Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର କାର୍ଯ୍ୟ ଅଗ୍ରଗତି ସମୀକ୍ଷା
ଆଜିର ଖବର

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର କାର୍ଯ୍ୟ ଅଗ୍ରଗତି ସମୀକ୍ଷା

August 26, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Review of Godavarish Mishra Adarsh Primary School scheme
Review of Godavarish Mishra Adarsh Primary School scheme

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଗୁରୁତ୍ୱପୂର୍ଣ୍ଣ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାର କାର୍ଯ୍ୟକାରିତା ସଂପର୍କିତ ରାଜ୍ୟସ୍ତରୀୟ ପରିଚାଳନା କମିଟିର ପ୍ରଥମ ବୈଠକ ଆଜି ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟରେ ଗୁଣାତ୍ମକ ଓ ସମାବେଶୀ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ନିର୍ମାଣର ଅଗ୍ରଗତି, ଯୋଜନାର କାର୍ଯ୍ୟାନ୍ୱୟନ ଓ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂହ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଏନ୍ ତିରୁମାଲା ନାଏକଙ୍କ ସମେତ କମିଟିର ସଦସ୍ୟ ଥିବା ଅନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ବୈଠକ ପ୍ରାରମ୍ଭରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ, ରାଜ୍ୟସ୍ତରୀୟ ପରିଚାଳନା କମିଟିର ଭୂମିକା, ଦାୟିତ୍ୱ, ଯୋଜନାର କାର୍ଯ୍ୟାନ୍ୱୟନ ଏବଂ ନିରୀକ୍ଷଣ ଓ ତଦାରଖ ପାଇଁ ଗଠିତ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ସେଲ୍ର କାର୍ଯ୍ୟକାରିତା ସମ୍ପର୍କରେ ଉପସ୍ଥାପନା କରିଥିଲେ। ବୈଠକରେ ଯୋଜନାର ସଠିକ୍ କାର୍ଯ୍ୟାନ୍ୱୟନ ପାଇଁ ଆନ୍ତଃ ବିଭାଗୀୟ ସମନ୍ୱୟ, ନିୟମିତ ଅଗ୍ରଗତି ସମୀକ୍ଷା ଏବଂ ଆବଶ୍ୟକତା ଅନୁଯାୟୀ ନୀତିଗତ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟନ୍ୱୟନକାରୀ ସଂସ୍ଥାମାନଙ୍କ ଦ୍ୱାରା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ନିର୍ମାଣ କାର୍ଯ୍ୟରେ କେତେ ଅଗ୍ରଗତି ହୋଇଛି, ସେ ସଂପର୍କରେ ସମୀକ୍ଷା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୧୮ଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୨୦୪ଟି, ସମୁଦାୟ ୩୨୨ଟି ବିଦ୍ୟାଳୟ ନିର୍ମାଣ ଏହି ଯୋଜନାରେ ସାମିଲ ହୋଇଛି। ବୈଠକରେ ମୁଖ୍ୟ ସଚିବ ବିଭିନ୍ନ ନିର୍ମାଣକାରୀ ସଂସ୍ଥାମାନଙ୍କ ଦ୍ୱାରା ନିର୍ମାଣ କାର୍ଯ୍ୟ ଅଗ୍ରଗତି ନେଇ ସମୀକ୍ଷା କରି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି।

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଯୋଜନା କାର୍ଯ୍ୟକାରିତାକୁ ଅଧିକ ସଫଳ କରିବା ପାଇଁ ବିଦ୍ୟାଳୟ ଚୟନ ଓ ଭିତ୍ତିଭୂମି ସମ୍ବନ୍ଧୀୟ କେତେକ ଗାଇଡଲାଇନରେ ସଂଶୋଧନ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। କେତେକ ସ୍ଥାନରେ ଜମିର ଆକାର, ଓସାର ଓ ଭୂମିର ଆକୃତି ଅନୁଯାୟୀ ପୂର୍ବରୁ ଅନୁମୋଦିତ ବର୍ଗାକାର ବିଲ୍ଡିଂ ପ୍ଲାନ୍ କାର୍ଯ୍ୟକାରୀ କରିବା ସମ୍ଭବ ହେଉନଥିବାରୁ ଆୟତାକାର ପ୍ଲାନ୍ ଅନୁମୋଦନ ପାଇଁ ବୈଠକରେ ପ୍ରସ୍ତାବ ଦିଆଯାଇଛି। ଯୋଜନାର କାର୍ଯ୍ୟାନ୍ୱୟନ, ନିରୀକ୍ଷଣ ଓ ଗୁଣାତ୍ମକ ତଦାରଖକୁ ଅଧିକ ସୁଦୃଢ଼ କରିବା ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସେଲ୍ରେ ଟେକ୍ନିକାଲ୍ ଓ ଏକାଡେମିକ୍ ଏବଂ ପ୍ରଶାସନିକ ତଥା ଅର୍ଥ ଏବଂ ମାନବ ସମ୍ବଳ ନିୟୋଜନ ଉପରେ ଆଲୋଚନା ହୋଇଛି। ଆବଶ୍ୟକତା ଅନୁଯାୟୀ ପ୍ରସ୍ତାବିତ ବିଦ୍ୟାଳୟର ନିକଟସ୍ଥ ସରକାରୀ/ବେସରକାରୀ ଜମି ଅଧିଗ୍ରହଣ କରିବା ଏବଂ କେବଳ ପଞ୍ଚାୟତ ମୁଖ୍ୟାଳୟରେ ଏହି ବିଦ୍ୟାଳୟ ସ୍ଥାପନ ସୀମିତ ନରଖି, ସେଠାରେ ଜମି ଉପଲବ୍ଧ ନଥିଲେ ପଞ୍ଚାୟତର ସର୍ବାଧିକ ଜନବସତି ଥିବା ସ୍ଥାନରେ ବିଦ୍ୟାଳୟ ସ୍ଥାପନ ପାଇଁ ଗାଇଡଲାଇନ ସଂଶୋଧନ ପ୍ରସ୍ତାବ ଦିଆଯାଇଛି।

