Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଚିଦାମ୍ବରମ ଯଦି ଦୁର୍ନୀତି କରିଛନ୍ତି ତାଙ୍କୁ ବାନ୍ଧିବାରେ ଅସୁବିଧା ନାହିଁ, ହେଲେ ନିର୍ବାଚନୀ ବଣ୍ଡ ଜରିଆରେ ବିଜେପି ଯେଉଁ ଅର୍ଥ ପାଉଛି, ତାର ଉତ୍ତର କିଏ ଦେବ?
ମତାମତ

ଚିଦାମ୍ବରମ ଯଦି ଦୁର୍ନୀତି କରିଛନ୍ତି ତାଙ୍କୁ ବାନ୍ଧିବାରେ ଅସୁବିଧା ନାହିଁ, ହେଲେ ନିର୍ବାଚନୀ ବଣ୍ଡ ଜରିଆରେ ବିଜେପି ଯେଉଁ ଅର୍ଥ ପାଉଛି, ତାର ଉତ୍ତର କିଏ ଦେବ?

August 24, 2019No Comments5 Mins Read
Share Facebook Twitter LinkedIn Email WhatsApp Copy Link

ରଙ୍ଗାଚରଣ ପ୍ରଧାନ

ହୋଇ ପାରନ୍ତି ଚିଦାମ୍ବରମ୍ ଜଣେ ବାଗ୍ନୀ ଅର୍ଥନୀତିଜ୍ଞ ଯିଏ ସରକାରଙ୍କ ଆର୍ଥିକ ନୀତିକୁ ସବିଶେଷ ତଥ୍ୟ ସହ ଅତି ପ୍ରାଞ୍ଜଳ ଭାବେ ସମାଲୋଚନା କରୁଥିଲେ । କିନ୍ତୁ ଦୁର୍ନୀତି ବିଷୟରେ କାହାକୁ ଛାଡ ମିଳିବା ଉଚିତ୍ ନୂହେଁ । ସେଥିପାଇଁ ତାଙ୍କୁ ଗିରଫ କରାଯିବା ପରେ ତାଙ୍କ ପ୍ରତି କୌଣସି ସମବେଦନା ରହିବା ଉଚିତ୍ ନୂହେଁ ।

ଉଚ୍ଚ ପଦବୀରେ ରହିଥିବା ନେତାମାନଙ୍କ ଦ୍ବାରା ପ୍ରୀୟାପ୍ରିତୀ ପୁଞ୍ଜିବାଦରେ (କ୍ରୋନି କ୍ୟାପିଟାଲିଜିମ୍) ଲିପ୍ତ ରହିବାର
ଅଭିଯୋଗ ବହୁ ଦିନରୁ ହୋଇ ଆସିଛି । ତେଣୁ ଚିଦାମ୍ବରମ୍ ଗିରଫ ହୋଇ ନ୍ୟାୟାଳୟର ସମ୍ମୂଖୀନ ହେବା ଯଦି ରାଜନୈତିକ ଦଳ, ନେତା ଓ ବଡ ବଡ କମ୍ପାନୀ ମଧ୍ୟରେ ଥିବା ଅସାଧୁ ମେଣ୍ଟର ମୁଳୋତ୍ପାଟନ କରିବା ଦିଗରେ ଏକ ପଦକ୍ଷେପ ହୋଇଥାଏ ତେବେ ତାହାକୁ ସ୍ବାଗତ କରାଯିବା ଉଚିତ୍ ।

