦ୍ର ଗୁଡ଼ିକୁ ଯୁକ୍ତିଯୁକ୍ତ ତଥା ସଙ୍ଗତ କଲାପରେ ୧୫୭୯ ବୁଥ ସ୍ତରୀୟ ଅଧିକାରୀ ନିଯୁକ୍ତି କରାଯାଇଛି।

ସେହିପରି ଭାରତୀୟ ଜନତା ପାର୍ଟି ତରଫରୁ ୧୨୩୮, ବିଜୁ ଜନତା ଦଳ ପକ୍ଷରୁ ୧୩୪୦, ଏବଂ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିର ୬୦୫ ବୁଥ ସ୍ତରୀୟ ଏଜେଣ୍ଟ ନିଯୁକ୍ତି ନେଇ ମୋଟ ୩୦୮୩ ବି ଏଲ ଏ ନିଯୁକ୍ତି ସମ୍ବନ୍ଧରେ ଉପ ଶାସନ ସଚିବ ଅବଗତ ହୋଇଥିଲେ। ସେହିପରି ମ୍ୟାପିଂସ୍ଥିତି, ଭୋଟର ଚିହ୍ନଟ ଫର୍ମ ବଣ୍ଟନ, ଡିଜିଟାଇଜେସନ, ଲିଙ୍ଗ ଭେଦରେ ଜନସଂଖ୍ୟା (ପ୍ରାରମ୍ଭିକ ଭୋଟର ତାଲିକା ଚିଠା ପ୍ରସ୍ତୁତ ପରେ), ଭୋଟର ତାଲିକା ରେ ଅନିୟମିତତା, ଆପତ୍ତି ଅଭିଯୋଗ ଶୁଣାଣୀ, ପ୍ରକୃତ ଭୋଟର, ମୃତ ଭୋଟର ମାନଙ୍କୁ ତାଲିକାରୁ ବାଦ ଦେବା, ଅବୈଧାନିକ ଭୋଟରଙ୍କୁ ବାଦ ଦେବା ଆଦି ବିଷୟରେ ସମୀକ୍ଷା କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର, ସ୍ବିଟି ସୋରେନ, ଡେପୁଟି କଲେକ୍ଟର ସଂଗ୍ରାମ ଜେନା, ଅତିରିକ୍ତ ଭୋଟର ପଞ୍ଜି କରଣ ଅଧିକାରୀ ଏବଂ ବି ଡି ଓ ସିଦ୍ଧାର୍ଥ ପଟ୍ଟନାୟକ, ଅତିରିକ୍ତ ଭୋଟର ପଞ୍ଜି କରଣ ଅଧିକାରୀ ଏବଂ ନିର୍ବାହୀ ଅଧିକାରୀ, ପୌର ପରିଷଦ, ଖୋରଧା କାବେରୀ ମୁଦୁଲି, ତହସିଲଦାର ଏବଂ ଅତିରିକ୍ତ ଭୋଟର ପଞ୍ଜି କରଣ ଅଧିକାରୀ ବିଭାଷ ପାଣିଗ୍ରାହୀ,ଜିଲ୍ଲା ନିର୍ବାଚନ ବିଭାଗ ସମସ୍ତ କର୍ମଚାରୀ ଯୋଗଦେଇଥିଲେ।

ଉପ ନିର୍ବାଚନ ଅଧିକାରୀ ଏସଆଇଆର କାର୍ଯ୍ୟ ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ATMରୁ ଫଟା ନୋଟ୍ ବାହାରିଲେ ଚିନ୍ତା ନାହିଁ! ବ୍ୟାଙ୍କ ଦେବ ଟଙ୍କା, ଜାଣନ୍ତୁ ବଦଳାଇବାର ସମ୍ପୂର୍ଣ୍ଣ ନିୟମ

September 13, 2026

ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର

September 13, 2026

ସମ୍ବଲପୁରରେ ଅପରାଧୀ ଇରଫାନକୁ ପୁଲିସ ଏନକାଉଣ୍ଟର

September 13, 2026

Ganesh Puja 2026: ଆସନ୍ତାକାଲି ଗଣେଷ ପୂଜା, ପ୍ରଭୃଙ୍କ ପାଖରେ ଲାଗି କରନ୍ତୁ ଏହି ଭୋଗ

September 13, 2026
Latest News

ଆସନ୍ତୁ ଜାଣିବା ସୂର୍ଯ୍ୟମୁଖୀ ମଞ୍ଜି ଆମ ଶରୀର ପାଇଁ କେତେ ଉପକାରୀ

September 13, 2026

ATMରୁ ଫଟା ନୋଟ୍ ବାହାରିଲେ ଚିନ୍ତା ନାହିଁ! ବ୍ୟାଙ୍କ ଦେବ ଟଙ୍କା, ଜାଣନ୍ତୁ ବଦଳାଇବାର ସମ୍ପୂର୍ଣ୍ଣ ନିୟମ

September 13, 2026

ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର

September 13, 2026

ସମ୍ବଲପୁରରେ ଅପରାଧୀ ଇରଫାନକୁ ପୁଲିସ ଏନକାଉଣ୍ଟର

September 13, 2026

Ganesh Puja 2026: ଆସନ୍ତାକାଲି ଗଣେଷ ପୂଜା, ପ୍ରଭୃଙ୍କ ପାଖରେ ଲାଗି କରନ୍ତୁ ଏହି ଭୋଗ

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.