Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତର ଅଭିବୃଦ୍ଧି ହାର ଅନ୍ୟମାନଙ୍କ ଅପେକ୍ଷା ସୁଦୃଢ : କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ସରକାରଙ୍କ ଗୁରୁତ୍ବ
ଆଜିର ଖବର

ଭାରତର ଅଭିବୃଦ୍ଧି ହାର ଅନ୍ୟମାନଙ୍କ ଅପେକ୍ଷା ସୁଦୃଢ : କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ସରକାରଙ୍କ ଗୁରୁତ୍ବ

August 23, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
balakot airstrike is no relation with election
balakot airstrike is no relation with election

ଶୁକ୍ରବାର ଅପରାହ୍ନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ପ୍ରେସ୍‌ ମିଟ୍‌ କରିଥିଲେ । ଏହି ପ୍ରେସ୍‌ମିଟ୍‌ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ସମ୍ପର୍କରେ ନିର୍ମଳା ଘୋଷଣା କରିଥିଲେ । ଆମେରିକା ଏବଂ ଚୀନ୍‌ ପରି ବିକଶିତ ରାଷ୍ଟ୍ର ଅପେକ୍ଷା ଭାରତର ଅଭିବୃଦ୍ଧି ହାର ସୁଦୃଢ ରହିଥିବା ନେଇ ଏହି ପ୍ରେସ୍‌ମିଟ୍‌ରେ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ସେହିପରି ଶ୍ରମ ଏବଂ କର ପ୍ରକ୍ରିୟାକୁ ନେଇ ସରକାର ସଂସ୍କାର ଜାରି ରଖିଛନ୍ତି ବୋଲି ସୀତାରମଣ ନିଜ ପ୍ରେସ୍‌ମିଟ୍‌ରେ କହିଥିଲେ । ଶ୍ରମ ଓ ପରିବେଶ ମଞ୍ଜୁରି କ୍ଷେତ୍ରରେ ମଧ୍ୟ ସଂସ୍କାର ଅଣାଯିବ, ସିଏସ୍‌ଆର ନିୟମର ଉଲ୍ଲଂଘନ ପାଇଁ ଆପରାଧିକ ମାମଲା ରୁଜୁ ହେବନାହିଁ ବୋଲି ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି । କର ପ୍ରକ୍ରିୟାକୁ ସରଳ କରାଯିବାର ପ୍ରୟାସ କରାଯାଉଛି । ଆସନ୍ତା ବିଜୟା ଦଶମୀ ପରଠାରୁ ସମସ୍ତ ବ୍ୟବସ୍ଥାର କମ୍ପ୍ୟୁଟରୀକରଣ କରାଯିବ ବୋଲି ସୀତାରମଣ ସୂଚନା ଦେଇଥିଲେ । ଆଜିର ତାରିଖରୁ ଆସନ୍ତ 30 ଦିନ ମଧ୍ୟରେ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପର ବକେୟା ଜିଏସ୍‌ଟି ଅର୍ଥ ଫେରସ୍ତ କରାଯିବ । ସେହିପରି ଆଗାମୀ ଦିନରେ ସମସ୍ତ ଜିଏସ୍‌ଟି ରିଟର୍ଣ୍ଣ 60 ଦିନ ମଧ୍ୟରେ ଫେରସ୍ତ କରାଯିବ । ଏହି ବ୍ୟବସ୍ଥା ପାଇଁ ଟିଆରଇଡିଏସ୍‌ ନାମକ ଏକ କମିଟି ଗଠନ କରାଯିବ । ସମସ୍ତ ଷ୍ଟାର୍ଟଅପ୍‌ ଏବଂ ଆଇଟି ସମସ୍ୟାର ସମାଧାନ ଏହି କମିଟି ଜରିଆରେ ହେବ । ସେହିପରି ବ୍ୟାଙ୍କ ଗୁଡିକୁ 70 ହଜାର କୋଟିର ଅଗ୍ରୀମ ଅର୍ଥ ପ୍ରଦାନ କରାଯାଇଥିବା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ଅର୍ଥମନ୍ତ୍ରୀ । ଋଣ ପରିଶୋଧର 15 ଦିନ ମଧ୍ୟରେ ସମସ୍ତ କାଗଜପତ୍ର ଗ୍ରାହକଙ୍କୁ ଫେରସ୍ତ କରାଯିବ ଏବଂ ରେପୋ ରେଟ୍‌ ଏବଂ ସୁଧହାରକୁ ଏକତ୍ର କରାଯିବ ଫଳସ୍ବରୂପ ଘର ଉପରେ ଇଏମ୍ଆଇ ଶସ୍ତା ହେବ । ଋଣ ଖିଲାପୀମାନଙ୍କୁ ଆଇନର କାଠଗଡ଼ାକୁ ଟଣାଯିବନି ବରଂ ଜୋରିମାନା କରାଯିବ ବୋଲି ଜଣାପଡିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଏପରି ପରାଜୟକୁ ଭୁଲିପାରିବେ ନାହିଁ ପାକିସ୍ତାନୀ: ଦୁବାଇରେ ପୁଣି ଥରେ ଧୋଇଲା ଭାରତ

September 22, 2025

ଟ୍ରମ୍ପଙ୍କ ‘ଭିସା ବୋମା’କୁ ଏଡ଼ାଇବା ପାଇଁ ଉପାୟ ପାଇଲେ ଭାରତୀୟ; ଜାଣନ୍ତୁ ବିକଳ୍ପ

September 21, 2025

ରାଜରାସ୍ତାରେ ସରକାରୀ ମାଧ୍ୟମିକ ସ୍କୁଲ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ

September 21, 2025

ନବ ବିବାହିତ ଯୁବକଙ୍କ ଆତ୍ମହତ୍ୟା

September 21, 2025
Latest News

ଏପରି ପରାଜୟକୁ ଭୁଲିପାରିବେ ନାହିଁ ପାକିସ୍ତାନୀ: ଦୁବାଇରେ ପୁଣି ଥରେ ଧୋଇଲା ଭାରତ

September 22, 2025

ଟ୍ରମ୍ପଙ୍କ ‘ଭିସା ବୋମା’କୁ ଏଡ଼ାଇବା ପାଇଁ ଉପାୟ ପାଇଲେ ଭାରତୀୟ; ଜାଣନ୍ତୁ ବିକଳ୍ପ

September 21, 2025

ରାଜରାସ୍ତାରେ ସରକାରୀ ମାଧ୍ୟମିକ ସ୍କୁଲ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ

September 21, 2025

ଆସନ୍ତୁ ଏପରି ଉତ୍ପାଦ କିଣିବା ଯାହା ଭାରତରେ ତିଆରି ହୋଇଛି: ପ୍ରଧାନମନ୍ତ୍ରୀ

September 21, 2025

ନବ ବିବାହିତ ଯୁବକଙ୍କ ଆତ୍ମହତ୍ୟା

September 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.