ଅନ୍ୟ ପକ୍ଷରେ ଯଦି ଶାସକ ଦଳ ନିଜର ହାତବାରିସି ଏଜେନ୍ସିଗୁଡିକୁ ବ୍ୟବହାର କରି କେବଳ ପ୍ରତିଶୋଧର ଭାବନା ନେଇ ବିରୋଧୀ ଦଳର ନେତାଙ୍କୁ ଗିରଫ କରୁଥାଏ ତେବେ ଚିଦାମ୍ବରମ ଏହି ଅଗଣତାନ୍ତ୍ରିକ ପଦକ୍ଷେପ ବିରୁଦ୍ଧରେ ସଂଗ୍ରାମ ସ୍ବରୁପ ଜେଲ୍ ଯାଆନ୍ତୁ । ଶାସକ ଦଳ ଓ ତାହାର ଅଗଣତାନ୍ତ୍ରୀକ ପଦକ୍ଷେପ ବିରୁଦ୍ଧରେ ମୁହଁ ଖୋଲିବା ପାଇ ଯଦି ଜେଲ୍ ଯାଇ ତାହାର ମୂଲ୍ୟ ଦେବାକୁ ପଡିଥାଏ ତେବେ ଚିଦାମ୍ବରମ ହସି ହସି ସେହି ମୂଲ୍ୟ ଦିଅନ୍ତୁ ।

ଗିରଫ ହେବାର ଖଣ୍ଡା ଚିଦାମ୍ବରମଙ୍କ ମୁଣ୍ଡ ଉପରେ ବହୁଦିନରୁ ଝୁଲୁଥିଲା । ତାହା ସତ୍ତ୍ବେ ସେ ସମାଲୋଚନା କରିବାରେ କେବେ ନିଜ ମୁହଁକୁ ବନ୍ଦ ରଖି ନଥିଲେ । ତାଙ୍କ ଦଳ ସମେତ ଅନ୍ୟାନ୍ୟ ବିରୋଧୀ ଦଳଗୁଡିକର ଅନେକ ନେତା ହଠାତ୍ ବିଜେପିରେ ଯୋଗ ଦେଇ ଆଇନର ହାତରୁ ସୁରକ୍ଷା ପାଇ ସାରିଛନ୍ତି ।

ମାତ୍ର ଚିଦାମ୍ବରମଙ୍କ ପାଇଁ ବି ସେହି ରାସ୍ତା ଖୋଲା ଥିଲେ ମଧ୍ୟ ସେ ତାହା କଲେ ନାହିଁ । ଯଦି ଚିଦାମ୍ବରମ୍ ଦୁର୍ନିତୀ କରିନାହାନ୍ତି ତେବେ ଗିରଫ ହୋଇ ହିରୋ ହେବାର ସୁଯୋଗ ନିଅନ୍ତୁ ।

