Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁର୍ଘଟଣାରେ ଜୀବନ ହାରିଲେ ପୂର୍ବତନ ସରପଞ୍ଚ ତଥା ପିଇଓ ମୁନେସ ପ୍ରଧାନ
ଆଜିର ଖବର

ଦୁର୍ଘଟଣାରେ ଜୀବନ ହାରିଲେ ପୂର୍ବତନ ସରପଞ୍ଚ ତଥା ପିଇଓ ମୁନେସ ପ୍ରଧାନ

August 27, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦୁର୍ଘଟଣାରେ ଜୀବନ ହାରିଲେ ପୂର୍ବତନ ସରପଞ୍ଚ ତଥା ପିଇଓ ମୁନେସ ପ୍ରଧାନ
ଦୁର୍ଘଟଣାରେ ଜୀବନ ହାରିଲେ ପୂର୍ବତନ ସରପଞ୍ଚ ତଥା ପିଇଓ ମୁନେସ ପ୍ରଧାନ

ରଣପୁର: ରଣପୁର ବ୍ଲକ ବାଦଭୂଇଁ ଗ୍ରାମର ମୁନେସ ପ୍ରଧାନ (୫୩) ଙ୍କ ଦୁଃଖଦ ମୃତ୍ୟୁରେ ରଣପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଓଡ଼ଗାଁ ବ୍ଲକରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ଭାବେ କାର୍ଯ୍ୟରତ ଥିବା ମୁନେସ ଗତ ଗୁରୁବାର ସନ୍ଧ୍ୟାରେ ଅଫିସ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ଭେରୁପଡ଼ା ଛକ ପୂର୍ବରୁ ଏକ ଡିସ୍କଭର ଗାଡ଼ି ତାଙ୍କ ଗାଡ଼ିକୁ ପଛପଟୁ ଧକ୍କା ଦେଇଥିଲା।

ଧକ୍କାରେ ଭାରସାମ୍ୟ ହରାଇ ମୁନେସ ରାସ୍ତାରେ ପଡ଼ିଯାଇଥିଲେ। ଘଟଣାର କିଛି ସମୟ ପରେ ଭେରୁପଡ଼ା ଛକରେ ଥିବା କିଛି ଯୁବକ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଥିବା ମୁନେସଙ୍କୁ ଉଦ୍ଧାର କରି ରଣପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଦୁର୍ଘଟଣାରେ ତାଙ୍କ ଛାତି ଓ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା।

ସୂଚନା ଅନୁଯାୟୀ, ଡିସ୍କଭର ଗାଡ଼ିରେ ଚାରିଜଣ ଯୁବକ ଦ୍ରୁତ ଗତିରେ ଯାଉଥିବା ବେଳେ ମୁନେସଙ୍କ ଗାଡ଼ିକୁ ପଛପଟୁ ଧକ୍କା ଦେଇଥିଲେ। ଦୁର୍ଘଟଣା ପରେ ସେମାନଙ୍କ ମଧ୍ୟରୁ ଜଣେ ଘଟଣାସ୍ଥଳରୁ ଖସି ପଳାଇଥିବା ବେଳେ ଅନ୍ୟ ତିନିଜଣଙ୍କୁ ସ୍ଥାନୀୟ ଲୋକେ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ଯୁବକମାନେ ଭୁବନେଶ୍ୱର ଭାରତପୁର ଅଞ୍ଚଳର ବୋଲି ପ୍ରାଥମିକ ସୂଚନା ମିଳିଥିଲା।

ରଣପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ମୁନେସଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଭୁବନେଶ୍ୱର ସମ୍ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି।

ମୁନେସ ପ୍ରଧାନ ଜଣେ ଦକ୍ଷ ଓ ଲୋକପ୍ରିୟ ବ୍ୟକ୍ତି ଭାବେ ରଣପୁର ଅଞ୍ଚଳରେ ପରିଚିତ ଥିଲେ। ସେ ପ୍ରଥମେ ରଣପୁର ବ୍ଲକର ଖଇରପଲ୍ଲୀ ପଞ୍ଚାୟତର ସରପଞ୍ଚ ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ। ପରବର୍ତ୍ତୀ ସମୟରେ ସରକାରୀ ଚାକିରିରେ ଯୋଗଦେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଷ୍ଠାର ସହ କାର୍ଯ୍ୟ କରିଥିଲେ।

ତାଙ୍କ ଅକାଳ ବିୟୋଗରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ରଣପୁର ବିଡିଓ ମନୋଜ କୁମାର ନାୟକ, ସନ୍ତୋଷ ଲେଙ୍କାଙ୍କ ସମେତ ବିଭିନ୍ନ ଅଧିକାରୀ, ଜନପ୍ରତିନିଧି ଓ ଅଞ୍ଚଳବାସୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

ମୁନେସଙ୍କ ଅକାଳ ବିୟୋଗରେ ପରିବାର, ବନ୍ଧୁବର୍ଗ, ସହକର୍ମୀ ଓ ସମଗ୍ର ରଣପୁର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।

ଦୁର୍ଘଟଣା ଭେରୁପଡ଼ା ଛକ ମୁନେସ ପ୍ରଧାନ ରଣପୁର ଶୋକର ଛାୟା
Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱା ଗାଡ଼ି ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ

October 12, 2026

‘ବିରାଟଙ୍କୁ ଅବସର ପାଇଁ ବାଧ୍ୟ କରାଯାଇଥିଲା’: ଗୁରୁତର ଅଭିଯୋଗ ଆଣିଲେ ପୂର୍ବତନ ଖେଳାଳି

October 12, 2026

ହିଞ୍ଜିଳି ବସଷ୍ଟାଣ୍ଡରୁ ଗଞ୍ଜେଇ ଜବତ: ୩ ଅଭିଯୁକ୍ତ ଗିରଫ

October 12, 2026

ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗ: ଧର୍ମଶାଳା ଏବିଇଓଙ୍କ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

October 12, 2026
Latest News

ହାଇୱା ଗାଡ଼ି ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ

October 12, 2026

ସୁନା ଖଣିରେ ଏୟାରଷ୍ଟ୍ରାଇକ: ୭୨ ଶ୍ରମିକ ନିହତ

October 12, 2026

‘ବିରାଟଙ୍କୁ ଅବସର ପାଇଁ ବାଧ୍ୟ କରାଯାଇଥିଲା’: ଗୁରୁତର ଅଭିଯୋଗ ଆଣିଲେ ପୂର୍ବତନ ଖେଳାଳି

October 12, 2026

ହିଞ୍ଜିଳି ବସଷ୍ଟାଣ୍ଡରୁ ଗଞ୍ଜେଇ ଜବତ: ୩ ଅଭିଯୁକ୍ତ ଗିରଫ

October 12, 2026

ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗ: ଧର୍ମଶାଳା ଏବିଇଓଙ୍କ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.