ପ୍ରକାଶ ଥାଉକି, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ମାର୍ଗଦର୍ଶିକାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସେପ୍ଟେମ୍ବର ୨୦୨୫ରେ ଅନୁମୋଦନ କରିଥିଲେ। ଏହାର ସୁଚାରୁ କାର୍ଯ୍ୟାନ୍ୱୟନ ଓ ତଦାରଖ ପାଇଁ ମାର୍ଚ୍ଚ ୨୦୨୬ରେ ରାଜ୍ୟସ୍ତରୀୟ ପରିଚାଳନା କମିଟି ଗଠିତ ହୋଇଛି। ଏହି କମିଟି ଯୋଜନାର ନୀତିଗତ ମାର୍ଗଦର୍ଶନ, ରଣନୈତିକ ଦିଗନିର୍ଦ୍ଦେଶ ଓ ତଦାରଖ ପ୍ରଦାନ କରିବା ସହ କାର୍ଯ୍ୟାନ୍ୱୟନର ଅଗ୍ରଗତି ନିୟମିତ ସମୀକ୍ଷା କରିବ। କ୍ଷେତ୍ରସ୍ତରୀୟ ମତାମତ ଆଧାରରେ ବିଦ୍ୟାଳୟ ଚୟନ, ଭିତ୍ତିଭୂମି ଓ କାର୍ଯ୍ୟାନ୍ୱୟନ ମାନଦଣ୍ଡର ଆବଶ୍ୟକ ଅଦ୍ୟତନ, ବିଭାଗୀୟ ସମନ୍ୱୟ, କାର୍ଯ୍ୟନିର୍ବାହୀ ସଂସ୍ଥା ଚୟନ ଏବଂ ସମ୍ବଳର ସୁଚାରୁ ବଣ୍ଟନ ସୁନିଶ୍ଚିତ କରିବ। ଏଥିସହିତ, ଯୋଜନାର ଉଦ୍ଦେଶ୍ୟ ହାସଲ, ଗୁଣାତ୍ମକ ଓ ସମାବେଶୀ ଶିକ୍ଷା ଏବଂ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ଦେଖାଦେଉଥିବା ସମସ୍ୟାର ସମାଧାନ କରି ଫଳପ୍ରଦ କାର୍ଯ୍ୟାନ୍ୱୟନକୁ ସୁନିଶ୍ଚିତ କରିବ। ଯୋଜନାର କାର୍ଯ୍ୟକାରିତାରେ ରହୁଥିବା ସମସ୍ୟା ଓ ଆହ୍ୱାନଗୁଡ଼ିକର ସମାଧାନ କରି ଯୋଜନାରେ ସୁଗମ, ଉତ୍ତରଦାୟୀ ଏବଂ ଫଳପ୍ରଦ କାର୍ଯ୍ୟାନ୍ୱୟନ ପାଇଁ ରଣନୈତିକ ଦିଗ ନିର୍ଦ୍ଦେଶ ପ୍ରଦାନ କରିବା କମିଟିର ମୂଳ ଭୂମିକା ରହିଛି।

