Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚୂଡ଼ାନ୍ତ ପର୍ଯ୍ୟାୟରେ ଭୋଟର ତାଲିକାର ସ୍ଵତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟା
ଆଜିର ଖବର

ଚୂଡ଼ାନ୍ତ ପର୍ଯ୍ୟାୟରେ ଭୋଟର ତାଲିକାର ସ୍ଵତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟା

August 7, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Odisha Voter List Revision Enters Final Phase
Odisha Voter List Revision Enters Final Phase

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ଭୋଟର ତାଲିକାର ସ୍ଵତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟା ବର୍ତ୍ତମାନ ଚୂଡ଼ାନ୍ତ ପର୍ଯ୍ୟାୟ ଆଡ଼କୁ ଆଗେଇ ଚାଲିଛି। ଏହି ପରିପ୍ରେକ୍ଷୀରେ ଦାବି, ଆପତ୍ତି ଓ ଶୁଣାଣି ପ୍ରକ୍ରିୟା ଜୋରଦାର ଜାରି ରହିଥିବା ବେଳେ ଆସନ୍ତା ଅଗଷ୍ଟ ୧୯ ତାରିଖ ମଧ୍ୟରେ ଯୋଗ୍ୟ ନାଗରିକମାନେ ଆବେଦନ କରିପାରିବେ। ଗୁରୁବାର ସୁଦ୍ଧା ମୋଟ ୫୮ ଲକ୍ଷ ୩୬ ହଜାର ୪୩୦ ଜଣ ଭୋଟରଙ୍କ ନାମରେ ନୋଟିସ ଜାରି କରାଯାଇଛି। ସେଥିମଧ୍ୟରୁ ୫୭ ଲକ୍ଷ ୭୭ହଜାର ୫୬୫ଜଣ ଭୋଟରଙ୍କୁ ସଫଳତାର ସହ ନୋଟିସ ପ୍ରଦାନ କରାଯାଇସାରିଛି।

ଅନ୍ୟପଟେ ନୋଟିସ ପାଇଥିବା ଭୋଟରଙ୍କ ମଧ୍ୟରୁ ୩୦ଲକ୍ଷ ୧୧ ହଜାର ୫୮୭ ଜଣଙ୍କର ଶୁଣାଣି କାର୍ଯ୍ୟ ଶେଷ ହୋଇଛି। ଏବେ ସୁଦ୍ଧା ନୋଟିସ ପ୍ରଦାନ କରାଯାଇଥିବା ଭୋଟର ମାନଙ୍କ ଆବଶ୍ୟକୀୟ ତଥ୍ୟ ଅଭାବରୁ ୧୨ ହଜାର ୫୭୨ ଜଣ ଭୋଟରଙ୍କୁ ଚୂଡ଼ାନ୍ତ ତାଲିକାରେ ସାମିଲ ପାଇଁ ଅଯୋଗ୍ୟ ଘୋଷଣା କରାଯାଇଛି।

ସେହିପରି,ନୂତନ ନାମ ପଞ୍ଜିକରଣ ପାଇଁ ଫର୍ମ-୬ ଜରିଆରେ ୧,୮୧,୭୭୦ ଜଣ ଆବେଦନ କରିଛନ୍ତି। ଭୋଟର ତାଲିକାରୁ ଗୋଟିଏ ସ୍ଥାନରେ ନାମ ରଖି ଅନ୍ୟ ସ୍ଥାନରେ ନାମ ହଟାଇବା ପାଇଁ ଫର୍ମ-୭ରେ ୩୭,୨୬୫ଟି ଆବେଦନ ଦାଖଲ ହୋଇଛି। ଭୋଟରଙ୍କ ନାମ, ଠିକଣା କିମ୍ବା ଅନ୍ୟାନ୍ୟ ସଂଶୋଧନ ଓ ପରିବାରର ସଦସ୍ୟ ଙ୍କ ନାମ ଏକତ୍ର  ଗୋଟିଏ ସ୍ଥାନରେ ରଖିବା ପାଇଁ ଫର୍ମ-୮ରେ ୧,୬୩,୪୨୪ ଜଣ ଭୋଟର ଆବେଦନ କରିଛନ୍ତି।

ସେହିପରି, ରାଜ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ନିର୍ବାଚନମଣ୍ଡଳୀ ଓ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଶତପ୍ରତିଶତ ନୋଟିସ ପ୍ରଦାନ କରି ତାହାର ଶତପ୍ରତିଶତ ଶୁଣାଣି ଶେଷକରି ସର୍ବାଗ୍ରେ ରହିଛନ୍ତି। ସୂଚନାଯୋଗ୍ୟ, ସମସ୍ତ ଯୋଗ୍ୟ ନାଗରିକ ମାନଙ୍କୁ ଅଗଷ୍ଟ ୧୯ ମଧ୍ୟରେ ନିଜର ଦାବି କିମ୍ବା ଆପତ୍ତି ଆବେଦନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପାଳନ ନିବେଦନ କରିଛନ୍ତି।

Final Phase Voter List Revision ଚୂଡାନ୍ତ ପର୍ଯ୍ୟାୟ ଭୋଟର ତାଲିକା ସ୍ଵତନ୍ତ୍ର ସଘନ ସଂଶୋଧନ-୨୦୨୬
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରିକ୍ସ ଶିକ୍ଷା: ଶିକ୍ଷା ବ୍ୟବସ୍ଥା ପାଇଁ ସହଯୋଗ ବୃଦ୍ଧି ଉପରେ ବିସ୍ତୃତ ଆଲୋଚନା

August 7, 2026

ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ: ୨୫୧ କେଜି ଗଞ୍ଜେଇ ଜବତ, ୨ ଗିରଫ

August 7, 2026

ବରିଷ୍ଠ ଅଧିକାରୀବୃନ୍ଦଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ କଲେ ରାଜସ୍ୱ ମନ୍ତ୍ରୀ

August 7, 2026

ଏଣିକି ମୁଖ୍ୟରାସ୍ତା କଡରେ ନିର୍ମାଣ ହେବ ଯାତ୍ରୀ ସୁବିଧା କେନ୍ଦ୍ର, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ସମୀକ୍ଷା

August 7, 2026
Latest News

ଚୂଡ଼ାନ୍ତ ପର୍ଯ୍ୟାୟରେ ଭୋଟର ତାଲିକାର ସ୍ଵତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟା

August 7, 2026

ବ୍ରିକ୍ସ ଶିକ୍ଷା: ଶିକ୍ଷା ବ୍ୟବସ୍ଥା ପାଇଁ ସହଯୋଗ ବୃଦ୍ଧି ଉପରେ ବିସ୍ତୃତ ଆଲୋଚନା

August 7, 2026

ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ: ୨୫୧ କେଜି ଗଞ୍ଜେଇ ଜବତ, ୨ ଗିରଫ

August 7, 2026

ବରିଷ୍ଠ ଅଧିକାରୀବୃନ୍ଦଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ କଲେ ରାଜସ୍ୱ ମନ୍ତ୍ରୀ

August 7, 2026

ଏଣିକି ମୁଖ୍ୟରାସ୍ତା କଡରେ ନିର୍ମାଣ ହେବ ଯାତ୍ରୀ ସୁବିଧା କେନ୍ଦ୍ର, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ସମୀକ୍ଷା

August 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.