ଆସାମର ଏକଦା ଟାଣୁଆ କଂଗ୍ରେସ ନେତା ହିମନ୍ତ ବିଶ୍ବ ଶର୍ମା ଜଳ ଯୋଗାଣ ଘୋଟାଲାରେ ଲିପ୍ତ ଥିଲେ ବୋଲି ସେତେବେଳେ ବିରୋଧୀ ବିଜେପି ତରଫରୁ ଜୋରଦାର ଆନ୍ଦୋଳନ ହୋଇଥିଲା । ମାତ୍ର ସେ ବିଜେପିରେ ଯୋଗ ଦେଇ ନିଜକୁ ସିବିଆଇ ତଦନ୍ତ ସମ୍ଭାବନାରୁ ବଞ୍ଚାଇ ପାରିଲେ । ଆଜି ସେ ଆସାମର ଉପମୂଖ୍ୟମନ୍ତ୍ରୀ ଓ ସମଗ୍ର ଉତ୍ତରପୂର୍ବ ଅଞ୍ଚଳରେ ବିଜେପି ସଂଗଠନ ବିସ୍ତାରର କର୍ଣଧାର ସାଜିଛନ୍ତି । ଚିଟଫଣ୍ଡ ଦୁର୍ନିତୀରେ ଲିପ୍ତ ତୄଣମୁଳ କଂଗ୍ରେସ ନେତା ମୁକୁଳ ରାୟ ଠିକ୍ ସମୟରେ ବିଜେପିରେ ଯୋଗ ଦେଇ ନିଜକୁ ତଦନ୍ତ ଓ ଜେଲ୍ ଯିବାରୁ ବଞ୍ଚାଇ ପାରିଲେ ।ମହାରାଷ୍ଟ୍ରର କଂଗ୍ରେସ ନେତା ନାରାୟଣ ରାଣେ ମନି ଲଣ୍ଡ୍ରିଂ ଦୁର୍ନିତୀରେ ଛନ୍ଦି ହେବା ପରେ ବିଜେପି ଦଳରେ ଯୋଗ ଦେଇ ନିଜକୁ ସୁରକ୍ଷିତ କରି ନେଲେ । ତାଙ୍କ ବିରୁଦ୍ଧରେ ହେଉଥିବା ସିବିଆଇ ତଦନ୍ତ ପ୍ରାୟ ବନ୍ଦ ହୋଇ ଯାଇଛି କହିଲେ ଚଳେ । ଅଳ୍ପଦିନ ପୂର୍ବେ ଆତ୍ମହତ୍ୟା କରିଥିବା କର୍ଣାଟକର ବ୍ୟବସାୟୀ ଭିଜି ସିଦ୍ଧାର୍ଥଙ୍କ ଘରେ ସିବିଆଇ ଚଢଉର ଠିକ୍ ପରେ ପରେ ତାଙ୍କର ଶ୍ବଶୁର ତଥା ପୂର୍ବତନ କଂଗ୍ରେସ ମୂଖ୍ୟମନ୍ତ୍ରୀ ଏସ୍.ଏମ୍.କ୍ରୀଷ୍ଣା ବିଜେପିରେ ଯୋଗ ଦେବାର କାରଣ ସମ୍ପର୍କରେ ସନ୍ଦେହକୁ ପ୍ରଶମିତ କରିବା କଷ୍ଟକର । କିଛି ଦିନ ତଳେ ତେଲୁଗୁ ଦେଶମ୍ ପାର୍ଟି ଛାଡି ବିଜେପିରେ ଯୋଗ ଦେଇଥିବା ୪ଜଣ ରାଜ୍ୟସଭା ସଦସ୍ୟମାନଙ୍କ ମଧ୍ୟରୁ ଅନ୍ୟତମ ଓ୍ବାଇ.ଏସ୍. ଚୌଧୁରୀଙ୍କ ବିରୁଦ୍ଧରେ ଥିବା ବ୍ୟାଙ୍କ ଠକେଇ ମାମଲାରେ ଉଭୟ ସିବିଆଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତ ଚାଲୁଥିବା ସତ୍ତ୍ବେ ସେମାନଙ୍କୁ ଦଳରେ ସ୍ବାଗତ କରାଗଲା ।