ବିଦ୍ୟାଳୟଗୁଡ଼ିକରେ ଆଧୁନିକ ଓ ଶିଶୁ-ଅନୁକୂଳ ଶିକ୍ଷା ପରିବେଶ ସୃଷ୍ଟି ଲକ୍ଷ୍ୟରେ ଶ୍ରେଣୀକକ୍ଷ, ଶିଶୁ ବାଟିକା, ପ୍ରବେଶ ଲବି, ପ୍ରଧାନଶିକ୍ଷକଙ୍କ କକ୍ଷ, ଷ୍ଟାଫ୍ ରୁମ୍, ଷ୍ଟୋର୍ ରୁମ୍, ଅଫିସ୍ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ରହିବ। ସ୍ଥାନର ପରିସ୍ଥିତି ଅନୁଯାୟୀ ନକ୍ସାରେ ଆବଶ୍ୟକ ପରିବର୍ତ୍ତନ କରି ଭିତ୍ତିଭୂମିର ଗୁଣବତ୍ତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯିବ।

ବୈଠକରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଉନ୍ନତ ବିଦ୍ୟାଳୟ ଭିତ୍ତିଭୂମି ସହିତ ଗୁଣାତ୍ମକ ପ୍ରାଥମିକ ଶିକ୍ଷା ପ୍ରଦାନ କରିବା। ନିର୍ମାଣ କାର୍ଯ୍ୟ ପରେ ଆବଶ୍ୟକ ସଂଖ୍ୟକ ଓ ଉତ୍ତମ ଶିକ୍ଷକଙ୍କ ଉପଲବ୍ଧତା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆନୁଷଙ୍ଗିକ ସୁବିଧା ସୁନିଶ୍ଚିତ କରିବା ସରକାରଙ୍କ ପ୍ରାଥମିକତା ରହିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଏଥିପାଇଁ ଯୋଜନାର ପ୍ରତ୍ୟେକ ପର୍ଯ୍ୟାୟରେ ଉଚ୍ଚ ଆକାଂକ୍ଷା, ଗୁଣାତ୍ମକ ମାନଦଣ୍ଡ ଓ ଦୀର୍ଘମିଆଦୀ ଦୃଷ୍ଟିକୋଣ ରଖି କାର୍ଯ୍ୟ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟର ପ୍ରତ୍ୟେକ ଶିଶୁଙ୍କୁ ଉନ୍ନତ ଶିକ୍ଷା ପରିବେଶ ଓ ଗୁଣାତ୍ମକ ଶିକ୍ଷାର ସୁଯୋଗ ପ୍ରଦାନ ଲକ୍ଷ୍ୟରେ ଏହି ଯୋଜନାର କାର୍ଯ୍ୟାନ୍ୱୟନକୁ ସମୟବଦ୍ଧ ଓ ଗୁଣାତ୍ମକ ଭାବେ ଆଗେଇ ନେବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି।

Adarsh Primary School scheme Godavarish Mishra ଅଗ୍ରଗତି ସମୀକ୍ଷା ଅନୁ ଗର୍ଗ ମୁଖ୍ୟ ଶାସନ ସଚିବ
Share. Facebook Twitter LinkedIn Email WhatsApp Copy Link

Related Posts

ଗୁଣିଆ ଠାରୁ ଚେରମୂଳୀ ଖାଇ ନିଃସନ୍ତାନ ଦମ୍ପତି ମୃତ

August 26, 2026

କୋରାପୁଟରେ ‘ସମରସ ସଙ୍କଳ୍ପ ଅଭିଯାନ’ ଓ ‘ପବିତ୍ର କଳସ ବନ୍ଦନ ଶୋଭାଯାତ୍ରା’

August 26, 2026

ଫ୍ରାନ୍ସରେ ଶକ୍ତିଶାଳୀ ଟର୍ଣ୍ଣାଡୋ: ୩୦୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଲା, ୪୧ଜଣ ଆହତ

August 26, 2026

ଆଜି ଅଗଷ୍ଟ ୨୬ ତାରିଖ ବୁଧବାରରେ ଏହି ପାଞ୍ଚଟି ରାଶିର ଖୋଲିବ ଭାଗ୍ୟ

August 26, 2026
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର କାର୍ଯ୍ୟ ଅଗ୍ରଗତି ସମୀକ୍ଷା

August 26, 2026

ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 26, 2026

ଗୁଣିଆ ଠାରୁ ଚେରମୂଳୀ ଖାଇ ନିଃସନ୍ତାନ ଦମ୍ପତି ମୃତ

August 26, 2026

କୋରାପୁଟରେ ‘ସମରସ ସଙ୍କଳ୍ପ ଅଭିଯାନ’ ଓ ‘ପବିତ୍ର କଳସ ବନ୍ଦନ ଶୋଭାଯାତ୍ରା’

August 26, 2026

ଫ୍ରାନ୍ସରେ ଶକ୍ତିଶାଳୀ ଟର୍ଣ୍ଣାଡୋ: ୩୦୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଲା, ୪୧ଜଣ ଆହତ

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.