ଯେଉଁ ସିବିଆଇ ଦିନେ ୟେଦୁରପ୍ପାଙ୍କ ବିରୁଦ୍ଧରେ ବର୍ଷ ବର୍ଷ ଧରି ତଦନ୍ତ କରି ଭୂମୀ ଓ ଖଣି ଘୋଟାଲାରେ ଡାଏରୀ ଉଦ୍ଧାର କରିଥିଲା, ଯେଉଁଥିରେ ଲେଖା ଥିଲା ଯେ ବିଜେପି ନେତା, ବିଚାରପତି ଓ ଓକିଲଙ୍କୁ ସେ କୋଟୀ କୋଟୀ ଟଙ୍କା ଦେଇଛନ୍ତି , କେନ୍ଦ୍ରରେ ବିଜେପି କ୍ଷମତାକୁ ଆସିବା ପରେ , ସେହି ସିବିଆଇ କୋର୍ଟରେ ନିଜେ ସଂଗ୍ରହ କରିଥିବା କଷ୍ଟଲବ୍ଧ ପ୍ରମାଣ ରଖିଲା ନାହିଁ । ୟେଦୁରପ୍ପା ଆଜି କର୍ଣାଟକର ମୂଖ୍ୟମନ୍ତ୍ରୀ । ଗତବର୍ଷ କର୍ଣାଟକ ବିଧାନସଭା ନିର୍ବାଚନ ପୁର୍ବରୁ ୧୬୫୦୦ କୋଟୀ ଟଙ୍କାର ଖଣି ଚୋରିରେ କୁଖ୍ୟାତ ରେଡି ଭାଈଙ୍କ ବିରୁଦ୍ଧରେ ଚାଲିଥିବା ସିବିଆଇ ଦୁର୍ନୀତିକୁ ତରବରରେ ସାରି ଦିଆଗଲା ଏବଂ ଆଜି ସେମାନେ ଦୋଷମୁକ୍ତ । କାରଣ ନିର୍ବାଚନରେ ଜିତିବାକୁ ହେଲେ ବିଜେପି ପାଇଁ ରେଡି ବ୍ରଦର୍ସଙ୍କର ଆବଶ୍ୟକତା ଥିଲା । ମଧ୍ୟପ୍ରଦେଶ ବ୍ୟାପମ୍ ଘୋଟାଲାରେ ୨୦୧୭ରେ ସିବିଆଇ ବିଜେପି ମୂଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଦୋଷମୁକ୍ତ କରିଦେଲା ।

ବର୍ତ୍ତମାନ କେନ୍ଦ୍ରରେ ମାନବ ସମ୍ବଳ ମନ୍ତ୍ରୀ ଥିବା ରମେଶ ପୋଖ୍ରିଆଲ୍ ନିଶଙ୍କ ଯେତେବେଳେ କଂଗ୍ରେସରେ ଥାଇ ଉତ୍ତରାଖଣ୍ଡର ମୂଖ୍ୟମନ୍ତ୍ରୀ ଥିଲେ ସେ ଦୁଇଟି ବଡ ବଡ ଘୋଟାଲା ଅଭିଯୋଗର କେନ୍ଦ୍ରରେ ଥିଲେ ସେତେବେଳେ ବିଜେପିର ଆନ୍ଦୋଳନ ଫଳରେ ତାଙ୍କୁ ପଦରୁ ଇସ୍ତଫା ଦେବାକୁ ପଡିଥିଲା । ସେ ବିଜେପିରେ ଯୋଗ ଦେବା ପରେ ସିବିଆଇ ତଦନ୍ତ ଶିଥିଳ ହୋଇଗଲା ।
ଏପରି ଘଟଣାର ଏକ ଅସରନ୍ତି ତାଲିକା ହୋଇ ପାରିବ । ସାରା ଦେଶରେ ପ୍ରଲୋଭନ ଓ ତଦନ୍ତର ବ୍ଲାକମେଲ୍ ଜରିଆରେ ବିଭିନ୍ନ ଦଳରୁ ଡଜନ ଡଜନ ସଂଖ୍ୟାରେ ଏମ୍.ଏଲ୍.ଏ, ଏମ୍.ପି ଓ ନେତାଙ୍କୁ ବିଜେପି ନିଜ ଦଳରେ ସ୍ବାଗତ କରି ନିଜର ସଂଗଠନ ବିସ୍ତାର କରୁଛି ।

ଯଦି ଚିଦାମ୍ବରମ୍ ଦୁର୍ନିତୀ କରି ନାହାନ୍ତି ତେବେ ସେ ବିଜେପି ଆଗରେ ମୁଣ୍ଡ ନ ନୁଆଁଇ ଜେଲ ଯିବାକୁ ପସନ୍ଦ କରିଥିବାରୁ ଗର୍ବ ଅନୁଭବ କରି ସମୟକୁ ଅପେକ୍ଷା କରିବା ଉଚିତ୍ । ତାଙ୍କ ଗିରଫ ଯୋଗୁଁ ଆଜି ହୁଏତ ଟିଭିରେ ଖୁସି ମନାଉଥିବା ଶହେ ଲୋକଙ୍କୁ ଅମିତ୍ ଶାହ ନିଜ ସରକାରର ଦୁର୍ନିତୀ ବିରୁଦ୍ଧ ଅଭିଯାନର ସାକ୍ଷୀ ବନେଇପାରନ୍ତି ।

ଯଦି ଏହା ସତରେ ଦୁର୍ନିତୀ ମୁଳୋତ୍ପାଟନ ଅଭିଯାନର ଏକ ଅଂଶ ହୋଇଥାନ୍ତା ତେବେ ପାନାମା ପେପର୍ସ ଯୋଗାଇଥିବା ତଥ୍ୟ ଭିତ୍ତିରେ ବଡ ବଡ ଦୁର୍ନୀତିଗ୍ରସ୍ତ ଲୋକ ବି ଆଜି ଜେଲ୍ ରେ ଥାଆନ୍ତେ । ବୋଫର୍ସ ଭଳି ରାଫେଲ୍ ବିମାନ କିଣା ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ମଧ୍ୟ ସରକାର ପ୍ରସ୍ତୁତ ହୋଇଥାନ୍ତେ ।

୨୦୧୪ ମସିହାରେ ଶାସନକୁ ଆସିବା ପରେ ସୂପ୍ରୀମ କୋର୍ଟ ନିର୍ଦ୍ଦେଶରେ କଳାଧନର ଯାଞ୍ଚ ପାଇଁ ମୋଦୀ ଯେଉଁ କମିଟି ଗଠନ କରିଥିଲେ ସେ କମିଟିର କାର୍ଯ୍ୟ ବିଷୟରେ ଆଉ ସ୍ବରଶବ୍ଦ ବି ଶୁଣିବାକୁ ମିଳୁନାହିଁ । ବରଂ ଏହି ସରକାର ବିଜୟ ମାଲ୍ୟା ଭଳି ବିଭିନ୍ନ ଘୋଟାଲା କରି ଦେଶ ଛାଡିଥିବା କିଛି ଦୁର୍ନିତୀଗ୍ରସ୍ତ ଲୋକଙ୍କୁ ପଳାୟନରେ ସାହାଯ୍ୟ କରିଥିବାର ନଜିର ଦେଖିବାକୁ ମିଳିଛି । ୫ ବର୍ଷ ପୁର୍ବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ସଚିବ ରାଜେନ୍ଦ୍ର କୁମାରଙ୍କୁ ଗିରଫ ଓ ଜେଲଯାତ୍ରା ମଧ୍ୟ ଟିଭିରେ ସୀଧା ପ୍ରସାରଣ ହୋଇଥିଲା । ମାତ୍ର ଆଜି ପର୍ଯ୍ୟନ୍ତ ତଦନ୍ତକାରୀ ସଂସ୍ଥାମାନେ ସଠିକ୍ ପ୍ରମାଣ ସହ କୋର୍ଟକୁ ସନ୍ତୁଷ୍ଟ କରିପାରି ନାହାନ୍ତି ।

ଦିନକୁ ଦିନ ପ୍ରଚୂର କଳାଟଙ୍କାର ପ୍ରଭାବରେ ଭାରତୀୟ ନିର୍ବାଚନ ବ୍ୟବସ୍ଥା ସମ୍ପୁର୍ଣ ମୂଲ୍ୟହୀନ ଅବସ୍ଥାକୁ ଆସି ଯାଇଥିବା ବେଳେ ଏହି ସରକାର ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ରାଜନୈତିକ ଦଳଙ୍କୁ ଅସୀମିତ ଚାନ୍ଦା ଦେବାର ଛାଡ ଦେବା ଫଳରେ ଯାହା ଦିନେ ବେଆଇନ୍ ଥିଲା ତାକୁ ଆଇନସମତ୍ତ କରିଦିଆଗଲା ।

୧୯୭୬ଠାରୁ ଆଜି ପର୍ଯ୍ୟନ୍ତ ରାଜନୈତିକ ଦଳମାନେ ପାଇଥିବା ବେଆଇନ ବିଦେଶୀ ଚାନ୍ଦାକୁ ଅଚାନକ ଆଇନସମତ କରି ଦିଆଗଲା ।

୨୦୧୬-୧୮ ମସିହା ମଧ୍ୟରେ ବଡ କମ୍ପାନୀମାନେ ରାଜନୈତିକ ଦଳମାନଙ୍କୁ ଦେଇଥିବା ସମୁଦାୟ ଚାନ୍ଦା ମଧ୍ୟରୁ ୯୪% କେବଳ ବିଜେପିକୁ ମିଳିଥିଲା । ୦୧-୦୩-୨୦୧୮ରୁ ୧୦-୦୫- ୨୦୧୯ ମଧ୍ୟରେ ସବୁ ରାଜନୈତିକ ଦଳଙ୍କୁ ଇଲେକ୍ଟୋରାଲ ବଣ୍ଡ୍ ମାଧ୍ୟମରେ ମୋଟ ୫୮୦୦ କୋଟୀ ମିଳିଥିଲା । ଏଥିରୁ ବିଜେପିକୁ କେତେ ମିଳିଥିଲା ତାହା ଜଣା ପଡିନାହିଁ । ମାତ୍ର ୨୦୧୭-୧୮ ଆର୍ଥିକ ବର୍ଷରେ ବିକ୍ରୀ ହୋଇଥିବା ସମୂଦାୟ ୨୨୨ କୋଟି ଟଙ୍କାର ଇଲେକ୍ଟୋରାଲ୍ ବଣ୍ଡ ମଧ୍ୟରୁ କେବଳ ବିଜେପିକୁ ମିଳିଥିଲା ୯୫% ବା ୨୧୦ କୋଟି ଟଙ୍କା ।

ଚିଦାମ୍ବରମ କେଉଁ ମାଧ୍ୟମରେ କେଉଁଠାରୁ କେଉଁ ନିୟମକୁ ଉଲଂଘନ କରି ଟଙ୍କା ଆଣିଥିଲେ ତାହାର ପୂର୍ଣ ଓ ତୁରନ୍ତ ତଦନ୍ତ ହେଉ । ଆଉ ମଧ୍ୟ ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ବିଜେପିକୁ ୯୫% ଚାନ୍ଦା ଦେଉଥିବା ଅନାମ କମ୍ପାନୀମାନେ କିଏ ଓ କାହିଁକି ଚାନ୍ଦା ଦେଉଛନ୍ତି ତାହା ବି ପ୍ରକାଶ କରାଯାଉ । ତା’ ନହେଲେ ଚିଦାମ୍ବରମଙ୍କ ଗିରଫ ପଛରେ ଥିବା ପ୍ରତିଶୋଧ କାହାଣୀର ପୁନରାବୄତ୍ତି ହୋଇ ଚାଲିଥିବ । ପ୍ରତିଶୋଧର ଏହା ଶେଷ ଅଙ୍କ ନୂହେଁ ।

Share. Facebook Twitter LinkedIn Email WhatsApp Copy Link

Related Posts

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Latest News

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ :’ଦିଦି’ ବ୍ରାଣ୍ଡ ପାଇଁ ଏକ ପରୀକ୍ଷା

April 29, 2026

ଖରାଦିନେ ଗର୍ଭବତୀ ମହିଳା କିପରି ଯତ୍ନ ନେବେ

April 29, 2026

ରାଶିଫଳ: ଆଜି ଏପ୍ରିଲ ୨୯ ତାରିଖ ବୁଧବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

April 29, 2026

ଚ଼ିଲିକା ପୁସ୍ତକ ମେଳାର ଉଦଯାପନୀ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ

April 28, 2026

ବସ୍ ଟ୍ରକ ମୁହାଁମୁହିଁ ଧକ୍କା : ୨ ମୃତ

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.